www.samajalive.in
Sunday, December 14, 2025
26.1 C
Bhubaneswar

ମୁମ୍ବଇରେ ୧୦ ବର୍ଷରେ ୫୩ ହଜାର ଘଟଣା, ୬୬୬ ଜଣଙ୍କର ମୃତ୍ୟୁ

ମୁମ୍ବଇ .- ମୁମ୍ବଇରେ ଅନେକ ଗଗନଶ୍ଚୁମ୍ବୀ ଅଟ୍ଟାଳିକା ରହିଛି । ଏହି ଅଟ୍ଟାଳିକାମାନଙ୍କର ଅଗ୍ନିକାଣ୍ଡ ଘଟଣା କିଛି କମ୍‌ ନୁହେଁ । ଅନେକ ଅଟ୍ଟାଳିକାରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲେ ମଧ୍ୟ ଅଗ୍ନି କାଣ୍ଡ ବେଳେ ଏହା ବେଶ୍‌ ସଫଳ ଭାବରେ କାର୍ଯ୍ୟକାରୀ ହୋଇ ପାରୁ ନାହିଁ । ଗତ ୧୦ ବର୍ଷ ମଧ୍ୟରେ ମୁମ୍ବଇରେ ୫୩ ହଜାରଟି ଅଗ୍ନକାଣ୍ଡର ଘଟଣା ଘଟିଛି । ଏଥିରେ ୬୬୬ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନଙ୍କ ମଧ୍ୟରେ ୪୦୪ ଜଣ ପୁରୁଷ ଥିବା ବେଳେ ୨୨୩ ଜଣ ମହିଳା , ୩୪ ଜଣ ଶିଶୁ ଏବଂ ୫ ଜଣ ଅଗ୍ନିଶମ ବିଭାଗର କର୍ମଚାରୀ ଓ ଅଧିକାରୀ ରହିଛନ୍ତି ।

ମୁମ୍ବଇ ଏମ୍‌ଟିଏନ୍‌ଏଲ୍‌ର ଏକ ବହୁତଳ ପ୍ରାସାଦରେ ନିଆଁ ଲାଗିଛି . ଏଥିରେ ଅଗ୍ନିଶମ ବିଭାଗର ୧୪ଟି ଗାଡିକୁ ନିଆଁକୁ ଆୟତ୍ତ କରିବା ପାଇଁ ଲଗାଯାଇଛି । ଏହି ଅଟ୍ଟାଳିକାରୁ ୨୫ ଜଣଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବେଳେ ୭୫ ଜଣ ଏହା ଭିତରେ ଫସି ରହିଛନ୍ତି ।
ମୁମ୍ବାଇ ମହାନଗରରେ ଅନ୍ୟ ଏକ ଭୟଙ୍କର ଘଟଣା ହେଉଛି କମଳା ମିଲସ୍‌ ଅଗ୍ନିକାଣ୍ଡ । ୨୦୧୭ ମସିହା ଡିସେମ୍ବର ମାସରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଏଥିରେ ୧୪ ଜଣଙ୍କର ମୃତ୍ୟୁ ହୋଇଥିଲା । ରାଜ୍ୟ ରାଜନୀତିକୁ ବି ଦୋହଲାଇ ଦେଇଥିଲା ।

- Advertisement -

ଗତ ବର୍ଷ ୨୦୧୮ ମସିହାରେ ୩,୭୨୨ଟି ଅଗ୍ନିକାଣ୍ଡର ଘଟଣା ଘଟିଥିଲା । ଏଥିରେ ୪୩ ଜଣଙ୍କର ମୃତ୍ୟୁ ହୋଇଥିଲା । ୨୦୧୮ ଅଗଷ୍ଟମାସରେ କ୍ରିଷ୍ଟାଲ ଟାଓ୍ୱାରରେ ଅଗ୍ନିକାଣ୍ଡ ଘଟିବାରୁ ଅନେକ ଲୋକ ଆହତ ହୋଇଥିଲେ । ଏହା ମୁମ୍ବଇ ମହାନିଗର ନିଗମ କାର୍ଯ୍ୟାଳୟର ବିପରୀତ ଦିଗରେ ଅବସ୍ଥିତ । ସେହିପରି ଚେମ୍ବୁରରେ ଏକ ଘରେ ଅଗ୍ନିକାଣ୍ଡ ଘଟି ୫ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା ।

୨୦୧୮ ଡିସେମ୍ବର ୧୭ ତାରିଖରେ ଇଏସ୍‌ଆଇସି ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିଲା । ମମ୍ବଇରେ ଅଗ୍ନକାଣ୍ଡରେ ଅନେକ ଧନଜୀବନ ନଷ୍ଟ ହେଉଛି । ଏଥିପାଇଁ ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉ ନଥିବା ଅଭିଯୋଗ ହେଉଛି ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories