www.samajalive.in
Wednesday, December 10, 2025
14.1 C
Bhubaneswar

ଭକ୍ତ ଦାସିଆ ପୀଠସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସ ପାଳିତ

ପିପିଲି : ପବିତ୍ର ବାହୁଡା ଯାତ୍ରା ଅବସରରେ ଭକ୍ତ ଶିରୋମଣି ଦାସିଆଙ୍କ ଜନ୍ମ ଓ ସାଧନା ପୀଠ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ବାର୍ଷିକ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଯଜ୍ଞରେ ମନ୍ଦିରର ମୁଖ୍ୟପୂଜକ ଆଚାର୍ଯ୍ୟ ଲକ୍ଷ୍ମୀଧର ପାଢୀ, ସହାଚାର୍ଯ୍ୟ ପଣ୍ଡିତ ରାମମାନସ ମିଶ୍ର ଯଜ୍ଞକାର୍ଯ୍ୟ କରିଥିବା ବେଳେ ଭକ୍ତ ଦାସିଆ ସ୍ମୃତି କମିଟିର ବରିଷ୍ଠ ଟ୍ରଷ୍ଟି ତଥା ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ(ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ) ଇଂ ଦେବନାରାୟଣ ପାଲ କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ଏହି ଅବସରରେ ତିନି ଠାକୁର ତୁଳସୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଭକ୍ତ ଦାସିଆଙ୍କ ସମାଧି ପୀଠରେ ନାମ ସଂକୀର୍ତ୍ତନ କରାଯାଇଥିବା ବେଳେ ଓଡିଶୀ ନୃତ୍ୟଶିଳ୍ପୀ ସଂଘମିତ୍ରା ମହାପାତ୍ର ଓ ସାଥୀ ଲୋମା ଅଭିପ୍‍ସା, ଅସୃୟା ରାୟ, ତେଜସ୍ୱିନୀ ମହାରଣା ପ୍ରମୁଖ ଓଡିଶୀ ନୃତ୍ୟ ପରିବେଷଣ କରିଥିଲେ। ଭକ୍ତ ଦାସିଆ ସ୍ମୃତି କମିଟିର ସଂପାଦକ ଡ଼ଃ ଘନଶ୍ୟାମ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସନ୍ଥ ରାମନାରାୟଣ ଦାସ, କମିଟିର ଉପସଭାପତି ଡାକ୍ତର ନରେନ୍ଦ୍ରନାଥ ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକୁ ପରିଚାଳନା କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories