www.samajalive.in
Friday, December 12, 2025
16.1 C
Bhubaneswar

ଭାରତ ବିପକ୍ଷ ଟ୍ବେଣ୍ଟି-୨୦ ମ୍ୟାଚ୍‌ ପାଇଁ ୱେଷ୍ଟଇଣ୍ଡିଜ ଦଳ

ସେଣ୍ଟ ଜୋନ୍‌ସ  : ଭାରତୀୟ କ୍ରିକେଟ୍ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ ଘରୋଇ ଦଳ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଟ୍ବେଣ୍ଟି୨୦ ଓ ଦିନିକିଆ ଏବଂ ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳିବ। ଏହି କ୍ରିକେଟ୍‌ ସିରିଜ୍‌ ନିମନ୍ତେ ଭାରତୀୟ ଦଳର ଘୋଷଣା ପୂର୍ବରୁ ସରିଥିବା ବେଳେ ମଙ୍ଗଳବାର ୱେଷ୍ଟଇଣ୍ଡିଜ କ୍ରିକେଟ୍‌ ବୋର୍ଡ ପ୍ରଥମ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ନିମନ୍ତେ ୧୪ଜଣିଆ ଦଳ ଘୋଷଣା କରିଛି। ଦୁଇ ଦେଶ ମଧ୍ୟରେ ପ୍ରଥମ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଅଗଷ୍ଟ ୩ ଓ ୪ ତାରିଖରେ ଖେଳାଯିବ।
ଘୋଷିତ ଦଳରେ ବରିଷ୍ଠ ସ୍ପିନର ସୁନୀଲ ନାରାୟଣ ଓ ଅଲରାଉଣ୍ଡର କୈରନ୍‌ ପୋଲାର୍ଡଙ୍କୁ ଦଳରେ ସାମିଲ କରାଯାଇଛି। ନୂଆ ମୁହଁ ଭାବେ ୱିକେଟରକ୍ଷକ ବ୍ୟାଟସମ୍ୟାନ୍‌ ଆନ୍ଥୋନୀ ବ୍ରାମବେଲ୍‌ଙ୍କୁ ଦଳରେ ସୁଯୋଗ ମଳିଛି। ପ୍ରଥମ ଦୁଇଟି ଟ୍ବେଣ୍ଟି୨୦ ମ୍ୟାଚ୍‌ ଆମେରିକାର ଫ୍ଲୋରିଡ଼ାରେ ଖେଳାଯିବ। ଅନ୍ୟପକ୍ଷରେ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ଅଗଷ୍ଟ ୬ରେ ଗାଏନା ଷ୍ଟାଡ଼ିୟମରେ ଖେଳାଯିବ।
ଟ୍ବେଣ୍ଟି୨୦ ଦଳର ନେତୃତ୍ବ କାର୍ଲସ୍‌ ବ୍ରାଥୱେଟ୍ ​‌େ​‌ନବେ। ସେହିପରି ତାରକା ଅଲରାଉଣ୍ଡର ଆ​‌େ​‌ନ୍ଦ୍ର ରସେଲ୍‌ଙ୍କୁ ଟ୍ବେଣ୍ଟି୨୦ ଦଳରେ ସାମିଲ କରାଯାଇଛି। ତେବେ ଚୂଡାନ୍ତ ଏକାଦଶରେ ସ୍ଥାନ ପାଇବା ନିମନ୍ତେ ତାଙ୍କୁ ଫିଟନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ। ସୂଚନାଥାଉକି ଆଣ୍ଠୁରେ ଆଘାତଜନିତ କାରଣରୁ ରସେଲ ବିଶ୍ବକପ୍‌ ମଝିରୁ ୱେଷ୍ଟଇଣ୍ଡିଜ ଦଳରୁ ବାଦ୍ ପଡ଼ିଥିଲେ।
ଦଳ ଘୋଷଣା କରି ମନୋନୟନ କମିଟି ଅଧ୍ୟକ୍ଷ ରୋବର୍ଟ ହେନ୍‌ସ କହିଛନ୍ତି ପ୍ରଥମ ଦୁଇଟି ମ୍ୟାଚ୍‌ ନିମନ୍ତେ ଦଳ ଘୋଷଣା କରାଯାଇଥିବା ବେଳେ ଖେଳାଳିଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ତୃତୀୟ ଟ୍ବେଣ୍ଟି୨୦ ମ୍ୟାଚ୍‌ ନିମନ୍ତେ ଦଳରେ ପରିବର୍ତ୍ତନ କରାଯିବ। ସେହିପରି ବରିଷ୍ଠ ଓପନର୍‌ କ୍ରିସ୍‌ ଗେଲ୍‌ ଟ୍ବେଣ୍ଟି୨୦ ସିରିଜ୍‌ ଖେଳିବେ ନାହିଁ ବୋଲି ପୂର୍ବରୁ ବୋର୍ଡକୁ ଜଣାଇ ଦେଇଥିବାରୁ ତାଙ୍କୁ ଘୋଷିତ ଦଳରେ ସାମିଲ କରାଯାଇ ନାହିଁ। ତାଙ୍କ ସ୍ଥାନରେ ଜନ୍‌ କାମ୍ବେଲ୍ ୱେଷ୍ଟଇଣ୍ଡିଜ ଦଳ ତରଫରୁ ବ୍ୟାଟିଂ ଓପନ୍‌ କରିବେ। ବାମହାତୀ ସ୍ପିନର କାରି ପେରିଙ୍କୁ ଘୋଷିତ ଦଳରେ ସାମିଲ କରାଯାଇଛି। ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଖେଳାଯିବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ୱେଷ୍ଟଇଣ୍ଡିଜ ଦଳରେ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ହେନ୍‌ସ ସ୍ପଷ୍ଟ କରି ଦେଇଛନ୍ତି।
ୱେଷ୍ଟଇଣ୍ଡିଜ ଟ୍ବେଣ୍ଟି୨୦ ଦଳ : କାର୍ଲସ୍‌ ବ୍ରାଥୱେଟ୍‌ (ଅଧିନାୟକ), ସୁନୀଲ ନାରାୟଣ, କେମୋ ପଲ୍‌, କାରି ପେରି, କୈରନ୍ ପୋଲାର୍ଡ, ନିକୋଲାସ୍‌ ପୁରନ୍‌ (ୱିକେଟରକ୍ଷକ), ରୋଭମ୍ୟାନ୍‌ ପୱେଲ୍‌, ଆ​‌େ​‌ନ୍ଦ୍ର ରସେଲ୍‌, ଓସାନେ ଥୋମାସ୍‌, ଆନ୍ଥୋନି ବ୍ରାମ୍ବେଲ୍‌ (ୱିକେଟରକ୍ଷକ), ଜନ୍‌ କାମ୍ବେଲ୍‌, ସେଲଡନ୍‌ କର୍ଟରେଲ୍‌, ସିମରନ୍‌ ହେତମାୟାର ଓ ଇଭାନ୍‌ ଲୁଇସ୍‌।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories