www.samajalive.in
Saturday, December 6, 2025
26.1 C
Bhubaneswar

ବିଶ୍ୱ ଜନସଂଖ୍ୟା ଦିବସ : ୨୦୨୭ ସୁଦ୍ଧା ଚୀନ୍‍କୁ ପଛରେ ପକାଇବ ଭାରତ !

ନୂଆଦିଲ୍ଲୀ : ଜୁଲାଇ ୧୧ ତାରିଖ ବିଶ୍ୱ ଜନସଂଖ୍ୟା ଦିବସ । ଆଜକୁ ୩୦ ବର୍ଷ ପୂର୍ବେ ୧୯୮୯ ମସିହାରେ ମିଳିତ ଜାତିସଂଘ ଉନ୍ନୟନ କାର୍ଯ୍ୟକ୍ରମ ପରିଚାଳନା ପରିଷଦ ପକ୍ଷରୁ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ୧୯୮୭ ମସିହା ଜୁଲାଇ ୧୧ତାରିଖରେ ବିଶ୍ୱର ଜନସଂଖ୍ୟା ୫୦୦ କୋଟି ଟପିଯିବା ପରେ ଏ ସଂକ୍ରାନ୍ତରେ ସଚେତନତା ବୃଦ୍ଧି ସକାଶେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ ଆରମ୍ଭ କରାଯାଇଥିଲା । ମିଳିତ ଜାତିସଂଘର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ଜନସଂଖ୍ୟା ବୃଦ୍ଧିର ହାର ଏଭଳି ରୁହେ ତେବେ ଖୁବ ଶୀଘ୍ର ବିଶ୍ୱସ୍ତରରେ ଏହା ଏକ ହଜାର କୋଟି ପାଖାପାଖି ପହଞ୍ଚିବ।
ଜନସଂଖ୍ୟା ସମସ୍ୟାର ଗୁରୁତ୍ୱ ଓ ଏଥିପ୍ରତି ତୁରନ୍ତ ଧ୍ୟାନ ଦେବା ଲାଗି ଦୃଷ୍ଟିଆକର୍ଷଣ କରିବା ସକାଶେ ପ୍ରତିବର୍ଷ ଆଜିର ଦିନରେ ବିଶ୍ୱ ଜନସଂଖ୍ୟା ଦିବସ ପାଳନ କରାଯାଇଥାଏ । ଚଳିତବର୍ଷ ପାଇଁ ବିଶ୍ୱ ଜନସଂଖ୍ୟା ଦିବସର ଶୀର୍ଷକ ରହିଛି ‘୧୯୯୪ ମସିହା ଅନ୍ତର୍ଜାତୀୟ ସମ୍ମିଳନୀର ଜନସଂଖ୍ୟା ଉନ୍ନୟନ ଆହ୍ୱାନର ଅସମ୍ପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ କରିବା।’
୧୯୫୧ ବେଳକୁ ଭାରତର ଜନସଂଖ୍ୟା ୩୬କୋଟି ଥିଲା ଯାହା ବୃଦ୍ଧି ପାଇ ୧୩୩ କୋଟିରେ ପହଞ୍ଚିସାରିଛି। ଅନେକ ରିପୋର୍ଟରେ ଦାବି କରାଯାଉଛି ଯେ, ଜନସଂଖ୍ୟା ମାମଲାରେ ଭାରତ ୨୦୨୭ ସୁଦ୍ଧା ଚୀନ୍‍କୁ ପଛରେ ପକାଇ ଏକ ନମ୍ବର ହୋଇଯିବ ।

Hot this week

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

Related Articles

Popular Categories