www.samajalive.in
Wednesday, December 10, 2025
14.1 C
Bhubaneswar

ଏବେ ସର୍ବସାଧାରଣରେ ଧୂମପାନ କଲେ ଦେବାକୁ ପଡିବ ଅଧିକ ଜୋରିମାନା, ଜାଣନ୍ତୁ କେତେ

ନୂଆଦିଲ୍ଲୀ .- ଏବେ ସର୍ବ ସାଧାରଣରେ ଧୂମପାନ କଲେ ଦେବାକୁ ପଡିବା ଏକ ହଜାର ଟଙ୍କା ଜୋରିମାନା । ସିଏନ୍‌ବିସି ଆବାଜରେ ଏ ନେଇ ଏକ ଖବର ପ୍ରକାଶିତ ହୋଇଛି । ଏଥିପାଇଁ ସରକାର କୋଟପା ଆଇନରେ ସଂଶୋଧନ କରିବା ପାଇଁ ଯାଉଛନ୍ତି । ଏହି ଆଇନରେ ସରକାର ଜୋରିମାନା ପରିମାଣ ବୃଦ୍ଧି କରି ଏକ ହଜାର ଟଙ୍କା କରିବା ପାଇଁ ଯ।ଉଛନ୍ତି । ଏବେ ଆଇନ ଅନୁସାରେ ମାତ୍ର ୨୦୦ ଟଙ୍କା ଜୋରିମାନା ଦେବାକୁ ପଡୁଛି।

ସେହିପରି ନାବାଳକଙ୍କୁ ତମାଖୁ ଦ୍ରବ୍ୟ(ବିଡି,ସିଗାରେଟ୍‌, ଖଇନ) ବିକ୍ରି କଲେ ଅଧିକ ଜୋରିମାନା ଦେବାକୁ ପଡିବ । ସେହିପରି ବିଦ୍ୟାଳୟ ନିକଟରେ ଓ ଅନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି କଲେ ବହୁତ ଅଧିକ ଜୋରିମାନା ଦେବାପାଇଁ ନିୟମରେ ପରିବର୍ତ୍ତନ କରାଯାଉଛି । ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୦ ଫୁଟ୍‌ ମଧ୍ୟରେ ତମାଖୁ ଦ୍ରବ୍ୟ ବିକ୍ରି କରାଯାଇ ପାରିବ ନାହିଁ ।

- Advertisement -

ଏହି ଆଇନ ବଣରେ ଗତ ବର୍ଷ ୫ କୋଟି ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା । ତାମିଲନାଡୁରେ ଏଥିପାଇଁ ସର୍ବାଧିକ ଜୋରିମାନା ଆଦାୟ କରାଯାଇଛି । ଗୁଜୁରାଟରେ ଦ୍ୱିତୀୟ ସର୍ବାଧିକ ମାତ୍ର ବିହାର ଏଥିରେ ବହୁ ପଛରେ ରହିଛି ।

  • ସର୍ବ ସାଧାରଣରେ ଧୂମପାନ କଲେ ଦେବାକୁ ପଡିବା ଏକ ହଜାର ଟଙ୍କା ଜୋରିମାନା
  • ସେହିପରି ନାବାଳକଙ୍କୁ ତମାଖୁ ଦ୍ରବ୍ୟ(ବିଡି,ସିଗାରେଟ୍‌, ଖଇନ) ବିକ୍ରି କଲେ ଅଧିକ ଜୋରିମାନା ଦେବାକୁ ପଡିବବିଦ୍ୟାଳୟ ନିକଟରେ ଓ ଅନ୍ୟ ଶିକ୍ଷାନୁଷ୍ଠାନ ନିକଟରେ ତମାଖୁ ବିକ୍ରି କଲେ ବହୁତ ଅଧିକ ଜୋରିମାନା ଦେବାପାଇଁ ନିୟମରେ ପରିବର୍ତ୍ତନ କରାଯାଉଛି
  • ବିଦ୍ୟାଳୟ ଓ ମହାବିଦ୍ୟାଳୟର ୧୦ ଫୁଟ୍‌ ମଧ୍ୟରେ ତମାଖୁ ଦ୍ରବ୍ୟ ବିକ୍ରି କରାଯାଇ ପାରିବ ନାହିଁ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories