www.samajalive.in
Thursday, December 11, 2025
18.1 C
Bhubaneswar

ଅଭିନେତା ଏଜାଜ ଖାନ ଗିରଫ

ମୁମ୍ବଇ : ଟିକଟକ୍‍ ଆପରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ଭିଡିଓ ଅପଲୋଡ଼ କରିବା ଅଭିଯୋଗରେ ବିବାଦୀୟ ଅଭିନେତା ଏଜାଜ ଖାନଙ୍କୁ ଗୁରୁବାର ମହାରାଷ୍ଟ୍ର ସାଇବର ପୁଲିସ୍‍ ଗିରଫ କରିଛି।
ପୁଲିସ୍‍ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ କିଛି ଦିନ ତଳେ ଏଜାଜ ଟିକଟକରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟିକାରୀ ୨ଟି ଭିଡିଓ ଅପଲୋଡ଼ କରିଥିଲେ। ଏହାକୁ ନେଇ ଶିବସେନାର ଜଣେ କର୍ମକର୍ତ୍ତା ପୁଲିସରେ ଲିଖିତ ଅଭିଯୋଗ କରିଥିଲେ। ଝାଡ଼ଖଣ୍ଡରେ କେତେକ ଲୋକ ତାବ୍ରେଜ ଅନ୍ସାରୀ ନାମକ ଜଣେ ମୁସଲମାନ ଯୁବକଙ୍କୁ ହତ୍ୟା କରିବା ଘଟଣାକୁ ନେଇ ଏଜାଜ ଏହି ଭିଡିଓ ପ୍ରସ୍ତୁତ କରିଥିଲେ। ଗୋଟିଏ ଭିଡିଓରେ ସେ ପୁଲିସକୁ ସମାଲୋଚନା କରୁଥିବାର ଦେଖିବାକୁ ମିଳିଥିଲା। ସାଇବର ପୁଲିସ୍‍ ଭିଓଡକୁ ଯାଞ୍ଚ କରିବା ପରେ ବୁଧବାର ମାମଲା ରୁଜୁ କରିଥିଲା। ଗୁରୁବାର ଏଜାଜକୁ ଗିରଫ କରାଯାଇଛି। ଏହା ପୂର୍ବରୁ ମଧ୍ୟ ସେ ମାରପିଟ ଏବଂ ଡ୍ରଗ୍ସ ରଖିବା ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ। ନିଜର କଥାବାର୍ତ୍ତ ଓ ଚାଲିଚଳନକୁ ନେଇ ଏଜାଜ ବିବାଦୀୟ ହୋଇପଡିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories