www.samajalive.in
Friday, December 12, 2025
15.1 C
Bhubaneswar

ସାମ୍ବାଦିକ ସମ୍ମିଳନୀରେ ପାକିସ୍ତାନ ବୈଦେଶିକ ମନ୍ତ୍ରୀଙ୍କୁ ଠେଲାପେଲା

ଲଣ୍ଡନ,୧୨ା୭: ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଶାହା ମେହମ୍ମୁଦ କ୍ୟୁରେସୀ ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ‘ଗଣମାଧ୍ୟମ ସ୍ବାଧୀନତାର ସୁରକ୍ଷା’ ସମ୍ପର୍କରେ କହିଲାବେଳେ ଜଣେ କାନାଡା ସାମ୍ବାଦିକ ଇଜ୍ରା ଲେଭାଣ୍ଟ ତାଙ୍କୁ ଠେଲାପେଲା କରିଛନ୍ତି। ପାକିସ୍ତାନ ସରକାର ଗଣମାଧ୍ୟମ ଉପରେ କଟକଣା ବୃଦ୍ଧି କରିଛନ୍ତି। ବିଶେଷ କରି କାରାଗାରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଓ ପୂର୍ବତନ ରାଷ୍ଟ୍ରପତି ଅସିଫ ଅଲ୍ଲି ଜର୍ଦାରୀଙ୍କ ସମ୍ପର୍କରେ ଖବର ପ୍ରକାଶନ ଉପରେ ଅଧିକ କଟକଣା ଜାରି କରାଯାଇଛି।

ପକିସ୍ତାନ ଇଲେକ୍‌ଟ୍ରୋନିକ ମିଡିଆ ରେଗୁଲେଟୋରୀ ଅଥରିଟି (ପେମ୍ରା) ତିନିଟି ଘରୋଇ ଟିଭି ଚାନେଲର ପ୍ରସାରଣ ରଦ୍ଦ କରିଛନ୍ତି। ଏହି ପରିପ୍ରେକ୍ଷୀରେ ପାକିସ୍ତାନ ସରକାରଙ୍କ ଅଭିଯୋଗକ୍ରମେ ତାଙ୍କର ସାମାଜିକ ଗଣମାଧ୍ୟମ ଏକାଉଣ୍ଟ ବନ୍ଦ କରି ଦିଆଯାଇଛି ବୋଲି କାନାଡ଼ା ସାମ୍ବାଦିକ ଲେଭାଣ୍ଟ ଦର୍ଶାଇବା ସହ କ୍ୟୁରେସୀଙ୍କୁ ଠେଲାପେଲା କରିଥିଲେ। କାନାଡାର ଏକ ରାଜନୈତିକ ଖବର ପ୍ରସାରଣକାରୀ ୱେବ୍‌ସାଇଟ୍‌ର ପ୍ରତିନିଧି ଲେଭାଣ୍ଟ କ୍ୟୁରେସୀଙ୍କୁ ଅଭିଯୋଗ କରିଥିଲେ ଯେ ପାକିସ୍ତାନ ସରକାରଙ୍କ ଅଭିଯୋଗ ଯୋଗୁଁ ତାଙ୍କର ଟ୍ବିଟର ଏକାଉଣ୍ଟ ରଦ୍ଦ କରାଯାଇଛି। ଏହାକୁ ନେଇ କ୍ୟୁରେସୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା ଓ ପରେ ଏହା ଠେଲାପେଲା ପର୍ଯ୍ୟନ୍ତ ଯାଇଥିଲା। କ୍ୟୁରେସୀ ଦୋମୁହାଁ ନୀତି ଅବଲମ୍ବନ କରୁଥିବା ସେ କହିଥିଲେ। ଗଣମାଧ୍ୟମର କଣ୍ଠରୋଧ କରୁଥିବା ଏକ ରାଷ୍ଟ୍ରର ମନ୍ତ୍ରୀଙ୍କୁ ଗଣମାଧ୍ୟମ ସ୍ବାଧୀନତା ଉପରେ କହିବାକୁ ନିମନ୍ତ୍ରଣ କରାଯିବା ନେଇ ମଧ୍ୟ ଲେଭାଣ୍ଟ ଆୟୋଜକଙ୍କୁ ସମାଲୋଚନା କରିଥିଲେ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories