www.samajalive.in
Thursday, December 11, 2025
18.1 C
Bhubaneswar

କର୍ଣ୍ଣାଟକ ରାଜନୈତିକ ପରିସ୍ଥିତି ନେଇ ସଂସଦରେ ପ୍ରବଳ ହଟ୍ଟଗୋଳ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୈତିକ ପରିସ୍ଥିତିକୁ ନେଇ ମଙ୍ଗଳବାର ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ରାଜ୍ୟସଭାକୁ ପ୍ରଥମେ ମଧ୍ୟାହ୍ନ ୧୨ଟା ଓ ପରେ ଅପରାହ୍ଣ ୨ଟା ବେଳେ ଦୁଇଥର ମୁଲତବୀ ରଖିବାକୁ ପଡ଼ିଥିଲା। ଏ ବିଷୟକୁ ନେଇ ରାଜ୍ୟସଭାରେ କଂଗ୍ରେସ ସଦସ୍ୟମାନେ ପ୍ରବଳ ପାଟିତୁଣ୍ଡ କରିଥିଲେ। ପ୍ରଥମ ମୁଲତବୀ ପରେ ସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସଦସ୍ୟମାନେ ସ୍ଲୋଗାନ୍‍ ଦେଇ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଯାଇଥିଲେ। ଟି.ଏମ୍‍.ସି. ସଦସ୍ୟମାନେ ମଧ୍ୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର ବିରୁଦ୍ଧରେ ସ୍ଲୋଗାନ୍‍ ଦେଇ ଅଧ୍ୟକ୍ଷଙ୍କ ଆସନ ନିକଟକୁ ଚାଲିଯାଇଥିଲେ। ଉପାଧ୍ୟକ୍ଷ ହରିବଂଶ ସଦସ୍ୟମାନଙ୍କୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ୱେ ଏହାର କୌଣସି ଫଳ ମିଳିନଥିଲା। ଶେଷରେ ସେ ସଭାକୁ ମୁଲତବୀ ରଖିଥିଲେ।

ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ଣ୍ଣାଟକ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବାଚସ୍ପତି ଓମ୍‍ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ ବାଚସ୍ପତିଙ୍କ ଆସନ ନିକଟକୁ ଚାଲିଯାଇଥିଲେ। ଡି.ଏମ୍‍.କେ., ଏସ୍‍.ପି. ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ମଧ୍ୟ ସରକାର ବିରୋଧୀ ସ୍ଲୋଗାନ୍‍ ଦେଇ ବାଚସ୍ପିଙ୍କ ଆସନ ନିକଟକୁ ମାଡ଼ି ଯାଇଥିଲେ। କର୍ଣ୍ଣାଟକରେ କଂଗ୍ରେସ ଜେ.ଡି.ଏସ୍‍. ମେଣ୍ଟ ସରକାରକୁ ଅସ୍ଥିର କରିବା ପାଇଁ ବିଜେପି ବିଧାୟକମାନଙ୍କୁ କିଣୁଥିବାର ଅଧୀର ରଞ୍ଜନ ଚୌଧୁରୀ ଦୋଷାରୋପ କରିଛନ୍ତି। ଏହାର ଜବାବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କର୍ଣ୍ଣାଟକର ସାମ୍ପ୍ରତିକ ରାଜନୈତିକ ଅଚଳାବସ୍ଥାରେ କେନ୍ଦ୍ର ସରକାରଙ୍କର କିଛି କରିବାର ନାହିଁ ବୋଲି କହିଥିଲେ। ସେ କହିଥିଲେ, କଂଗ୍ରେସ ନିଜର ସଦସ୍ୟମାନଙ୍କୁ ଏକତ୍ର ରଖିବାରେ ସଫଳ ହେବା ପରିବର୍ତ୍ତେ ଲୋକସଭାର କାର୍ଯ୍ୟ ଧାରାରେ ବାଧା ସୃଷ୍ଟି କରିବାକୁ ଚେଷ୍ଟା କରୁଛି।

- Advertisement -

ରାଜନାଥ ସିଂହ ବିରୋଧୀ ଦଳଗୁଡ଼ିକର ପ୍ରଶ୍ନର ଉତ୍ତର ଦେଉଥିବା ବେଳେ କଂଗ୍ରେସ, ଡି.ଏମ୍‍.କେ., ଏନ୍‍.ସି. ଓ ଅନ୍ୟ ଦଳଗୁଡ଼ିକର ସଦସ୍ୟମାନେ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ୍‍ ଦେଇ ସଭାକକ୍ଷ ପରିତ୍ୟାଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories