ଆଞ୍ଚଳିକ
– ଶସ୍ୟ ବୀମା ପ୍ରଦାନ ଦାବିରେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ
– ଆଜି ପାଟକୁରା ଗସ୍ତରେ ଯାଇ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ୱାଲଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
– କୋଲକାତା ଧୂଲାଗଡ଼ରେ ଏକ ସଡ଼କ ଦୁର୍ଘଟଣାରେ ୫ ଓଡ଼ିଆ ଯୁବକ ମୃତ
– ହାଇଟେକ୍ ଜମି ଠକେଇ ମାମଲାରେ ସଂସ୍ଥାର ଜମା ଥିବା ୬୩ କୋଟି ୫୫ ଲକ୍ଷ ୪୯ ହଜାର ଟଙ୍କା କ୍ଷତିଗ୍ରସ୍ତଙ୍କ ମଧ୍ୟରେ ବାଣ୍ଟିବାକୁ ସ୍ୱତନ୍ତ୍ର ଚିଟ୍ଫଣ୍ଡ ଅଦାଲତଙ୍କ ନିର୍ଦ୍ଦେଶ
– ସମାଜସେବୀ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ
– ବିଧାନସଭା ଶୂନ୍ୟକାଳରେ ଆଜି ମନ୍ତ୍ରୀ ଓ ବିଧାୟକଙ୍କ ଅନୁପସ୍ଥିତିକୁ ନେଇ ବିରୋଧୀ ଦଳର ଶାସକ ଦଳକୁ ଟାର୍ଗେଟ
– ଜମି ବିବାଦକୁ ନେଇ ଜଣେ ବିଧବା ମହିଳାଙ୍କୁ ଥାନାରେ ମାଡ଼ ମାରିବା ଅଭିଯୋଗରେ ବଲାଙ୍ଗିର ଟାଉନ୍ ଥାନା କନଷ୍ଟେବଲ ଅଞ୍ଜନ ପ୍ରଧାନ ଗିରଫ
– ଜନତାଙ୍କ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଖାଦ୍ୟ ଯୋଗାଣ ବିଭାଗ ତରଫରୁ ଏକୀକୃତ ଅଭିଯୋଗ ନମ୍ବର ଜାରି, ଅନଲାଇନ୍ ଅଭିଯୋଗ ନମ୍ବର ହେଉଛି ୧୯୬୭
– ଆଦିବାସୀ ଠାକୁରଙ୍କ ମୂର୍ତ୍ତି ପୋଡ଼ି ଓ ଆଦିବାସୀ ବିରୋଧୀ ମନ୍ତବ୍ୟ ଅଭିଯୋଗରେ ଲୋକ ପ୍ରତିନିଧିଙ୍କ ପାଇଁ ସ୍ବତନ୍ତ୍ର କୋର୍ଟ ତଥା ଭୁବନେଶ୍ବର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(୩)ଙ୍କ କୋର୍ଟରେ ଆସନ୍ତା ଅଗଷ୍ଟ ୭ ତାରିଖରେ ହାଜର ହେବେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ
– ଜୟପୁର ହାତୀଶାଳ ଛକ ନିକଟରେ ପୁଲିସ ସହ ଗୁଳି ବିନିମୟରେ ଦୁର୍ଦ୍ଦାନ୍ତ ଅପରାଧୀ କାବୁଲ ଖାରା ଆହତ
– ବିଜେପିର ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ, ଖୋଲାଖୋଲି ଭାବରେ ଟଙ୍କା ବଣ୍ଟା ଯାଉଛି ପାଟକୁରାରେ
– ରାଜ୍ୟରେ ୫୧ ଲକ୍ଷ ୫୨୯୦ ଚାଷୀଙ୍କୁ କାଳିଆ ଟଙ୍କା ମିଳିଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ
– ମୟୂରଭଞ୍ଜ ଜିଲ୍ଲା ଉଦଳା କୁଟଲିଂ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର
– ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ପୁରୀ ଜିଲ୍ଲା ପ୍ରଶାସନର ସ୍ୱତନ୍ତ୍ର ପଦକ୍ଷେପ – ଶ୍ରୀମନ୍ଦିରରୁ ଶ୍ରୀନଅର ଯାଏଁ ନୋ ପାର୍କିଂ ଜୋନ
– କେନ୍ଦୁଝର ଜିଲ୍ଲାରେ ବଜ୍ରପାତରେ ୩ ମୃତ
ଜାତୀୟ
– କର୍ଣ୍ଣାଟକ ରାଜନୈତିକ ସଙ୍କଟ ନେଇ ବିଧାୟକଙ୍କ ଇସ୍ତଫା ସଂପର୍କରେ କେବଳ ବାଚସ୍ପତି ହିଁ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ
– ମୁମ୍ବାଇ ଡୋଙ୍ଗ୍ରୀ ଅଞ୍ଚଳରେ କୋଠା ଭୁଶୁଡ଼ିବା ଘଟଣାରେ ମୃତକଙ୍କ ସଂଖ୍ୟା ୧୪କୁ ବୃଦ୍ଧି
– ଶ୍ରୀଲଙ୍କାରେ ପ୍ରସ୍ତାବିତ ସୀତା ଦେବୀଙ୍କ ମନ୍ଦିର ନିର୍ମାଣ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ ଓ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ମୁହାଁମୁହିଁ
– ଆସନ୍ତା ୨୧ ତାରିଖ ଅପରାହ୍ଣ କିମ୍ବା ୨୨ ତାରିଖ ସକାଳେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ହେବା ନେଇ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଘୋଷଣା
– ଆସନ୍ତା ୨୦୨୩ ଏପ୍ରିଲ ସୁଦ୍ଧା ଋଷିଆ ଭାରତକୁ ଏସ-୪୦୦ ଟ୍ରିୟମ୍ଫ ମିସାଇଲ ଡିଫେନ୍ସ ସିଷ୍ଟମ ଦେବା ନେଇ କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକଙ୍କ ଦୃଢୋକ୍ତି
– ଆସନ୍ତାକାଲି କର୍ଣ୍ଣାଟକରେ ହେବାକୁ ଥିବା ଆସ୍ଥାଭୋଟ୍ରେ ବିଦ୍ରୋହୀ ବିଧାୟକମାନେ ଭାଗ ନେବା ସେମାନଙ୍କ ଇଛାଧିନ ବୋଲି କହିଲେ ସୁପ୍ରିମ୍କୋର୍ଟ
– ଗୁଜରାଟ ବନାସକାଣ୍ଠା ଠାକୁର ସମ୍ପଦ୍ରାୟର ନୂଆ ନିୟମ – ଅବିବାହିତ ଝିଅକୁ ମୋବାଇଲ ମନା, ଉଲ୍ଲଂଘନ କଲେ ଝିଅର ବାପାଙ୍କୁ ୧.୫୦ ଲକ୍ଷ ଟଙ୍କା ଜରିମାନା
– ଜମ୍ମୁ-କାଶ୍ମୀର ସୋପୋରରେ ୨ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଠାବ କରିବାକୁ ସର୍ଚ୍ଚ ଅପରେସନ ଜାରି, ଇଂଟରନେଟ୍ ସେବା ବନ୍ଦ କଲା ପ୍ରଶାସନ
ଆନ୍ତର୍ଜାତିକ
– ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ହାଫିଜ୍ ସୟିଦ, ଲାହୋରରୁ ଗୁଜରନୱାଲା ଯାଉଥିବା ବେଳେ ଗିରଫ କଲା ପୁଲିସ
– ଲଣ୍ଡନସ୍ଥିତ ଏକ ହସ୍ପିଟାଲ୍ରେ ପାଖାପାଖି ୫୫ଘଣ୍ଟା ଅସ୍ତ୍ରୋପଚାର ପରେ ପାକିସ୍ତାନର ଦୁଇବର୍ଷର ଯାଆଁଳା ଭଉଣୀଙ୍କ ଜନ୍ମରୁ ଥିବା ଯୋଡ଼ା ମୁଣ୍ଡକୁ ଅଲଗା କରିବାରେ ସଫଳତା ହାସଲ କଲେ ଡାକ୍ତର



