www.samajalive.in
Wednesday, December 10, 2025
16.1 C
Bhubaneswar

୧୪୯ ବର୍ଷ ପରେ ଆସିଛି ଏହି ଚନ୍ଦ୍ରଗ୍ରହଣ : କିଛି ବିଶେଷ ଉପାୟ ଆପଣାଇ ପାଆନ୍ତୁ ଅନେକ ଲାଭ

୧୬ ଜୁଲାଇ ଗୁରୁପୂର୍ଣ୍ଣିମାରେ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଲାଗୁଛି। ଏହି ଚନ୍ଦ୍ରଗ୍ରହଣ ଅନେକ କାରଣକୁ ବହୁତ ଖାସ୍‍। ଏଥର ଚନ୍ଦ୍ରଗ୍ରହଣରେ ସେହି ଦୁର୍ଲଭ ଯୋଗ ରହିଛି ଯାହା ୧୪୯ ବର୍ଷ ପୂର୍ବେ ୧୨ ଜୁଲାଇ ୧୮୭୦ର ଗୁରୁପୂର୍ଣ୍ଣିମାରେ ହୋଇଥିଲା। ତେବେ ସାଧାରଣତଃ ଅନେକ ଲୋକ ଗ୍ରହଣକୁ କେବଳ ଅଶୁଭ ବୋଲି ମନେକରନ୍ତି। ହେଲେ କିଛି ଉପାୟ ଅବଲମ୍ବନ ଦ୍ବାରା ଗ୍ରହଣ ସମୟରେ ଆପଣ ଅନେକ ଲାଭ ମଧ୍ୟ ପାଇପାରିବେ।

ଏହି ତିନି ଉପାୟ ଆପଣାଇଲେ ପାଇବେ ଅନେକ ଲାଭ :

- Advertisement -

୧. ଯଦି ଘରେ କେହି ଦୀର୍ଘଦିନ ଧରି ରୋଗରେ ପଡ଼ିଛନ୍ତି, ତେବେ ଗ୍ରହଣ ଛାଡ଼ିବା ପରେ ଘିଅ ଓ କ୍ଷୀରରେ ଯଜ୍ଞ ଆଦି କରିବା ଦ୍ବାରା ଲାଭ ମିଳିଥାଏ। ଚନ୍ଦ୍ରମା ଖରାପ ସ୍ଥିତିରେ ଥିଲେ, ‘ଓଁ ଚନ୍ଦ୍ରାୟ ନମଃ’ ମନ୍ତ୍ର ଜପ କରନ୍ତୁ।
୨. ଗ୍ରହଣ ସମୟରେ ପ୍ରାଣାୟମ ଓ ବ୍ୟାୟାମ କରିବା ସହ ସକରାତ୍ମକ ଚିନ୍ତାଧାରା ରଖିବା ଉଚିତ। ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଘରକୁ ଶୁଦ୍ଧ କରିବା ପାଇଁ ଗଙ୍ଗାଜଳ ସିଞ୍ଚନ କରନ୍ତୁ।
୩. ଗ୍ରହଣ ସମାପ୍ତ ହେବା ପରେ ନିଜେ ସ୍ନାନ କରି ଭଗବାନଙ୍କ ମୂର୍ତ୍ତିକୁ ସ୍ନାନ କରାନ୍ତୁ ଏବଂ ତାଙ୍କ ପୂଜା କରନ୍ତୁ। ଏହାସହିତ ଗରିବ ଓ ବ୍ରାହ୍ମଣଙ୍କୁ ଅନ୍ନ ଦାନ କରିବା ଆବଶ୍ୟକ। ଏହାଦ୍ବାରା ଅନେକ ସମସ୍ୟାର ସମାଧାନ ହେବା ସହ ଖୁବ୍ ପୁଣ୍ୟ ତଥା ଲାଭ ମିଳିଥାଏ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories