www.samajalive.in
Wednesday, December 10, 2025
26.1 C
Bhubaneswar

ରାଉରକେଲା : ମଦ ବିକ୍ରିରେ ସରକାର ବର୍ଷକୁ ପାଉଛନ୍ତି ୮୦କୋଟି

ରାଉରକେଲା : ରାଉରକେଲାରେ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କାର ବିଦେଶୀ ମଦ ବିକ୍ରି ହେଉଛି। ଗତ ୫ ବର୍ଷରେ ରାଉରକେଲା ଅବକାରୀ ବିଭାଗ ରାଜ୍ୟ ରାଜକୋଷକୁ ପ୍ରାୟ ୪୦୦ କୋଟି ଟଙ୍କାର ରାଜସ୍ୱ ଦେଇଥିବା ସୂଚନା ମିଳିଛି। ସହରରେ ଏବେ ୧୯ଟି ଠିପି ବନ୍ଦ (ଅଫ୍‌ ସପ୍‌) ଓ ୧୪ଟି ଠିପି ଖୋଲା (ଅନ୍‌ ସପ୍‌ ବା ବାର) ଲାଇସେନ୍ସପ୍ରାପ୍ତ ବିଦେଶୀ ମଦ ଦୋକାନ ରହିଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି।
ରାଜ୍ୟରେ ମଦ ଦୋକାନୀଙ୍କୁ ପୁରସ୍କୃତ କରାଯିବା ନେଇ ବିଧାନସଭା ଷ୍ଟାଣ୍ଡିଂ କମିଟିର ସୁପାରିଶ ପରେ ବିବାଦ ଠିଆ ହୋଇଛି। ରାଜସ୍ୱ ବୃଦ୍ଧି ଉଦ୍ଦେଶ୍ୟରେ ଷ୍ଟାଣ୍ଡିଂ କମିଟି ଏଭଳି ଏକ ରିପୋର୍ଟ ବିଧାନସଭାରେ ଦାଖଲ କରିଛି। ଏହାକୁ ବିରୋଧୀ ରାଜନୈତିକ ଦଳମାନେ ସରଗରମ ପ୍ରସଙ୍ଗ କରିଥିବା ବେଳେ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ଧାର୍ମିକ ସଂଗଠନ ପକ୍ଷରୁ ଏଭଳି ଯୋଜନାକୁ ବିରୋଧ କରାଯାଇଛି।
ଏହି ପ୍ରସଙ୍ଗରେ ଇସ୍ପାତ ସହର ରାଉରକେଲାରେ ବିଦେଶୀ ମଦ କାରବାର ନେଇ ଅନୁସନ୍ଧାନ କରାଯାଇଥିଲା। ଗତ ୫ ବର୍ଷ ଭିତରେ ରାଉରକେଲା ଅବକାରୀ ବିଭାଗ ରାଜ୍ୟ ରାଜକୋଷକୁ ପ୍ରାୟ ୫୦୦ କୋଟି ଟଙ୍କା ରାଜସ୍ୱ ଦେଇଛି। ୨୦୧୪-୧୫ ଆର୍ଥିିକ ବର୍ଷରେ ଇସ୍ପାତ ସହରରେ ୨୪ଟି ଲାଇସେନ୍ସପ୍ରାପ୍ତ ଠିପି ବନ୍ଦ ଓ ୧୫ଟି ଠିପି ଖୋଲା (ରେଷ୍ଟୁରାଣ୍ଟ ସହିତ ବାର, ଲଜିଂ ସହିତ ବାର୍‌) ମଦ ଦୋକାନ ରହିଥିଲା। ରାଜସ୍ୱ ବାବଦରେ ରାଜ୍ୟ ସରକାରଙ୍କ ରାଜକୋଷକୁ ୭୧ କୋଟି ୨୭ ଲକ୍ଷ ୯୨ ହଜାର ୪୯୭ ଟଙ୍କା ଯାଇଛି। ସଦ୍ୟ ଶେଷ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷରେ ଠିପି ବନ୍ଦ ମଦ ଦୋକାନ ସଂଖ୍ୟା ପୁଣି ୨୧କୁ ବୃଦ୍ଧି ପାଇଥିଲା ବେଳେ ଠିପି ଖୋଲା ମଦ ଦୋକାନ ସଂଖ୍ୟା ସେହି ୧୪ରେ ସୀମିତ ରହିଥିଲା। ଆଲୋଚିତ ବର୍ଷରେ ସହରରେ ପ୍ରାୟ ୧୮ ଲକ୍ଷ ୧୫ ହଜାର ୧୨୭ ବଲ୍କ ଲିଟର ବିଦେଶୀ ମଦ ବିକ୍ରି ହୋଇଥିବା ବେଳେ ୧୮ ଲକ୍ଷ ୮୩ ହଜାର ୩୮୦ ଲିଟର ବିୟର ବିକି୍ର ହୋଇଛି। ରାଜ୍ୟ ସରକାର ରାଉରକେଲାରୁ ଅବକାରୀ ଶୁଳ୍କ ବାବଦରେ ୭୮ କୋଟି ୯୨ ଲକ୍ଷ ୧୩ ହଜାର ୪୬୩ ଟଙ୍କା ଏବଂ ଲାଇସେନ୍ସ ଫି ବାବଦରେ ୨ କୋଟି ୯୭ ଲକ୍ଷ ୧୪ ହଜାର ୫୨୦ ଟଙ୍କା ପାଇଛନ୍ତି। ବିଗତ ୫ ବର୍ଷରେ ସହରର ମଦ ପିଉଥିବା ଲୋକେ କେବଳ ବିଦେଶୀ ମଦରେ ପ୍ରାୟ ୫୦୦ କୋଟି ଟଙ୍କା ଉଡ଼ାଇ ଦେଇଥିବା ଏହି ତଥ୍ୟରୁ ସୂଚନା ମିଳିଛି।

Hot this week

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

Related Articles

Popular Categories