www.samajalive.in
Saturday, December 6, 2025
23.1 C
Bhubaneswar

ସନ୍ଧ୍ୟା ୫ଟା ମୁଖ୍ୟ ଖବର

ବଡ଼ ଖବର :

# ବି.ଏସ୍‍. ୟେଦିୟୁରାପ୍ପା ଆଜି ସଂଧ୍ୟା ୬ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥଗ୍ରହଣ ଉତ୍ସବକୁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି ।
# କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଆଜି ସାରା ଦେଶରେ ପାଳିତ ହେଉଛି

# ଏମ୍‍ସିଏଲ୍‍ ଭରତପୁର କୋଇଲା ଖଣିରେ ମାଟି ତଳେ ଦବି ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି।

- Advertisement -

ଆଞ୍ଚଳିକ :

# ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏମ୍‍ସିଏଲ୍‍ ଭରତପୁର କୋଇଲା ଖଣିରେ ମାଟି ତଳେ ଦବି ଯାଇଥିବା ୪ ଜଣଙ୍କ ମଧ୍ୟରୁ ୨ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପ୍ରବଳ ବର୍ଷା ଓ ଖଣିରେ ପାଣି ସତ୍ତ୍ବେ ଅନ୍ୟ ଦୁଇଜଣଙ୍କର ମୃତଦେହ ଉଦ୍ଧାର ପାଇଁ କାର୍ୟ୍ୟ ଚାଲୁ ରହିଛି।
#  ଓଡ଼ିଶା ହାଇକୋର୍ଟର ୭୨ତମ ପ୍ରତିଷ୍ଠା ଦିବସ ଏବଂ ଓଡ଼ିଶା ହାଇକୋର୍ଟର ପ୍ରଥମ ମୁଖ୍ୟ ବିଚାରପତି ବି.କେ. ରାୟଙ୍କ ଶ୍ରାଦ୍ଧବାର୍ଷିକ ଓ ଆଜି ହାଇକୋର୍ଟରେ ପାଳିତ ହୋଇଯାଇଛି। 

#  ରଥଯାତ୍ରା ଶେଷ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଆଜିଠାରୁ ପୁରୀରେ ତିନି ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ପରମ୍ପରା ତଥା ନିୟମ ଅନୁସାରେ ପ୍ରଥମେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି,ପରେ ବଡ଼ଠାକୁର ହଳଧରଙ୍କ ତାଳଧ୍ୱଜ ଓ  ଶେଷରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭଙ୍ଗାଯିବ। 

ଜାତୀୟ :

# ବି.ଏସ୍‍. ୟେଦିୟୁରାପ୍ପା ଆଜି ସଂଧ୍ୟା ୬ଟାରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ, ଶପଥଗ୍ରହଣ ଉତ୍ସବକୁ ସବୁ ରାଜନୈତିକ ଦଳର ନେତାମାନଙ୍କୁ ଆମନ୍ତ୍ରଣ କରିବେ ବୋଲି ସେ କହିଛନ୍ତି ।
#  କାରଗିଲ ବିଜୟ ଦିବସର ୨୦ ବର୍ଷ ପୂର୍ତ୍ତି ଆଜି ସାରା ଦେଶରେ ପାଳିତ ହେଉଛି, ୧୯୯୯ ମସିହାର ଆଜିର ଦିନରେ ଅପରେସନ ବିଜୟ ସଫଳତାର ସହ ସମ୍ପନ୍ନ ହେବା ସହ ଭାରତ କାର୍ଗିଲ ଘାଟିକୁ ନିଜ ଅଧିନକୁ ଆଣିଥିଲା। ଚଳିତବର୍ଷର କାର୍‍ଗିଲ ବିଜୟ ଦିବସର ଶୀର୍ଷକ ‘ସ୍ମରଣକର, ପାଳନ କର ଓ ନୂତନତ୍ୱ ଆଣ’।
# ଚନ୍ଦ୍ରଯାନ-୨କୁ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧକୁ ପଠାଇବା ପ୍ରସ୍ତୁତିର ଅଂଶସ୍ୱରୂପ ଏହାର କକ୍ଷପଥକୁ ଆଜି ସକାଳେ ପୁନର୍ବାର ଉଠାଯାଇଛି। ଇସ୍ରୋ ବୈଜ୍ଞାନିକମାନେ ୧୪ମିନିଟ୍‍ ୪୩ସେକେଣ୍ଡ ପର୍ୟ୍ୟନ୍ତ ରକେଟ୍ରେଳ ଥିବା ଇଞ୍ଜିନକୁ ଚଳାଇ ଚନ୍ଦ୍ରଯାନ-୨ର କକ୍ଷପଥକୁ ଉପରକୁ ଉଠାଇଥିଲେ।

ଆନ୍ତର୍ଜାତୀୟ: 

# ଏମ୍‍.ଟି ରିଆ ଜାହାଜର ୧୨ଜଣ ଭାରତୀୟଙ୍କ ମଧ୍ୟରୁ ୯ଜଣଙ୍କୁ ଇରାନ୍‍ ମୁକ୍ତ କରିଛି। ଚଳିତମାସ ପ୍ରାରମ୍ଭରେ ସେହି ଜାହାଜକୁ ଇରାନ ଜବତ ରଖିଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories