www.samajalive.in
Friday, December 12, 2025
27.1 C
Bhubaneswar

ଆସାମରେ ବନ୍ୟା ପରିସ୍ଥିତି ଅପରିବର୍ତ୍ତିତ : ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଗୁଆହାଟୀ : ଆସାମରେ ବନ୍ୟା ପରିସ୍ଥିତି ସୁଧୁରିବାର ନାଁ ଧରୁନି । ବନ୍ୟାଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚଛି। ଅବିଶ୍ରାନ୍ତ ବର୍ଷା ଯୋଗୁଁ ତେତେକ ସ୍ଥାନରେ ପରିସ୍ଥିତ ଉଦବେଗଜନକ ହୋଇଛି । ବନ୍ୟାରେ ରାଜ୍ୟର ୨୫ଟି ଜିଲ୍ଲାରେ ୧୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସେନା ବାହିନୀ, ଏନଡିଆରଏଫ୍‍, ଏସ୍‍ଡିଆର୍‍ଏଫ୍‍ ଓ ସ୍ଥାନୀୟ ଲୋକମାନଙ୍କୁ ବିଭିନ୍ନ ସାହାଯ୍ୟ ଓ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି । ସାମ୍ପ୍ରତିକ ବନ୍ୟାରେ ରାଜ୍ୟରେ ୫୦ ହଜାର ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି।
ବିଭିନ୍ନ ସ୍ଥାନରେ ରାସ୍ତା ଓ ଛୋଟ ବଡ଼ ପୋଲ ଧୋଇ ଯିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅଧିକାଂଶ ସ୍ଥାନରେ କାଠ ପୋଲଗୁଡ଼ିକ ଭାସିଯାଇଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି।  ରାଜ୍ୟର କାଜିରଙ୍ଗା ଜାତୀୟ ଉଦ୍ୟାନ ସମେତ ଅଧିକାଂଶ ବନ୍ୟପ୍ରାଣୀ ବସବାସ କରୁଥିବା ଅନ୍ୟାନ୍ୟ ଅଞ୍ଚଳ ପାଣିରେ ବୁଡ଼ିରହିଛି। ଏହାର ସୁଯୋଗ ନେଇ ବେଆଇନ ଶିକାରର ସମ୍ଭାବନା ବୃଦ୍ଧି ପାଇଛି। ସେଥିପାଇଁ କର୍ତ୍ତୃପକ୍ଷ କଡ଼ା ନଜର ରଖିଛନ୍ତି। ସରକାରୀ ତଥ୍ୟ ଅନୁସାରେ ଏହି ବନ୍ୟା କ୍ଷତିଗ୍ରସ୍ତ ଲୋକଙ୍କୁ ଶିଶୁ ଖାଦ୍ୟ ସମେତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ଓ ରିଲିଫ୍‍ ସାମଗ୍ରୀ ଯୋଗାଇ ଦିଆଯାଉଛି। ରାଜ୍ୟର ମନ୍ତ୍ରୀମାନେ ବିଭିନ୍ନ ଅଞ୍ଚଳ ଗସ୍ତକରି ପରିସ୍ଥିତି ଅନୁଧ୍ୟାନ କରୁଛନ୍ତି।

Hot this week

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

Related Articles

Popular Categories