www.samajalive.in
Thursday, December 11, 2025
18.1 C
Bhubaneswar

ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ନେମାଳ : ଏହି ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ଗାଁ ଶନିଘାଟ ନିକଟରେ ଗୁରୁବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ନଦୀରେ ବୁଡିଯାଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। କେନ୍ଦୁପାଟଣା ପଞ୍ଚାୟତ ଚମ୍ପତିପାଟଣା ଗ୍ରାମର ରବିନ୍ଦ୍ର କୁମାର ସାମଲଙ୍କ ପୁଅ ରୁଦ୍ର ପ୍ରସାଦ ସାମଲ ନିଜ ମାମୁଁ ଘର ଜନାର୍ଦ୍ଧନପୁରକୁ ମାମୁଁଙ୍କ ବିଭାଘର ଉତ୍ସବକୁ ଦୁଇ ଦିନ ହେବ ଆସିଥିଲେ। ତେବେ ମଧ୍ୟାହ୍ନରେ ରୁଦ୍ର ଓ ତାର ତିନି ଜଣ ସାଙ୍ଗ ଗାଧୋଇବା ପାଇଁ ନିକଟସ୍ଥ ଚିତ୍ରୋତ୍ପଳା ନଦୀ ଶନିଘାଟ ନିକଟକୁ ଯାଇଥିଲେ। ସେଠାରେ ତାର ଗୋଡ ଖସିଯିବାରୁ ଅଥଳ ଗଭୀର ଜଳରେ ବୁଡି ଯାଉଥିବା ସମୟରେ ଅନ୍ୟ ସାଙ୍ଗ ମାନେ ତାକୁ ଉଦ୍ଧାର କରିପାରି ନଥିଲେ। ପରେ ଖବର ପାଇ ଘରଲୋକେ ନଦୀ ଘାଟ ନିକଟକୁ ଯାଇ ଖୋଯିଥିଲେ। କୌଣସି ଖୋଜ ଖବର ନମିଳିବାରୁ ଗ୍ରାମବାସୀ ଓ ନିଶ୍ଚିନ୍ତକୋଇଲି ଦମକଳ ବାହିନୀର ସହାୟତା ନିଆଯାଇଥିଲା। ତେବେ ଅପରାହ୍ନ ୪ଟାରେ ଦମକଳ ବାହିନୀ ଏବଂ ସ୍ଥାନୀୟ ଲୋକେ ମୃତ ଦେହ ଉଦ୍ଧାର କରିଥିଲେ।

Hot this week

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

Related Articles

Popular Categories