www.samajalive.in
Wednesday, December 10, 2025
23.1 C
Bhubaneswar

ଅନୁଗୋଳ ନାବାଳିକା ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣାକୁ ନେଇ ଗୃହରେ ଉଦ୍‌ବେଗ

ଭୁବନେଶ୍ଵର: ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପଟେ ଜଣେ ନାବାଳିକାଙ୍କୁ ଶନିବାର ବିଳମ୍ବିତ ରାତିରେ ବଳାତ୍କାର ପରେ ହତ୍ୟା ଉଦ୍ୟମ ମାମଲା ସୋମବାର ବିଧାନସଭାରେ ଉଠିଥିଲା। ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏହି ପ୍ରସଙ୍ଗ ଉଠାଇ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ପ୍ରଦୀପ୍ତ କହିଥିଲେ। ସେହିପରି ରାଜ୍ୟରେ ଶିଶୁ ନିଖୋଜ ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ନେତା ଉଦବେଗ ପ୍ରକାଶ କରିଥିଲେ। ପ୍ରଦୀପ୍ତ କହିଥିଲେ ଯେ, ଶିଶୁମାନଙ୍କୁ କିଏ ଚୋରି କରୁଛି, କେଉଁଆଡ଼େ ଏବଂ କାହିଁକି ନେଉଛି ? ସେମାନଙ୍କୁ ଦେହ ବ୍ୟବସାୟରେ ଲିପ୍ତ କରାଯାଉଛି ନା ଅଙ୍ଗପ୍ରତ୍ୟେଙ୍ଗ କାରବାର କରାଯାଉଛି ବୋଲି ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଶନିବାର ରାତିରେ ଅନୁଗୋଳ ସହରରେ ଜଣେ ନାବାଳିକା ପରିବାର ଲୋକଙ୍କ ସହିତ ଶୋଇଥିବାବେଳେ ଦୁର୍ବୃତ୍ତ ତାଙ୍କୁ ଉଠାଇନେଇ ବଳାତ୍କାର କରିଥିଲେ। ଅନୁଗୋଳ ବସ୍‌ଷ୍ଟାଣ୍ଡ ନିକଟ ଆହାର କେନ୍ଦ୍ର ପଛପଟେ ଥିବା ଏକ ଅଳିଆ ଗଦାରୁ ରବିବାର ସକାଳେ ନାବାଳିକାଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯିବା ପରେ ଏହି ଘଟଣା ପଦାକୁ ଆସିଛି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories