www.samajalive.in
Sunday, December 14, 2025
26.1 C
Bhubaneswar

ବସ୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର, ହେଲ୍‌ପର ଅଟକ

ପୁରୀ: ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ରରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ପୁରୀ ବସ୍‌ଷ୍ଟାଣ୍ଡରେ ଜଣେ ନାବାଳିକାଙ୍କୁ ବଳାତ୍କାର କରାଯାଇଛି। ଏକ ବସ୍‌ର ହେଲପର ବସ୍‌ ଭିତରେ ନାବାଳିକାଙ୍କୁ ବଳାତ୍କାର କରିଛି। ଏହି ଘଟଣାରେ କୁମ୍ଭାରପଡ଼ା ପୁଲିସ ପୀଡ଼ିତା ନାବାଳିକାଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ନାବାଳିକାଙ୍କ ଅଭିଯୋଗ ଆଧାରରେ ପୁଲିସ ଅଭିଯୁକ୍ତ ହେଲପରକୁ ଅଟକ ରଖି ପଚରାଉଚରା କରୁଛି।

ସୂଚନା ମୁତାବକ, ନାବାଳିକାଙ୍କ ଘର କେନ୍ଦୁଝର ଜିଲାରେ। ସେ ପୁରୀରେ ଏକ ସ୍ଥାନରେ କାର୍ଯ୍ୟ କରନ୍ତି। ସୋମବାର ସେ ଘରୁ ପୁରୀ ଫେରିଥିଲେ। ଏକ ଏସି ବସ୍‌ରେ ସେ ଆସିଥିଲେ। ପୁରୀରେ ପହଞ୍ଚିବା ସମୟରେ ରାତି ହୋଇଯିବାରୁ ହେଲ୍‌ପର ତାଙ୍କୁ ରହିଯିବାକୁ କହିବା ସହିତ ସକାଳେ କାର୍ଯ୍ୟସ୍ଥଳରେ ଛାଡ଼ି ଆସିବେ ବୋଲି କହିଥିଲା। ଫଳରେ ନାବାଳିକା ଜଣକ ବସରେ ରହିଯାଇଥିଲେ। ମାତ୍ର ବିଳମ୍ବିତ ରାତିରେ ହେଲପର ଜଣକ ତାଙ୍କୁ ବସରେ ବଳାତ୍କାର କରିଥିବା ଅଭିଯୋଗରେ ଦର୍ଶାଯାଇଛି। ଏ ନେଇ ପୁଲିସ ଆଇପିସି ଦଫା ୩୭୬, ଆର/ଡବ୍ଲ୍ୟୁ ସେକ୍ସନ ୪ ପୋକ୍‌ସୋ ଆକ୍ଟ ଅନୁସାରେ ଏକ ମାମଲା ରୁଜୁ କରିଛି।

- Advertisement -

ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପାଇଁ ପୁରୀ ସହର ଚଳଚଞ୍ଚଳ ରହିଛି। ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ପୁରୀ ଆସୁଛନ୍ତି। ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କିନ୍ତୁ ବସ୍‌ଷ୍ଟାଣ୍ଡରେ ଏଭଳି ଘଟଣା ପୁଲିସର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Hot this week

ନୀତିନ ନବୀନ ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପି ର ନୂତନ କାର୍ଯ୍ୟକାରୀ ସଭାପତି  ଭାବରେ ନୀତିନ ନବୀନ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

Related Articles

Popular Categories