ଗୁଆହାଟୀ : ଆସାମର ତଳିଆ ଜିଲ୍ଲାଗୁଡ଼ିକର ବନ୍ୟା ପରିସ୍ଥିତି ଆହୁରି ଭୟାବହ ହୋଇପଡ଼ିଛି । ୧୯ଟି ଜିଲ୍ଲାର ୨୮ ଲକ୍ଷ ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ରାଜ୍ୟରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୬୯ ଜଣଙ୍କର ମୃତ୍ୟୁ ଘଟିଛି।
ଗତ ୪୮ ଘଣ୍ଟା ଧରି ସେହି ସବୁ ଜିଲ୍ଲାଗୁଡ଼ିକରେ ବର୍ଷା ଲାଗିରହିଛି । ନଲ୍ବାଡ଼ି, ବାରପେଟା, ବୋଙ୍ଗାଇଗାଓଁ, କୋକ୍ରାଝର୍ ଓ ଅନ୍ୟାନ୍ୟ ଜିଲ୍ଲାର ପରିସ୍ଥିତି ଅତ୍ୟନ୍ତ ଖରାପ ରହିଛି । ସେନାବାହିନୀ,ଏନ୍ଡିଆର୍ଏଫ୍ ଓ ଏସ୍ଡିଆରଏଫ୍ ଟିମ୍ଗୁଡ଼ିକୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି । ବୋଙ୍ଗାଇଗାଓଁ ଡେପୁଟି କମିଶନର୍ କହିଛନ୍ତି, ସମସ୍ତ ମାଜିଷ୍ଟ୍ରେଟ୍ ଓ ବିଭାଗୀୟ ଅଧିକାରୀମାନେ ବନ୍ୟା କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକୁ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟପାଇଁ ବ୍ୟବସ୍ଥା କରୁଛନ୍ତି।



