www.samajalive.in
Friday, December 12, 2025
16.1 C
Bhubaneswar

କୃଷକଙ୍କ ସମସ୍ୟାକୁ ନେଇ ସରକାରକୁ ଘେରିଲେ ରାହୁଲ

ନୂଆଦିଲ୍ଲୀ : କର୍ଣ୍ଣାଟକ ଓ ଗୋଆରେ କଂଗ୍ରେସ ରାଜନୈତିକ ସଙ୍କଟରେ ପଡିଥିବା ବେଳେ ରାହୁଲ ଗାନ୍ଧୀ ଗୁରୁବାର ସଂସଦରେ କୃଷକଙ୍କ ସମସ୍ୟା ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି। ସପ୍ତଦଶ ଲୋକସଭାରେ ସେ କୌଣସି ପ୍ରସଙ୍ଗ ଉଠାଇବା ନେଇ ଏହା ପ୍ରଥମ ଘଟଣା। ରାହୁଲ କହିଛନ୍ତି, କେନ୍ଦ୍ର ସରକାର କୃଷକଙ୍କୁ କୌଣସି ସହାୟତା ପ୍ରଦାନ କରୁନାହାନ୍ତି। ସମ୍ଭବତଃ ସରକାର ଏମାନଙ୍କୁ ଉଦ୍ୟୋଗପତିମାନଙ୍କ ଠାରୁ ଗୌଣ ମନେ କରୁଛନ୍ତି।

ସେଥିପାଇଁ ଉଦ୍ୟୋଗପତିମାନଙ୍କୁ ରିଆତି ଓ ଋଣଛାଡ କରାଯାଇଥିବା ବେଳେ କୃଷକଙ୍କୁ ଉପେକ୍ଷା କରାଯାଇଛି ବୋଲି ସେ ଦର୍ଶାଇଛନ୍ତି। ବିଶେଷକରି ତାଙ୍କ ନିର୍ବାଚନମଣ୍ଡଳୀ ୱାୟନାଡର କୃଷକଙ୍କ ସମସ୍ୟା ସେ ଉତଥାପନ କରିଛନ୍ତି। ରାହୁଲଙ୍କ ଉତ୍ତରର ଜବାବ ଉପସ୍ଥାପନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କୃଷକଙ୍କ ଦୁର୍ଦଶା ପାଇଁ କଂଗ୍ରେସର ଦୀର୍ଘ ଶାସନକୁ ଦାୟୀ କରିଛନ୍ତି। ଏଥିସହ ଅନ୍ୟ ପ୍ରଧାନମନ୍ତ୍ରୀମାନଙ୍କ ତୁଳନାରେ ମୋଦୀ କୃଷକଙ୍କ ପାଇଁ ସର୍ବାଧିକ କାର୍ଯ୍ୟ କରିଛନ୍ତି ବୋଲି ସେ ଦର୍ଶାଇଛନ୍ତି। ସେ କହିଛନ୍ତି ମୋଦୀ ସରକାର ଲାଗି କୃଷକଙ୍କ ଆୟ ୨୦ରୁ ୨୫% ବୃଦ୍ଧି ପାଇଛି। କୃଷକଙ୍କ ସମସ୍ୟା ବିଗତ କିଛି ବର୍ଷର ନୁହେଁ; ବରଂ ଏହା କଂଗ୍ରେସ ଶାସନ କାଳରୁ ଆରମ୍ଭ ହୋଇଛି। ମାତ୍ର ମୋଦୀ ସରକାର କ୍ଷମତାକୁ ଆସିବା ପରେ କୃଷକଙ୍କ ଆୟ ଦ୍ବିଗୁଣିତ କରିବା ଦିଗରେ କାର୍ଯ୍ୟ ହୋଇଛି। କିଷାନ ମନ ଧନ ଯୋଜନାରେ କୃଷକମାନେ ଲାଭବାନ ହୋଇଛନ୍ତି ବୋଲି ରାଜନାଥ ଦୃଢୋକ୍ତି ବାଢିଛନ୍ତି।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories