www.samajalive.in
Sunday, December 14, 2025
26.1 C
Bhubaneswar

ବଜ୍ରାଘାତରେ ଜଣେ ମୃତ, ଜଣେ ଗୁରୁତର

କାଲିମେଳା : ମାଲକାନଗିରି ଜିଲା କାଲିମେଳା ଅଞ୍ଚଳରେ ସୋମବାର ଅପରାହ୍ନ ୪ ଟା ସମୟରେ ପ୍ରବଳ ଝଡବର୍ଷା ସହ ଘଡଘଡି ମରୁଥିବା ପରିଲଖିତ ହୋଇଥିଲା। ଏହି ସମୟରେ ନିଜ ବାପା ପାଇଁ ଜମିକୁ ଭାତ ନେଇ ଯାଇଥିବା ୨ ଭଉଣୀଙ୍କ ଉପରେ ବଜ୍ରଘାତ ହେବାରୁ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ସୁଚନା ଅନୁସାରେ, କାଲିମେଳା ବ୍ଲକ ଅନ୍ତର୍ଗତ ନାଲାଗୁଣ୍ଠି ପଞ୍ଚ।।ୟତର ଏମପିଭି-୭୪ ପରିମଳ ମଣ୍ଡଳ ନିଜ କମିକୁ ଚାଷ କାମ କରିବାକୁ ଯାଇଥିଲେ। ଘରେ ଥିବା ପରିମଳଙ୍କ ଝିଅ ଅପରାଜିତା ମଣ୍ଡଳ(୧୭) ଏବଂ ତାଙ୍କ ସମ୍ପକୀୟ ଭଉଣୀ ସେହି ଗ୍ରାମର ଗୋବିନ୍ଦ ତରଫଦାରଙ୍କ ଝିଅ ବବିତା ତରଫଦାର(୧୭) ଦୁଇ ଭଉଣୀ ମିସି ଦିନ ୧ଟା ସମୟରେ ପରିମଳଙ୍କ ପାଇଁ ଭାତ ନେଇଯାଇଥିଲେ। ଭାର ଖାଇସାରିବା ପରେ ଏହି ଦୁଇ ଭଉଣୀ ଅପରାହ୍ନ ପ୍ରାୟ ୪ ଟା ସମୟରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ପ୍ରବଳ ବର୍ଷା ହୋଇଥିଲା। ବର୍ଷାରୁ ରକ୍ଷା ପାଇବା ପାଇଁ ଅପରାଜିତା ଓ ବବିତା ଏକ ଗଛ ମୁଳକୁ ଯିବାକୁ ଚେଷ୍ଟା କରୁଥିବା ବେଳେ ହଠାତ୍‍ ସେହି ଗଛ ଉପରେ ବଜ୍ର ପଡିବାରୁ ଆଗରେ ଥିବା ଅପରାଜିତା ଉପରେ ପଡିଥିଲା। ବବିତା ଉପରେ ଆଂଶିକ ଆଘାତ ଲାଗିଥିଲା। କିନ୍ତୁ ବଜ୍ରାଘାତରେ ଘଟଣା ସ୍ଥାଳରେ ହିଁ ଅପରାଜିତାର ମୃତ୍ୟୁ ହୋଇଯାଇଥିଲା। ସଙ୍ଗେ ସଙ୍ଗେ ଏହି ଦୁଇଜଣଙ୍କୁ କାଲିମେଳା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅପରାଜିତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ଏମଭି-୭୯ ପୁାଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି। ସୁଚନା ଯୋଗ୍ୟ, ଗତ ୩ ଦିନ ତଳେ ତେଲରାଇ ପଞ୍ଚାୟତର କୁଞ୍ଜଗୁଡା ଗ୍ରାମରେ ଗଙ୍ଗା ମାଡକାମି ନାମକ ଜଣେ ଯୁବକ ଜମିକୁ ଚାଷ କରିବାକୁ ଯାଇ ବଜ୍ରାଘାତରେ ପ୍ରାଣ ହରାଇଥିଲେ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories