www.samajalive.in
Saturday, December 6, 2025
26.1 C
Bhubaneswar

ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀପଦ ଦେବାକୁ କଂଗ୍ରେସର ନିଷ୍ପତ୍ତି

ବେଙ୍ଗାଲୁରୁ: କର୍ଣ୍ଣାଟକ ମେଣ୍ଟ ସରକାର ବିପଦରେ ପଡ଼ିଥିବାବେଳେ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ବାମୀ ଦୃଢ଼ୋକ୍ତି ପ୍ରକାଶ କରି ସରକାର ସହଜରେ ଚାଲିବ ବୋଲି କହିଛନ୍ତି। ସରକାରରୁ ୧୪ ବିଧାୟକ ସମର୍ଥନ ପ୍ରତ୍ୟାହାର କରିନେବା ପରେ କଂଗ୍ରେସ-ଜେଡିଏସ ମେଣ୍ଟ ପାଖରେ ୧୦୪ ବିଧାୟକ ରହିଛନ୍ତି। ଅନ୍ୟପଟେ ୧୦୫ ବିଧାୟକ ଥିବା ବିଜେପିର ସଂଖ୍ୟା ଜଣେ ସ୍ବାଧୀନ ବିଧାୟକଙ୍କ ସମର୍ଥନରେ ଏବେ ୧୦୬ରେ ପହଞ୍ଚିଛି। ତେବେ କଂଗ୍ରେସର ୨୧ ମନ୍ତ୍ରୀଙ୍କ ଇସ୍ତଫା ନୂଆ ମୋଡ଼ ନେଇଛି। ଏହି ମନ୍ତ୍ରୀମାନେ ସ୍ବତଃପ୍ରବୃତ୍ତ ଭାବେ ଇସ୍ତଫା ଦେଇଥିବା କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମେୟା କହିଛନ୍ତି। ସରକାରକୁ ବଞ୍ଚାଇବାକୁ ସେମାନେ ଇସ୍ତଫା ଦେଇଥିବା ସିଦ୍ଧରମେୟା କହିଛନ୍ତି। ତେଣୁ ଅସନ୍ତୁଷ୍ଟ ବିଧାୟକଙ୍କୁ ମନ୍ତ୍ରୀପଦ ଦେଇ ଖୁସି କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଯେଉଁ ବିଧାୟକମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କୁ ମନ୍ତ୍ରୀପଦ ଦିଆଯିବ ଏବଂ ମନ୍ତ୍ରିମଣ୍ଡଳ ପୁନର୍ଗଠନ କରାଯିବ​‌ ବୋଲି ସେ କହିଛନ୍ତି।

ସେପଟେ କର୍ଣ୍ଣାଟକ ମନ୍ତ୍ରୀ ଡି.କେ. ଶିବକୁମାର ଅଭିଯୋଗ କରିଛନ୍ତି ଯେ, ମନ୍ତ୍ରୀପଦରୁ ଇସ୍ତଫା ଦେଇଥିବା ସ୍ବାଧୀନ ବିଧାୟକ ଏଚ. ନାଗେଶଙ୍କୁ ବିଜେପି ହାଇଜ୍ୟାକ୍‌ କରିନେଇଛି। ୟେଦୁରପ୍ପାଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ହାଇଜ୍ୟାକ୍‌ କରିନେଇଛନ୍ତି। ନାଗେଶ ମୋତେ ଫୋନ କରିଥିଲେ ଏବଂ ୟେଦୁରପ୍ପାଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ହାଇଜ୍ୟାକ୍‌ କରିନେଇଥିବା କହିଥିଲେ।

Hot this week

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

Related Articles

Popular Categories