ଅନେକ ରୋଗରୁ ରକ୍ଷା କରେ ବିନ୍ସ
ଏହା ଆମେ ଜାଣନ୍ତି ଯେ ସବୁଜ ପନିପରିବା ଖାଇବା ସ୍ବାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ ହୋଇଥାଏ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ ଓ ଶରୀରକୁ ସୁସ୍ଥ ରଖିଥାଏ। ସବୁଜ ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ବିଭିନ୍ନ ପ୍ରକାର ସବୁଜ ପନିପରିବା ମଧ୍ୟରୁ ଏକ ପରିବା ହେଉଛି ବିନ୍ସ। ଏହାକୁ ଖାଇବା ଦ୍ବାରା ଶରୀରକୁ ଅନେକ ଲାଭ ମିଳିଥାଏ। ତେବେ ଆସନ୍ତୁ ଜାଣିବା ବିନ୍ସ ଖାଇବାର ଲାଭ ବିଷୟରେ –
-ବିନ୍ସ ଖାଇବା ଦ୍ବାରା ହୃଦଘାତ ହେବାର ଆଶଙ୍କା କମ୍ ହୋଇଥାଏ।
-ବିନ୍ସ ଖାଇବା ଦ୍ବାରା ଶରୀରରେ କୋଲେଷ୍ଟ୍ରଲର ସ୍ତର କମ୍ ହୋଇଥାଏ। ଏହାସହ ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ।
-ବିନ୍ସ ଖାଇବା ଦ୍ବାରା ରକ୍ତରେ ଶର୍କରାର ମାତ୍ରା ନିୟନ୍ତ୍ରିତ ରହିଥାଏ। ଯଦ୍ବାରା ମଧୁମେହ ରୋଗ ହେବାର ଆଶଙ୍କା କମ୍ ହୋଇଥାଏ।
-ସପ୍ତାହକୁ ୩ରୁ ୪ଥର ବିନ୍ସ ଖାଇବା ଦ୍ବାରା କର୍କଟ ରୋଗରୁ ମଧ୍ୟ ରକ୍ଷା ମିଳିପାରିବ।
-ବିନ୍ସ ଖାଇବା ଦ୍ବାରା ଶରୀରରୁ ଚର୍ବି ଅଂଶ କମ୍ ହୋଇଥାଏ। ଯଦ୍ବାରା ମେଦବହୁଳତା ଦୂର ହୋଇଥାଏ।
Comments are closed.