www.samajalive.in
Saturday, December 13, 2025
26.1 C
Bhubaneswar

ଧୋନୀ ଆଉଟ ହେବା ପରେ କାନ୍ଦି ପକାଇଥିଲେ କ୍ୟାମେରା ମ୍ୟାନ

ନୂଆଦିଲ୍ଲୀ : ଇଂଲଣ୍ଡର ମଞ୍ଚେଷ୍ଟରରେ ମଙ୍ଗଳବାର ହୋଇଥିବା ବିଶ୍ବକପ କ୍ରିକେଟର ପ୍ରଥମ ସେମିଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା। ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ଭାରତ ପରାଜିତ ହୋଇଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନୀ ଲଢ଼ୁଆ ଅର୍ଦ୍ଧଶତକ କରିଥିଲେ। ଭାରତକୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ ଧୋନି। ହେଲେ ଦୁର୍ଭାଗ୍ୟ ଜନକ ଭାବେ ରନ୍ ଆଉଟ୍ ହୋଇ ଯାଇଥିଲେ। ଶେଷ ବିଶ୍ବକପ୍ ହୋଇଥିବାରୁ ସର୍ବଦା ଶାନ୍ତ ଏବଂ ନିୟନ୍ତ୍ରଣରେ ରହୁଥିବା ଧୋନୀ ଭାବବିହ୍ବଳ ହୋଇ ପଡ଼ିଆ ଛାଡ଼ିଥିଲେ। ସେ ଯେ କେତେ ଦୁଃଖିତ ଥିଲେ, ତାହା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ବାରି ହୋଇ ଯାଉଥିଲା। ଧୋନୀ କାନ୍ଦ କାନ୍ଦ ହୋଇ ପ୍ୟାଭିଲିୟନ ଫେରିଥିଲେ, ତାଙ୍କ ସହ ୧୩୩ କୋଟି ଭାରତୀୟ ମଧ୍ୟ କାନ୍ଦି ଉଠିଥିଲେ। ଏହି ସମୟର ଆଉଏକ ଭାବବିହ୍ବଳ ଦୃଶ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଛି। ଧୋନୀ ଆଉଟ ହେବାମାତ୍ରେ ସେଠାରେ ଉପସ୍ଥିତ ଥିବା ଜଣେ କ୍ୟାମେରାମ୍ୟାନ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ସେ ନିଜକୁ ଆୟତ୍ତ କରିନପାରି କାନ୍ଦି ପକାଇଥିଲେ। ଏହାର ଏକ ଫଟୋ ଏବେ ଜାତୀୟ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories