www.samajalive.in
Friday, December 12, 2025
16.1 C
Bhubaneswar

ବିଦେଶୀ ପାଣ୍ଠି ମାମଲା: ଇନ୍ଦିରା ଜୟସିଂହ, ଆନନ୍ଦ ଗ୍ରୋଭରଙ୍କ ଘରେ ସିବିଆଇ ଚଢ଼ାଉ

ନୂଆଦିଲ୍ଲୀ: ଦେଶର ଦୁଇ ବିଶିଷ୍ଟ ଓକିଲ ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭରଙ୍କ ଘରେ ଗୁରୁବାର ସକାଳେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ଚଢ଼ାଉ କରାଯାଇଛି। ସେମାନଙ୍କ ଲୟର୍ସ କଲେକ୍ଟିଭ ନାମକ ଏକ ଫାଉଣ୍ଡେଶନ ବିରୋଧରେ ରୁଜୁ ହୋଇଥିବା ବିଦେଶୀ ପାଣ୍ଠି ସମ୍ପର୍କିତ ମାମଲାରେ ଏହି ଚଢ଼ାଉ କରାଯାଇଛି। ଇନ୍ଦିରା ଏବଂ ଆନନ୍ଦଙ୍କ ଦିଲ୍ଲୀ ଓ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ାଉ ଜାରି ରହିଛି।

ଲୟର୍ସ କଲେକ୍ଟିଭ ବିରୋଧରେ ବିଦେଶୀ ଚାନ୍ଦା ବିନିମୟ ଆଇନ ଉଲ୍ଲଂଘନ ଅଭିଯୋଗ ରହିଥିଲା। ବିଦେଶରୁ ସଂଗୃହୀତ ପାଣ୍ଠିକୁ ଲୟର୍ସ କଲେକ୍ଟିଭ ଫାଉଣ୍ଡେଶନ ବେଆଇନ ଭାବେ ଖର୍ଚ୍ଚ କରିଥିବା ସ୍ବରାଷ୍ଟ୍ର ମନ୍ତ୍ରଣାଳ ପକ୍ଷରୁ ଅଭିଯୋଗ ହୋଇଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଲୟର୍ସ କଲେକ୍ଟିଭ ଫାଉଣ୍ଡେଶନର ଲାଇସେନ୍ସ ବାତିଲ କରିଥିଲା। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଅଭିଯୋଗ ପରେ ସିବିଆଇ ପକ୍ଷରୁ ଆନନ୍ଦ ଗ୍ରୋଭର ଏବଂ ଲୟର୍ସ କଲେକ୍ଟିଭ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏ ସମ୍ପର୍କରେ ଆନନ୍ଦ ଗ୍ରୋଭରଙ୍କୁ ପଚରାଯିବାରେ ସେ କୌଣସି ଉତ୍ତର ଦେଇ ନ ଥିଲେ। ମାତ୍ର ସିବିଆଇ ତାଙ୍କ ବିରୋଧରେ ଯେଉଁ ଅଭିଯୋଗରେ ମାମଲା ରୁଜୁ କରିଛି ତାହା ଭୁଲ ବୋଲି ସେ କହିଛନ୍ତି।

- Advertisement -

ଅନ୍ୟପଟେ ଏହି ଚଢ଼ାଉକୁ ନେଇ ରାଜନୈତିକ ମହଲାରେ ନାନା ପ୍ରତିକ୍ରିୟା ପ୍ରକାଶ ପାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହାକୁ ନିନ୍ଦା କରିଛନ୍ତି। ସେ ଟ୍ବିଟ୍‌ କରି ଲେଖିଛନ୍ତି ଯେ, ଆଇନକୁ ତାହାର କାମ କରିବାକୁ ଦିଆଯିବା ଉଚିତ। କିନ୍ତୁ ଯେଉଁମାନେ ଆଇନର ରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଦେଉଛନ୍ତି ସେମାନଙ୍କୁ ଏପରି ହଇରାଣ କରିବା ଅନୁଚିତ।

ସୂଚନାଯୋଗ୍ୟ, ଇନ୍ଦିରା ଜୟସିଂହ ଏବଂ ଆନନ୍ଦ ଗ୍ରୋଭର ଦେଶର ଦୁଇ ବରିଷ୍ଠ ଓକିଲ। ସେମାନେ ସୁପ୍ରିମକୋର୍ଟରେ ବି ଓକିଲାତି କରିଛନ୍ତି। ଇନ୍ଦିରା ଜୟସିଂହ ୨୦୦୯ରୁ ୨୦୧୪ ମଧ୍ୟରେ ୟୁପିଏ ସରକାର କାର୍ଯ୍ୟକାଳ ସମୟରେ ଅତିରିକ୍ତ ସଲିସିଟର ଜେନେରାଲ ଥିଲେ। ଏହି ସମୟରେ ସେ ନିଜ ପଦବୀର ଅପବ୍ୟବହାର କରି ଆଇନର ଉଲ୍ଲଂଘନ କରିଥିଲେ ବୋଲି ଅଭିଯୋଗ ଆସିଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories