www.samajalive.in
Saturday, December 13, 2025
26.1 C
Bhubaneswar

ଅତିପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ହାଇଆଲର୍ଟ ଜାରି

ନୂଆଦିଲ୍ଲୀ : ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରବିବାର ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗୁଜୁରାଟ, ଗୋଆ, ମହାରାଷ୍ଟ୍ର, ପୂର୍ବ ରାଜସ୍ଥାନ, ଛତିଶଗଡ଼ ସମେତ ୧୫ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ହାଇଆଲର୍ଟ ଜାରି କରିଛି। ସତର୍କ ସୂଚନାରେ କୁହାଯାଇଛି ଯେ ଅତିପ୍ରବଳ ବର୍ଷା ସହ ଆରବସାଗରରେ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ। ଏଥିପାଇଁ ଗୁଜୁରାଟ ଓ ମହାରାଷ୍ଟ୍ରର ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନିଯିବାକୁ କୁହାଯାଇଛି। ସେହିପରି ଲୋକଙ୍କୁ ସମୁଦ୍ର କୂଳରୁ ଦୂରରେ ରହିବାକୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଦେଶର ୨୧ ରାଜ୍ୟରେ ପ୍ରାୟ ସପ୍ତାହେ ପରେ ଶନିବାର ଦିନ ଏକ ସଙ୍ଗେ ପ୍ରବଳ ବର୍ଷା ହୋଇଛି। ଏହା ମଧ୍ୟରେ ୧୫ ରାଜ୍ୟରେ ପ୍ରବଳ ଓ ୬ ରାଜ୍ୟରେ ଅତିପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ମହାରାଷ୍ଟ୍ର, ରାଜସ୍ଥାନ, ବିହାର, ଛତିଶଗଡ଼, ଆସାମ, ପଶ୍ଚିମବଙ୍ଗ, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ଏବଂ ଜାମ୍ମୁ କାଶ୍ମୀରେ ବହୁ ପରିମାରଣ ଧନସମ୍ପତ୍ତି ନଷ୍ଟ ହୋଇଛି। ମୁମ୍ବଇର ଅନେକ ଅଞ୍ଚଳ ଜଳାର୍ଣ୍ଣବ ହୋଇ ରହିଛି। ହିମାଚଳପ୍ରଦେଶରେ ଭୂସ୍ଖଳନ ଯୋଗୁଁ ୫୩ଟି ସଡ଼କ ବନ୍ଦ ହୋଇଯାଇଛି। ବିହାର ଏବଂ ଆସାମରେ ବନ୍ୟାରେ ଏପର୍ଯ୍ୟନ୍ତ ୨୧୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଆସାମର ୩୧ ଜିଲାରେ ୫୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। କେବଳ ଶନିବାର ଅପରାହ୍ଣରେ ମୁମ୍ବଇରେ ୨୧୯ ମିମି ବର୍ଷା ରେକର୍ଡ କରାଯାଇଛି। ମହାରାଷ୍ଟ୍ର ଆଞ୍ଚଳିକ ପାଣିପାଗ ବିଭାଗ ମୁମ୍ବଇ, ଥାଣେ ଏବଂ ଉତ୍ତର କୋଙ୍କଣରେ ପ୍ରବଳ ବର୍ଷା ନେଇ ହାଇ ଆଲର୍ଟ ଜାରି କରିଛି। ଶନିବାର ମୁମ୍ବଇଠାରୁ ୧୦୦ କିଲୋମିଟର ଦୂର ବଦଲାପୁର-ୱାଙ୍ଗନୀରେ ବନ୍ୟା ଜଳରେ ଫସିଥିବା ମହାଲକ୍ଷ୍ମୀ ଏକ୍ସପ୍ରେସରୁ ୯୦୦ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଥାଣେର ଏକ ପେଟ୍ରୋଲ ପମ୍ପ ଏବଂ ରିସର୍ଟରେ ଫସି ରହିଥିବା ୧୧୫ ଲୋକଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଉଦ୍ଧାର କରଯାଇଛି। ଅତିପ୍ରବଳ ବର୍ଷା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ୩ ଜାଗାରେ ଭୂ-ସ୍ଖଳନ ହୋଇଛି। ଫଳରେ ରାଜପଥର ଉଭୟ ପାର୍ଶ୍ବରେ ଯାନବାହନଙ୍କ ଲମ୍ବା ଧାଡି ଲାଗିରହିଛି। ଏହାବାଦ ଭୂସ୍ଖଳନ ଯୋଗୁଁ ମଣ୍ଡିରେ ୩୬ ସଡ଼କ ଏବଂ ଶିମଲା ଅଞ୍ଚଳର ୧୭ ସଡ଼କରେ ଯାତାୟତ ବନ୍ଦ ହୋଇଯାଇଛି। ବର୍ଷା ଯୋଗୁ କାଶ୍ମୀରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories