www.samajalive.in
Wednesday, December 10, 2025
16.1 C
Bhubaneswar

ଜାଣନ୍ତୁ, କାର୍‍ଗିଲ ଯୁଦ୍ଧ ସହ ଜଡ଼ିତ ୮ଟି ଗୁରୁତ୍ୱପୂର୍ଣ୍ଣ କଥା

(ଉପସ୍ଥାପନା-ପ୍ରତିଜ୍ଞା ମିଶ୍ର) : ୨୦ ବର୍ଷ ପୂର୍ବେ ଅର୍ଥାତ୍‍ ୨୬ ଜୁଲାଇ ୧୯୯୯ରେ ଭାରତ କାର୍‍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରି ବିଜୟ ହାସଲ କରିଥିଲା। ସେହିଦିନଠାରୁ ୨୬ ଜୁଲାଇକୁ ସାରା ଭାରତ ବର୍ଷରେ କାର୍‍ଗିଲ ବିଜୟ ଦିବସ ଭାବେ ପାଳନ କରାଯାଉଛି। ତେବେ ଆସନ୍ତୁ ଜାଣିବା କାର୍‍ଗିଲ ବିଜୟର କିଛି ଗୁରୁତ୍ୱପୂର୍ଣ୍ଣ କଥା –

୧- ପ୍ରାୟ ୧୮ ହଜାର ଫୁଟ୍‍ ଉଚ୍ଚତା ଉପରେ କାରଗିଲରେ ଯୁଦ୍ଧ ସେତେବେଳେ ହେଲା, ଯେତେବେଳେ ଜଣେ ଗାଈ ଜଗୁଆଳ ୩ ମେ’ ୧୯୯୯ରେ ଭାରତୀୟ ସେନାକୁ ପାକ୍‍ର କାର୍‍ଗିଲ କବ୍‍ଜା ବିଷୟରେ ସୂଚନା ଦେଲା।
୨- କାର୍‍ଗିଲର ଉଚ୍ଚ ପାହାଡ଼ ଉପରେ ପାକିସ୍ତାନର ପ୍ରାୟ ୫୦୦୦ ସୈନିକ ପ୍ରବେଶ କରି କବ୍‍ଜା କରି ନେଇଥିଲେ।
୩- କାର୍‍ଗିଲ ଯୁଦ୍ଧରେ ଭାରତର ୫୨୭ରୁ ଅଧିକ ଯବାନ ଶହୀଦ ହୋଇଥିôବା ବେଳେ ୧୩୦୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ।
୪- କାର୍‍ଗିଲ ଯୁଦ୍ଧ ସମୟରେ ପ୍ରାୟ ୨ ଲକ୍ଷ ୫୦ ହଜାର ଗୁଳି ଚାଳନା କରାଯାଇଥିଲା। ସେହିପରି ୫୦୦୦ ବୋମା ବିସ୍ଫୋରଣ ପାଇଁ ୩୦୦ରୁ ଅଧିକ ମୋର୍ଟାର୍‍, ତୋପ ଓ ରକେଟ୍‍ର ବ୍ୟବହାର କରାଯାଇଥିଲା।
୫- ପାକ୍‍ ସେନାର ଶେଷ ଶିବିର ନଷ୍ଟ କରିବା ପାଇଁ ୨୬ ମେ’ ୧୯୯୯ରେ ଭାରତୀୟ ବାୟୁସେନାକୁ ଆଦେଶ ଦିଆ ଯାଇଥିଲା।
୬- କାର୍‍ଗିଲ ଯୁଦ୍ଧକୁ ନେଇ ୨୦୦୩ରେ ‘ଏଲ୍‍ଓସି କାର୍‍ଗିଲ’ ନାମରେ ଏକ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା।
୭- କାର୍‍ଗିଲ ଯୁଦ୍ଧ ସମୟରେ ଅଟଳ ବିହାରୀ ବାଜପେୟୀ ଭାରତର ପ୍ରଧାନମନ୍ତ୍ରୀ ଥିଲେ।
୮- କାର୍‍ଗିଲ ଯୁଦ୍ଧରେ ପାକିସ୍ତାନକୁ ପରାସ୍ତ କରିବା ପାଇଁ ଭାରତୀୟ ସେନା ‘ଅପରେଶନ ବିଜୟ’ ନାମକ ଏକ ଅଭିଯାନ ଚଳାଇଥିଲେ। ୧୧ ଘଣ୍ଟାର ଯୁଦ୍ଧ ପରେ ଭାରତୀୟ ବାୟୁସେନା ୨୬ ଜୁଲାଇ ୧୯୯୯ରେ କାର୍‍ଗିଲ ଅଞ୍ଚଳକୁ ପାକିସ୍ତାନଠାରୁ ମୁକ୍ତ କରିଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories