www.samajalive.in
Sunday, December 14, 2025
26.1 C
Bhubaneswar

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ; ଟିମ୍‍ ଇଣ୍ଡିଆର ପଲ୍ଲା ଭାରି

ଇଂଲଣ୍ଡ : ବିଶ୍ୱକପ କ୍ରିକେଟ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚରେ ମଙ୍ଗଳବାର ମାଞ୍ଚେଷ୍ଟରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ। ୧୧ବର୍ଷ ପରେ ବିଶ୍ୱକପ ସେମିଫାଇନାଲରେ ସାମ୍ନାସାମ୍ନୀ ହେବେ ଦୁଇ ଦଳ। ୧୫ପଏଣ୍ଟ୍‍ ପାଇ ଟେବୁଲର ଶୀର୍ଷରେ ଥିବା ଭାରତ ସହ ୧୧ପଏଣ୍ଟ୍‍ ପାଇ ଟେବୁଲର ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମିଫାଇନାଲ ମ୍ୟାଚ। ଏହା ପୂର୍ବରୁ ଆସନ୍ତୁ ନଜର ପକାଇବା ଭାରତ ଏବଂ ନ୍ୟୁଜିଲାଣ୍ଡ ଟିମର ପରିସଂଖ୍ୟାନ ଉପରେ।
ପୂର୍ବରୁ ମାଞ୍ଚେଷ୍ଟରରେ ଭାରତ ଖେଳିଥିବା ୧୦ଟଇ ଦିନିକିଆ ମ୍ୟାଚରୁ ୫ଟି ଜିତିଥିବା ବେଳେ ୫ଟିରେ ପରାଜୟ ବରଣ କରିଛି ସେପଟେ ନ୍ୟୁଜିଲାଣ୍ଡ ୭ଟି ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟୀ ହୋଇଥିବା ବେଳେ ୪ଟି ପରାଜୟ ଏବଂ ଗୋଟିଏ ମ୍ୟାଚ ବାତିଲ ହୋଇଛି। ଅନ୍ୟପକ୍ଷରେ ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହୋଇଥିବା ମୋଟ ୧୦୬ଟଇ ଦିନିକିଆ ମ୍ୟାଚରୁ ଭାରତ ୫୫ଟି ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୪୫ଟି ମ୍ୟାଚ ଜିତିଛି, ଗୋଟିଏ ଟାଇ ଓ ୫ଟି ମ୍ୟାଚ ବାତିଲ ହୋଇଛି। ଇଂଲଣ୍ଡରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ମ୍ୟାଚ ଖେଳାଯାଇଥିବା ବେଳେ ୩ଟି ଯାକ ମ୍ୟାଚ୍‍ ନ୍ୟୁଜିଲାଣ୍ଡ ଜିତିବାରେ ସକ୍ଷମ ହୋଇଛି। ବିଶ୍ୱକପରେ ଦୁଇ ଦଳ ଏପର୍ଯ୍ୟନ୍ତ ୭ଥର ମୁହାଁମୁହିଁ ହୋଇଥିବା ବେଳେ ଭାରତ ୩ଟି ଏବଂ ନ୍ୟୁଜିଲାଣ୍ଡ ୪ଟି ମ୍ୟାଚ ଜିତିଛି। ପୂର୍ବରୁ ମାଞ୍ଚେଷ୍ଟରରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଦିନିକିଆରେ ନ୍ୟୁଜିଲାଣ୍ଡ ବିଜୟୀ ହୋଇଥିଲା। ଯଦି ଶେଷ ୧୦ଦିନିକିଆ କଥା କହିବା ତେବେ ଭାରତ ୭ଟି ଓ ନ୍ୟୁଜିଲାଣ୍ଡ ୩ଟି ମ୍ୟାଚ ଜିତିବାରେ ସକ୍ଷମ ହୋଇଛି। ସମସ୍ତ ଦୃଷ୍ଟିକୁ ଲକ୍ଷ୍ୟ କଲେ ନ୍ୟୁଜିଲାଣ୍ଡ ଠାରୁ ଭାରତର ପଲ୍ଲା ଅପେକ୍ଷାକୃତ ଭାରି ଅଛି। ଚଳିତ ବିଶ୍ୱକପରେ ରୋହିତ ଶର୍ମା ୫ଟି ଶତକ ହାସଲ କରିବା ସହ ଚମତ୍କାର ଫର୍ମରେ ଅଛନ୍ତି ସେପଟେ ଅଧିନାୟକ ବିରାଟ କୋହଲି ମଧ୍ୟ ତାଙ୍କର ଚିରାଚରିତ ବ୍ୟାଟିଂ ଜାରି ରଖିଛନ୍ତି। ଯଦିଓ ମଧ୍ୟକ୍ରମରେ ଭାରତ ବ୍ୟାଟିଂ ସମସ୍ୟାର ସମ୍ମୁଖୀନ ହୋଇଛି କିନ୍ତୁ ବିଶ୍ୱକପରେ ଏଯାଏଁ ଦଳ ୯ଟି ମ୍ୟାଚ୍‍ ଖେଳି ୭ଟି ଜିତିଥିବା ବେଳେ ମାତ୍ର ଗୋଟିଏ ହାରିଛି ଏବଂ ବର୍ଷା ଯୋଗୁଁ ଗୋଟିଏ ମ୍ୟାଚ ବାତିଲ ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories