www.samajalive.in
Wednesday, December 10, 2025
23.1 C
Bhubaneswar

ଧାମରା ଏଚ.ପି ପେଟ୍ରୋଲ ପମ୍ପରେ ଠକେଇ ଅଭିଯୋଗ

ଧାମରା : ଭଦ୍ରକ ଜିଲା ଧାମରାରେ ଥିବା ହିନ୍ଦୁସ୍ତାନ ପେଟ୍ରୋଲ ପମ୍ପରେ ଠକେଇ ହେଉଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଖବରରୁ ପ୍ରକାଶ, ଧାମରାରେ ଥିବା ଏହି ଏଚ୍ ପି ପେଟ୍ରୋଲ ପମ୍ପରୁ ପେଟ୍ରୋଲ ନିଜ ବାଇକ କିମ୍ବା କାରରେ ନ ଭରିଲେ ମଧ୍ୟ ୧.୭୨ ଟଙ୍କା ଦେବାକୁ ପଡୁଛି। ଏଥିସହ ଏହି ଟାଙ୍କିରେ ପେଟ୍ରୋଲର ସୁଦ୍ଧତା ବିଷୟରେ ଅଭିଯୋଗ ଆଣିଲେ ପମ୍ପର ମାଲିକ ପେଟ୍ରୋଲରେ କିରୋସିନ ଗନ୍ଧ ରହିବ ବୋଲି କହୁଛନ୍ତି। ଶନିବାର ଏହି ସମସ୍ତ ଅଭିଯୋଗକୁ ନେଇ ବହୁ ଗ୍ରାହକ ଆସି ପମ୍ପ ସାମ୍ନାରେ ବିକ୍ଷୋଭ କରିଥିଲେ। ମାତ୍ର ସମସ୍ତ ଅଭିଯୋଗ ଶୁଣିବା ପରେ ପମ୍ପର ମାଲିକ ନିଜ ତ୍ରୁଟିକୁ ସୁଦ୍ଧାରିବା ପରିବର୍ତ୍ତେ ଗ୍ରାହକମାନଙ୍କୁ ଗାଳି ସହ ଧମକ ଦେବା ନଜରକୁ ଆସିଥିଲା। ଏହି ତ୍ରୁଟି କେତେ ଦିନ ହେବ ବୋଲି ପଚାରିବାରୁ ସେ କହିଥଇଲେ, ଏହି ତ୍ରୁଟି ୧୫ ଦିନ ହେବ ହୋଇଛି। ଏହାର ସୁଦ୍ଧାର ଆଣିବା ପାଇଁ ଆମେ ବାଲେଶ୍ୱର ତେଲ ଡିପୋରେ ଅଭିଯୋଗ କରିଥିଲୁ ମାତ୍ର ସେମାନେ ଆଜି ପର୍ଯ୍ୟନ୍ତ ମେକାନିକ ପଠାଇ ନାହାନ୍ତି ଫଳରେ ଆମେ ଏଥି ପାଇଁ ଗ୍ରାହକମାନଙ୍କୁ ଠକି ଚାଲିଛୁ ବୋଲି ନିଜର ପ୍ରତିକ୍ରିୟା ରଖିଥିଲେ। ଇତି ମଧ୍ୟରେ ସେ ହଜାର ହଜାର ଗ୍ରାହକଙ୍କୁ ତେଲ ନଦେଇ କେବଳ ନୋଜଲ ପୁରାଇ ଅଧିକ ୧.୭୨ ଟଙ୍କା କାହିଁକି ନେଉଛନ୍ତି ବୋଲି ବାଲେଶ୍ୱର ତେଲ ଡିପୋରେ ଥିବା ଗ୍ରାହକ ଅଧିକାରୀ(ଅଭିଯୋଗ) ମନୋଜ ମଣ୍ଡଳଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଅଭିଯୋଗ ହୋଇଛି ଆମ୍ଭେ ହିନ୍ଦୁସ୍ଥାନ ପେଟ୍ରୋଲିୟମ କମ୍ପାନୀ ତରଫରୁ ପ୍ରେଟ୍ରୋଲ ବିକ୍ରି ବନ୍ଦ କରିବାକୁ କହିଛୁ ମାତ୍ର ସେ ସବୁ ଜାଣିଶୁଣି ଭୁଲ କରୁଛନ୍ତି ଏବଂ ପେଟ୍ରୋଲରେ ସୁଦ୍ଧତା ରଖିବା ଜରୁରୀ ଏବଂ ଗ୍ରାହକଙ୍କୁ ଯେକୌଣସି ମୂହୁର୍ତ୍ତରେ ପେଟ୍ରୋଲର ସୁଦ୍ଧତା ପାଇଁ ତାଙ୍କ ଆଗରେ ଏହାର ମାନ ପରୀକ୍ଷା କରିବା ଜରୁରୀ ମାତ୍ର ସଂପୃକ୍ତ ଏଚ ପି ମାଲିକ ଏହା କରୁ ନାହାନ୍ତି। ଆଗାମୀ ଦିନରେ ଏହାର ତଦନ୍ତ କରାଯାଇ ଦୃଷ୍ଟାନ୍ତ ମୂଳକ ପଦକ୍ଷପ ନିଆଯିବ ବୋଲି କହିଥିଲେ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories