www.samajalive.in
Thursday, December 11, 2025
16.1 C
Bhubaneswar

କାଣିଗୁମା ସ୍ୱାସ୍ଥ୍ୟ ସ୍ୱରାଜର ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଲ ମାରିଲା ପ୍ରଶାସନ

କଲମପୁର : ଆଦିବାସୀ ବୃଦ୍ଧ ନିଗିଡି ମାଝୀର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହେବା ଓ ତାର ମୃତଦେହକୁ ଏକ ଦୋଳାରେ ଘରକୁ ନେବା ଘଟଣା ସମଗ୍ର କଳାହାଣ୍ଡିରେ ଚର୍ଚ୍ଚିତ ବିଷୟ ପାଲଟିଥିଲା। ସେହି ଘଟଣାକୁ ନେଇ ଜିଲା ପ୍ରଶାସନ ତରଫରୁ ଚିକିତ୍ସା କେନ୍ଦ୍ରର କାର୍ଯ୍ୟ ଓ ଆବଶ୍ୟକିୟ କାଗଜପତ୍ର ନେଇ ତଦନ୍ତ କରାଯାଇଥିଲା। ଆବଶ୍ୟକ ଅନୁସନ୍ଧାନ ପରେ ଚିକିତ୍ସା ସେବା ଯୋଗାଇଥିବା ସ୍ୱାସ୍ଥ୍ୟ ସ୍ୱରାଜର କାଣିଗୁମା ଚିକିତ୍ସା କେନ୍ଦ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିନା ସ୍ୱୀକୃତୀରେ ଚିକିତ୍ସା ସେବା ଯୋଗାଇବା ଜଣାପଡିଥିଲା। ଯାହାକୁ କେନ୍ଦ୍ର କରି ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ଥୁଆମୁଳ ରାମପୁର ତହସିଲଦାର ବିନୟ କୁମାର ଭୋଇ, ଥୁଆମୁଳ ରାମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଅବିନାଶ ରଥଙ୍କ ଉପସ୍ଥିତିରେ ଥୁଆମୁଳ ରାମପୁର ପୁଲିସ ତରଫରୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସିଲ କରାଯାଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଗତ ୧୫.୭ ଦିନ ବାଲିସରା ଗ୍ରାମର ଆଦିବାସୀ ବୃଦ୍ଧ ଝାଡା ବାନ୍ତି ରୋଗରେ ଆକ୍ରାନ୍ତ ହେବା ପରେ ପରିବାର ଲୋକ ଏକ ଅଟୋ ସହାଯ୍ୟରେ ବୃଦ୍ଧଙ୍କୁ କାଣିଗୁମାରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ସ୍ୱାସ୍ଥ୍ୟ ସ୍ୱାରାଜର ଚିକିତ୍ସା କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧ ଜଣକର ମୃତ୍ୟୁ ଘଟିଥିଲା। ପରିବାର ଲୋକ ଚିକିତ୍ସା କେନ୍ଦ୍ରର ମୁଖ୍ୟଙ୍କୁ ଏକ ଶବ ବାହକ ଯାନର ବ୍ୟବସ୍ଥା କରିବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ କେହି ଅଧିକାରୀ ଅଥବା କର୍ମ•ରୀ ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ। ଯାହା ଫଳେରେ ପରିବାର ଲୋକ ଏକ ଦୋଳାରେ ବାନ୍ଧି ଘରକୁ ବୋହି ଆଣିଥିଲେ। ଏହି ଘଟଣା ସମ୍ବନ୍ଧରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲା ପ୍ରଶାସନର ଚିକିତ୍ସା କେନ୍ଦ୍ରର ସ୍ୱୀକୃତୀ ନେଇ ତଦନ୍ତ କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ସ୍ୱରାଜ ତରଫରୁ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଠାରୁ ଯେଉଁ ସ୍ୱୀକୃତି ପାଇବା କଥା ତାହା ପାଇନଥିଲା। ଏହାସହ ବୃଦ୍ଧଙ୍କ ମୃତ୍ୟୁ ପରେ ମୃତକର ପରିବାର ଲୋକଙ୍କୁ କୌଣସି ପ୍ରକାର ସହାୟତା ଯୋଗାଇନଥିଲା। ଯେଉଁଥିପାଇଁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଜିଲା ପ୍ରଶାସନ ତରଫରୁ ସିଲ କରି ଦିଆଯାଇଛି।
ସୂଚନା ଯୋଗ୍ୟ ଯେ, ଏହି କାଣିଗୁମା ଠାରୁ ପ୍ରାୟ ୨୫ କିଲୋମିଟର ଦୂରରେ ରହିଛି ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ କେହି ରୋଗୀଙ୍କୁ ରାତି ବିକାଳି ଆଣିବା କଷ୍ଟ ସାଧ୍ୟ। ଅନେକ ସମୟରେ ଲୋକେ ସ୍ୱାସ୍ଥ୍ୟ ସ୍ୱରାଜର ଏହି ଚିକିତ୍ସା କେନ୍ଦ୍ର ଉପରେ ନିର୍ଭର କରୁଥିଲେ। କିନ୍ତୁ ଏବେ ଏହି ଚିକିତ୍ସା କେନ୍ଦ୍ରକୁ ପ୍ରଶାସନ ବନ୍ଦ କରି ଦେବା ପରେ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେବେ। ତେଣୁ ଜିଲା ପ୍ରଶାସନର ଏଭଳି ନିଷ୍ପତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories