www.samajalive.in
Wednesday, December 10, 2025
23.1 C
Bhubaneswar

ପୂର୍ବ, ଉତ୍ତର ଏବଂ ଉତ୍ତର ପୂର୍ବାଞ୍ଚଳରେ ବନ୍ୟା ପରିସ୍ଥିତି

ନୂଆଦିଲ୍ଲୀ : ପୂର୍ବ, ଉତ୍ତର ଏବଂ ଉତ୍ତର ପୂର୍ବାଞ୍ଚଳରେ ଗମ୍ଭୀର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଉତ୍ତର ପ୍ରଦେଶର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଛି। ରାଜ୍ୟର ପୂର୍ବଭାଗ ଭୀଷଣ ବର୍ଷା ଯୋଗୁଁ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ସ୍ଥାନରେ ଘର ଭୁଷୁଡ଼ିବା, ବିଦ୍ୟୁତ୍‍ ତାର ଛିଣ୍ଡିବା, ଗଛ ଓ ବିଦ୍ୟୁତ୍‍ ଖୁଣ୍ଟ ଉପୁଡ଼ିବା ଓ ପାଣି ଜମିବା ଭଳି ଘଟଣା ଘଟୁଛି।
ଅନ୍ୟପକ୍ଷରେ ଆସାମରେ ବ୍ରହ୍ମପୁତ୍ର ସମେତ ଅନ୍ୟ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଫଳରେ ରାସ୍ତା, ଧାନବିଲ ଓ ଅନେକ ଗାଁ ଜଳମଗ୍ନ ହୋଇଛି। ୨୧ଟି ଜିଲ୍ଲାର ୯ ଲକ୍ଷ ଲୋକ ବନ୍ୟା ଯୋଗୁଁ କ୍ଷତିଗ୍ରସ୍ତ ହୋଇଛନ୍ତି । ଜାତୀୟ ଅଭୟାରଣ୍ୟ ଓ ବନ୍ୟଜନ୍ତୁ ସଂରକ୍ଷଣ କେନ୍ଦ୍ରଗୁଡ଼ିକ ମଧ୍ୟ ଜଳମଗ୍ନ ହୋଇଛି ।
ସେହିପରି ଅରୁଣାଚଳ ପ୍ରଦେଶରେ ଲଗାଣ ବର୍ଷା ହୋଇ ଭୂସ୍ଖଳନ ଓ ହଠାତ ବନ୍ୟା ଆସିବାରୁ ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ସହ ବାସଗୃହ, ଜଳଯୋଗାଣ ପାଇପ ଲାଇନ, ପୋଲ ଓ ଧାନକ୍ଷେତ ଗୁଡ଼ିକର ବ୍ୟାପକ କ୍ଷତି ଘଟିଛି । ୨ ଜଣ ଲୋକଙ୍କର ମୃତ୍ୟୁ ଘଟିଥିବାବେଳେ ଆଉ ୨ ଜଣ ଲୋକ ନିଖୋଜ ହୋଇଥିବାର ଖବର ମିଳିଛି ।

ପଶ୍ଚିବମଙ୍ଗରେ ଜଲପାଇଗୁଡି ଏବଂ ଅଲ୍ଲିପୁରଦୁରା ଜିଲ୍ଲାର ଅନେକ ସ୍ଥାନ ଲଗାଣ ବର୍ଷା ଯୋଗୁଁ ଗତ କିଛି ଦିନ ଧରି ଜଳମଗ୍ନ ହୋଇପଡିଛି। ତିସ୍ତା, କରାଲା, ଜଳଧକା ଓ ସେଗୁଡ଼ିକର ଶାଖା ନଦୀଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇଛି । ସିଲିଗୁଡ଼ିରୁ ଦାର୍ଜିଲିଂ ପାର୍ବତ୍ୟାଞ୍ଚଳ ଓ ସକ୍କିମ୍‍କୁ ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଅନେକ ସ୍ଥାନରେ ଭୂସ୍ଖଳନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ପଡ଼ୋଶୀ ଦେଶ ନେପାଳରେ ଲଗାଣ ବର୍ଷା ବିପର୍ଯ୍ୟୟ ଆଣିଦେବା ସହ ଏପର୍ଯ୍ୟନ୍ତ ୨୮ ଜଣ ଲୋକଙ୍କର ପ୍ରାଣ ହାନୀ ଘଟିଛି। ଆଉ ୧୬ ଜଣ ଲୋକ ନିଖୋଜ ହୋଇଥିବାର ଖବର ମିଳିଛି। ତେବେ ବନ୍ୟାରେ ତରାଇ ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି।

- Advertisement -

 

Hot this week

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

ମହାନଦୀ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ଵର : ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗଦ୍ଵାରା ମାନ୍ୟବର...

Related Articles

Popular Categories