www.samajalive.in
Saturday, December 6, 2025
19.1 C
Bhubaneswar

ଭ୍ରମଣ ପାଇଁ ଯାଆନ୍ତୁ ମନମୁଗ୍ଧକର ସ୍ଥାନ ‘ମୁର୍ଗା ମହାଦେବ’

କେନ୍ଦୁଝର ଜିଲାରେ ଭ୍ରମଣ ପାଇଁ ବହୁ ସୁନ୍ଦର ସ୍ଥାନ ରହିଛି। ସେଭଳି କିଛି ସ୍ଥାନ ମଧ୍ୟରୁ ‘ମୁର୍ଗା ମହାଦେବ’ ବେଶ ପ୍ରସିଦ୍ଧ ସ୍ଥାନ।ଏହାର ସୌନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ଏଠାକୁ ଆସିବାକୁ ଆକର୍ଷିତ କରିଥାଏ। ଏଠାକୁ ଆସି ସମସ୍ତେ ମହାଦେବ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ଫଟୋ ଉଠାଇବା ଝରଣାରେ ଗାଧୋଇବାର ମଧ୍ୟ ମଜା ନେଇଥାଆନ୍ତି।
ମୃଗା ମହାଦେବରେ ପହଞ୍ଚିବା ପରେ ପ୍ରକୃତିର କୌଣସି ବିସ୍ମୟକର ସ୍ଥାନରେ ପହଞ୍ଚିବା ପରି ମନେ ହୁଏ। ପାହାଡ଼ ଖୋଲରୁ ୩ ରୁ ୪ଟି ଧାରରେ ଝରି ପଡ଼ୁଥିବା ମୃଗାନାଳର ଜଳଧାରା। ଠାକୁରାଣୀ ପାହାଡ଼ରୁ ବାହାରିଥିବା ଏହି ଝରଣା ଏଠାରେ ଏକ ଜଳପ୍ରପାତ ସୃଷ୍ଟି କରିଛି। ଏହାର ତଳେ ପ୍ରାକୃତିକ ଉପାୟରେ ଏକ ପବିତ୍ର କୁଣ୍ଡ ସୃଷ୍ଟି ହୋଇଛି। ଏହି ଜଳପ୍ରପାତର ଦୃଶ୍ୟ ମନମୁଗ୍ଧ କରିଦେଇଥାଏ।
ଏଠାକୁ ଆସୁଥିବା ପର୍ଯ୍ୟଟକ ପ୍ରଭୁଙ୍କୁ ଦର୍ଶନ କରି ଖୁବ ଆନନ୍ଦିତ ହୋଇଥାଆନ୍ତି। ଏ ସ୍ଥାନର ନାମ ମୁର୍ଗା ମହାଦେବ ହେବାର କାରଣ ପଛରେ ଏକ ସୁନ୍ଦର ଲୋକ କଥାଟିଏ ଅଛି। ଲୋକକଥା ଅନୁସାରେ, ପୂର୍ବରୁ ଏହି ଅଞ୍ଚଳଟି ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏଠାକୁ ଶିକାର କରିବାକୁ ଆସିଥିବା ଅଙ୍ଗଦ ଦେହୁରୀ ହିଂସ୍ରଜନ୍ତୁଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ ସେ ଏକ ଗଛ ଉପରକୁ ଚଢି ଯାଇଥିଲେ। ସେ ପୁରା ରାତି ଅନିଦ୍ରା ରହିବାକୁ ଗଛର ପତ୍ର ଗୋଟେ ଗୋଟେ ଛିଣ୍ଡାଇ ତଳକୁ ପକାଉଥିଲେ। ମାତ୍ର ଜାଣି ନଥିଲେ ଯେ ସେ ଚଢି ଥିବା ଗଛ ହେଉଛି ଏକ ବେଲ ଗଛ ଓ ତା’ ତଳେ ଥିଲା ବାବା ଧବଳେଶ୍ୱରଙ୍କ ଆସ୍ଥାନ। ରାତି ଅନିଦ୍ରା ହୋଇ ଏପରି ଅଜଣା ପୂଜା କରିଥିବାରୁ ଅଙ୍ଗଦଙ୍କ ଉପରେ ସନ୍ତୁଷ୍ଟ ହୋଇ ପ୍ରଭୁ ମହାଦେବ ତାଙ୍କ ଜୀବନ ରକ୍ଷା କରିଥିଲେ। ସେବେଠାରୁ ଅଙ୍ଗଦ ସବୁଦିନ ସେଠାକୁ ଯାଇ ପୂଜାର୍ଚ୍ଚନା କରୁଥିଲେ। ଏହି ଘଟଣା ଜାଣିବା ପରେ ଗାଁ ଲୋକେ ସେଠାରେ ମନ୍ଦିର ସ୍ଥାପନା କରିଥିଲେ।
ମୁର୍ଗା ମହାଦେବ ନାମକରଣ ହେବାର ଅନ୍ୟ ଏକ ଲୋକକଥା ହେଉଛି, ପୂର୍ବରୁ ଉକ୍ତ ଜଙ୍ଗଲଟି ମୁର୍ଗା ନାମକ ଜଙ୍ଗଲି ଗଛରେ ପରିପୂର୍ଣ୍ଣ ଥିଲା। ଏହା ସହ ନିକଟରେ ଥିବା ଗାଁର ନାଁ ମୁର୍ଗା ଥିଲା। ଏହି କାରଣରୁ ମନ୍ଦିରର ନାମ ଏପରି ହୋଇଛି ବୋଲି ସ୍ଥାନୀୟ ଲୋକେ କୁହନ୍ତି।
ଏଠାକାର ଏକ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏଠାରେ ଥିବା ଶିବଲିଙ୍ଗର ରଙ୍ଗ ପ୍ରତି ପକ୍ଷରେ ବଦଳେ ବୋଲି ସ୍ଥାନୀୟ ଲୋକେ କହିଥାଆନ୍ତି।
ଭ୍ରମଣ ପାଇଁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତି ଏଠାରେ ପ୍ରଭୁଙ୍କୁ ଦର୍ଶନ କରିବା ସହ ଜଳପ୍ରପାତରେ ଗାଧୋଇବାର ମଧ୍ୟ ମଜା ନେଇଥାଆନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories