www.samajalive.in
Wednesday, December 10, 2025
16.1 C
Bhubaneswar

ମଧ୍ୟପ୍ରଦେଶରେ ଓବିସି ସଂରକ୍ଷଣ ୧୪%ରୁ ୨୭%କୁ ବଢିଲା, ବିଧାନସଭାରେ ବିଲ୍‍ ପାରିତ

ଭୋପାଳ : କଂଗ୍ରେସ ଶାସିତ ମଧ୍ୟପ୍ରଦେଶ ବିଧାନସଭାରେ ମଙ୍ଗଳବାର ରାଜ୍ୟର ଅନ୍ୟ ପଛୁଆ ବର୍ଗ (ଓବିସି)କୁ ୨୭% ସଂରକ୍ଷଣ ପ୍ରଦାନ କରୁଥିବା ବିଲ୍‍ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ବିଲ୍‍ ଅନୁସାରେ ଓବିସିଙ୍କୁ ରାଜ୍ୟରେ ସରକାରୀ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ପ୍ରଦାନ କରାଯିବ। ବର୍ତ୍ତମାନ ମଧ୍ୟପ୍ରଦେଶରେ ଓବିସିଙ୍କ ପାଇଁ ୧୪% ସଂରକ୍ଷଣ ବ୍ୟବସ୍ଥା ରହିଛି।
ମଧ୍ୟପ୍ରଦେଶର କମଲନାଥ ସରକାର ସଂରକ୍ଷିଣ ବିଲରେ ସଂଶୋଧନ କରିବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ଏକ ଅଧ୍ୟାଦେଶ ଜାରି କରିଥିଲେ। ଜୁନ ୪ରେ ମଧ୍ୟପ୍ରଦେଶ କ୍ୟାବିନେଟ ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ ପ୍ରଦାନ କରିଥିଲା। ପ୍ରକାଶଯୋଗ୍ୟ ଯେ ରାଜ୍ୟ ସରକାର ମାର୍ଚ୍ଚ ୮ରେ ଓବିସି ସଂରକ୍ଷଣ ୧୪%ରୁ ୨୭%କୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଏକ ଅଧ୍ୟାଦେଶ ଜାରି କରିଥିଲେ। ମାତ୍ର ୧୦ ଦିନ ପରେ ନିଷ୍ପତ୍ତି ବିରୋଧରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଆବେଦନ ହୋଇଥିଲା ଓ କୋର୍ଟ ଏହା ଉପରେ ସ୍ଥଗିତାଦେଶ ଲଗାଇଥିଲେ। ମଧ୍ୟପ୍ରଦେଶରେ ଓବିସିକୁ ଛାଡ଼ି ଅନୁସୂଚିତ ଜାତି (ଏସସି)ଙ୍କୁ ୧୬%, ଅନୁସୂଚିତ ଜନଜାତି (ଏସଟି)ଙ୍କୁ ୨୦% ସଂରକ୍ଷଣ ପ୍ରଦାନ କରାଯାଉଛି। ଓବିସିଙ୍କୁ ୨୭% ସଂରକ୍ଷଣ ପ୍ରଦାନର ଆଇନ ଲାଗୁ ହେଲେ ରାଜ୍ୟ ସରକାରଙ୍କୁ ନିଜ ପ୍ରତି ବିଭାଗରେ ନିଯୁକ୍ତି ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିବ। ଏହି କ୍ରମରେ ମଧ୍ୟପ୍ରଦେଶରେ ସଂରକ୍ଷଣ ୫୦%ରୁ ୬୩%କୁ ବୃଦ୍ଧି ପାଇଛି।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories