www.samajalive.in
Thursday, December 11, 2025
15.1 C
Bhubaneswar

ଦିନକ ପରେ ପାଟକୁରାରେ ମତଦାନ; ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪୪୭୪୭ ଭୋଟର

ଭୁବନେଶ୍ୱର : ଆଉ ଦିନକ ପରେ ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶନିବାର ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ଶାନ୍ତି ଶୃଙ୍ଖଳାର ସହିତ ଅବାଧ ମତ ଗ୍ରହଣ ପାଇଁ ସିସିଟିଭି ସହ ଭିଡ଼ିଓଗ୍ରାଫି ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନମଣ୍ଡଳୀରେ ୧୩୮ଟି ସମ୍ବେଦନଶୀଳ ପୁଲିଂ ଷ୍ଟେସନ୍ ଚିହ୍ନଟ କରାଯାଇଛି। ସେହିପରି ସମସ୍ତ ମତଦାନ କେନ୍ଦ୍ରରେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ବତନ୍ତ୍ର ସୁବିଧା ସହିତ ମୌଳିକ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନିଆଯାଇଛି। ପାଟକୁରା ବିଧାନସଭା ଆସନ ନିର୍ବାଚନ ପାଇଁ ସମୁଦାୟ ୩୦୯ଟି ପୁଲିଂ ଷ୍ଟେସନ୍‌ରେ ୨୪୪୭୪୭ ଜଣ ଭୋଟର ନିଜ ମତାଧିକାର ସାବ୍ୟସ୍ତ କରିବେ। ଏହି ଆସନ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ୧୦ ପ୍ରାର୍ଥୀଙ୍କ ମଧ୍ୟରୁ ଜଣେ ମହିଳା ପ୍ରାର୍ଥୀ ଅଛନ୍ତି। ପାଟକୁରା ନିର୍ବାଚନମଣ୍ଡଳୀରେ ୧୨୭୪୩୧ ପୁରୁଷ, ୧୧୭୩୦୬ ମହିଳା ଓ ୧୦ ତୃତୀୟ ଲିଙ୍ଗୀ ଭୋଟର ଅଛନ୍ତି। ସେହିପରି ୬୩୨ ଜଣ ଚାକିରିଆ ଭୋଟରଙ୍କ ମଧ୍ୟରୁ ୬୦୪ ଜଣ ପୁରୁଷ ଓ ୨୮ ମହିଳା ଅନ୍ତର୍ଭୁକ୍ତ। ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ହସ୍ତଗତ ସୂଚନା ଅନୁସାରେ ନିର୍ବାଚନ ପରିଚାଳନା ପାଇଁ ୧୭୦୦ ପୁଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି। ସେହିପରି ୫ ଜୋନାଲ୍ ସେକ୍ଟର ମାଜିଷ୍ଟ୍ରେଟ୍ ନିର୍ବାଚନ କାର୍ଯ୍ୟ ତଦାରଖ କରିବେ। ପାଟକୁରା ଆସନରେ ୨୮୭ଟି ସ୍ଥାନରେ ୩୦୯ଟି ମତଦାନ କେନ୍ଦ୍ର କରାଯାଇଛି ଏବଂ ସେଥିରୁ ୧୩୮ଟି ବୁଥ୍‌ ସେମ୍ବଦନଶୀଳ। ଏହାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ୪ କମ୍ପାନୀ ସିଏପିଏଫ୍‌ ମୁତୟନ କରାଯାଇଛି। ୪୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଥିବା ବେଳେ ୧୫ଟି ସ୍ଥାନରେ ଭିଡ଼ିଓଗ୍ରାଫି ଏବଂ ୩୧ଟି ଷ୍ଟେସନ୍‌ରେ ୱେବ୍ କାଷ୍ଟିଂ କରାଯିବ। ଏହି କାର୍ଯ୍ୟରେ ୫୨ ଜଣ ମାଇକ୍ରୋ ଅବଜର୍‌ଭର୍ ନିଯୁକ୍ତ ହୋଇଛନ୍ତି।
ଦିବ୍ୟାଙ୍ଗ ଭୋଟରଙ୍କ ସହାୟତା ପାଇଁ ରାମ୍ପ୍‌, ହ୍ବିଲ୍‌ଚେୟାର ଆଦିର ବ୍ୟବସ୍ଥା କରାଯାଇଛି। ଦୃଷ୍ଟିହୀନ ଭୋଟରଙ୍କ ପାଇଁ ବ୍ରେଲି ଲିପି ଥିବା ୩୦୯ଟି ଡମି ବାଲଟ ପେପର୍ ଯୋଗାଇ ଦିଆଯାଇଛି। ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ସହାୟତା ପାଇଁ ୬୧୮ ଜଣ ସ୍ବେଚ୍ଛାସେବୀ ବିଭିନ୍ନ ମତଦାନ କେନ୍ଦ୍ରରେ ନିୟୋଜିତ ହୋଇଛନ୍ତି। ଦିବ୍ୟାଙ୍ଗ ଭୋଟରଙ୍କ ପରିବହନ ପାଇଁ ୫୧ଟି ଚାରି ଚକିଆ ଗାଡ଼ି ନିୟୋଜିତ ହୋଇଛି। ସେହିପରି ସମସ୍ତ ସ୍ଥାନରେ ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ଶୌଚାଳୟ ଓ ବସିବା ପାଇଁ ଚୌକି ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ସୁଦ୍ଧା ପାଟକୁରା ବିଧାନସଭା ଆସନରୁ ପୁଲିସ ଚଢ଼ଉ କରି ୬୩ ବୋତଲ ମଦ ଜବତ କରିଛି। କିନ୍ତୁ ଏପର୍ଯ୍ୟନ୍ତ ନଗଦ ଟଙ୍କା ଜବତ ହୋଇନାହିଁ। ନିର୍ବାଚନରେ ଗଣ୍ଡଗୋଳ ଆଶଙ୍କା ଥିବାରୁ ଏଥିପାଇଁ ୮ଟି ଜାମିନ୍ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରାଯିବା ସହ ୨୨୪ ଜଣଙ୍କୁ ପୁଲିସ ଅଟକ ରଖିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories