www.samajalive.in
Wednesday, December 10, 2025
14.1 C
Bhubaneswar

କୋଏନା ମିତ୍ରଙ୍କୁ ୬ ମାସ ଜେଲ

ମୁମ୍ବଇ : ବଲିଉଡ ମଡ଼େଲ ତଥା ଅଭିନେତ୍ରି କୋଏନା ମିତ୍ରଙ୍କୁ ଏକ ପୁରୁଣା ଚେକ୍ ବାଉନ୍ସ ମାମଲାରେ ମୁମ୍ବଇର ମେଟ୍ରୋପୋଲିଟନ୍ ମାଜିଷ୍ଟ୍ରେଟ୍ ଅଦାଲତ ଦୋଷୀ ସାବ୍ୟସ୍ତ କରିବା ସହ ୬ ମାସ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଅନ୍ଧେରୀ ମେଟ୍ରୋପଲିଟାନ୍ କୋର୍ଟ ମାଜିଷ୍ଟ୍ରେଟ୍ କେତକୀ ଚଭନ୍ ରାୟରେ ମଡେଲ୍ ତଥା ଅଭିଯୋଗକାରିଣୀ ପୁନମ୍ ସେଠୀଙ୍କୁ ୪.୬୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି।
ବର୍ଷ ୨୦୧୩ରେ ମଡେଲ୍ ପୁନମ୍ ସେଠୀ କୋଏନା ମିତ୍ରଙ୍କ ନାମରେ ଏକ ମାମଲା ରୁଜୁ କରିଥିଲେ। ମାମଲା ଅନୁଯାୟୀ, କୋଏନା ଭିନ୍ନ ଭିନ୍ନ ସମୟରେ ପୁନମ୍ଙ୍କଠାରୁ ୨୨ ଲକ୍ଷ ଟଙ୍କା କରଜ ନେଇଥିଲେ। ମାତ୍ର ଏହି ଟଙ୍କା ଫେୀରାଇବାରେ ବିଳମ୍ବ କରିଥିଲେ। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେ ୩ ଲକ୍ଷ ଟଙ୍କାର ଏକ ଚେକ୍ ଦେଇଥିଲେ। କିନ୍ତୁ ଏହାକୁ ବ୍ୟାଙ୍କ ଗ୍ରହଣ କରି ନ ଥିଲା। ଏନେଇ ପ୍ରଥମେ କୋଏନାଙ୍କୁ ଅଦାଲତ ଏକ ଲିଗାଲ ନୋଟିସ୍ ଦେଇଥଇଲା। ମାତ୍ର ଏହା ପରେ ମଧ୍ୟ ସେ ଟଙ୍କା ଫେରାଇନଥିଲେ। ମାମଲା କୋର୍ଟରେ ଗଡ଼ିବା ପରେ ଶେଷରେ କୋଏନାଙ୍କୁ ଜେଲ୍ଦଣ୍ଡାଦେଶ ମିଳିଛି।

ଅନ୍ୟପକ୍ଷରେ କୋଏନା ନିଜ ଉପରେ ହୋଇଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। କୋଏନା କହିଛନ୍ତି, ପୁନମଙ୍କ ଆର୍ଥିକ ସ୍ଥିତି ଏତେ ଭଲ ନୁହେଁ ଯେ ସେ ମୋତେ ଏତେ ଗୁଡାଏ ଟଙ୍କା କରଜ ଦେଇପାରିବେ। କିନ୍ତୁ ଅଦାଲତ କୋଏନାଙ୍କ ସମସ୍ଥ ଡ଼ି‌େଫନ୍ସକୁ ଖାରଜ କରିଦେଇଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories