www.samajalive.in
Sunday, December 7, 2025
23.1 C
Bhubaneswar

ଭଙ୍ଗା ଦଦରା ମାଟିକୁଡିଆରେ ଅସହାୟ ଜୀବନ ବିତାଉଛନ୍ତି ଦୃଷ୍ଟି ବାଦ୍ଧିତ ଦମ୍ପତି

କଲମପୁର .- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ସମାଜର ଗରିବ, ଅବହେଳିତ ତଥା ନିଷ୍ପେସିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରହିଛି ଅନେକ ଯୋଜନା। ଏହି ଯୋଜନା ମାଧ୍ୟମରେ ରିତିମତ ଖର୍ଚ୍ଚ ହଉଛି କୋଟି କୋଟି ଟଙ୍କାର ଅନୁଦାନ। କିନ୍ତୁ ଅନେକ ସ୍ଥଳେ ପ୍ରଶାସନର ଅବହେଳା ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ନିରବତା ପାଇଁ ଅନେକ ଯୋଗ୍ୟ ହିତାଧିକାରୀ ସରକାରଙ୍କ ଯୋଜନାରେ ସାମିଲ ହେବାରୁ ବଞ୍ଚିତ ହେଇ ଦୁଃସହ ଜୀବନ ଜିଉଁଛନ୍ତି। ଏପରିକି ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କ ଦଲାଲ ସାଜିଥିବା କିଛି ତୋଷାମଦକାରୀଙ୍କ ମାଧ୍ୟମରେ ହିତାଧିକାରୀ ଚୟନ କରାଯାଉଥିବାରୁ ଅନେକ ସମୟରେ ଅବହେଳିତ ଲୋକଙ୍କ ବଦଳରେ ସଚଳ ଗୋଷ୍ଠୀ ସରକାରଙ୍କ ସହାୟତା ହଡପ କରୁଛନ୍ତି। ଏପରିକି ଅନେକ ସମୟରେ ସଧବା ବିଧବା ଭତା ପାଉଥିବା ବେଳେ ଭେଣ୍ଡିଆ ପାଉଛି ବାର୍ଦ୍ଧକ୍ୟ ଭତା। ଏହାସହ ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଜାତୀୟ ପରିବାର ମଙ୍ଗଳ ଯୋଜନା ଭଳି ଯୋଜନାରୁ ଅର୍ଥ ହଡପ କରାଯିବା ଭଳି ଉଦାହରଣ କଳାହାଣ୍ଡିରେ ରହିଛି। କିନ୍ତୁ ପ୍ରକୃତ ପକ୍ଷେ ଜଣେ ଦୃଷ୍ଟି ବାଦ୍ଧିତ ଦମ୍ପତି ଏଭଳି ସରକାରୀ ଯୋଜନାରୁ ବଂଚିତ ହେବା ପରିତାପର ବିଷୟ। କିନ୍ତୁ କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧିନସ୍ଥ ମଣ୍ଡଳ ପଂ·ୟତ ଅନ୍ତର୍ଗତ ଭାଟିଗାଁର ଦୃଷ୍ଟିହୀନ ଚୈତନ୍ୟ ଭୋଇ ଓ ତାଙ୍କର ଦୃଷ୍ଟି ବାଦ୍ଧିତ ପତ୍ନୀ ଅଞ୍ଜନା ଏକ ଉଦାହରଣ ପାଲଟିଛନ୍ତି। ଚୈତନ୍ୟ ଓ ଅଞ୍ଜନା ଗୋଟିଏ ଗ୍ରାମର। ଉଭୟ ଜନ୍ମରୁ ଦୃଷ୍ଟି ବାଦ୍ଧିତ । ଉଭୟ ପରିବାରର ସହମତି କ୍ରମେ ବିବାହ କରିଥିଲେ। ଏମାନଙ୍କ ପରିବାର ଅତ୍ୟନ୍ତ ଗରିବ। ଚୈତନ୍ୟ ଭବାନୀପାଟଣା ଦିବ୍ୟାଙ୍ଗ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଯାଏଁ ପଢିବା ପରେ ଘରର ଅଭାବ କାରଣରୁ ପାଠରେ ଡୋରି ବାନ୍ଧିଥିଲା। ଯୁବକ ଅବସ୍ଥାରେ ଅଞ୍ଜନାକୁ ବିବାହ କରିଥିଲେ ମଧ୍ୟ ରୋଜଗାର ପାଇଁ ସେ ଅସମର୍ଥ। କେବଳ ଭିନ୍ନକ୍ଷମ ଭତା ଗଣ୍ଡାକ ତାର ସାହା। ଏହି ମାତ୍ର ୭ଶହ ଟଙ୍କାରେ ପରିବାର ପ୍ରତିପୋଷଣ କରିବା ସହଜସାଧ୍ୟ ନୁହେଁ। ତେଣୁ ଯଦିଓ ସ୍ୱାଭିମାନ ଜୀବନ ଜିଇଁବା ପାଇଁ ଚାହୁଁଥିଲେ ମଧ୍ୟ ପରିସ୍ଥିତିର ତାଡନାରେ ଭିକ୍ଷା ବୃତି ଭଳି ଏକ ବୃତିକୁ ଆଦରି ନେଇଛି ଚୈତନ୍ୟ। ଆଖ ପାଖ ଅଂଚଳରୁ ଭିକ୍ଷା ସଂଗ୍ରହ କରି ଉଭୟ ପ୍ରାଣୀ ନିଜ ପେଟ ପୋଷନ୍ତି।
ଅନେକ ସମୟରେ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାରୁ ସହାୟତା ପାଇବା ନେଇ ଗ୍ରାମ ୱାର୍ଡ ମେମ୍ବର ଠାରୁ ବିଧାୟକ ସାଂସଦ ଓ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଠାରୁ ଜିଲାପାଳଙ୍କ ଦ୍ୱାରସ୍ଥ ହେଇଥିଲେ ମଧ୍ୟ କେବଳ ଭତା ଗଣ୍ଡାକ ଓ ଅନ୍ତୋଦୟ କାର୍ଡ ଖଣ୍ଡିକ ବ୍ୟତିତ ଅନ୍ୟ କିଛି ସହାୟତା ମିଳି ପାରି ନାହିଁ। ଏକ ମାଟିକୁଡିଆ ଘରେ ଅତ୍ୟନ୍ତ ବିପଦ ସଙ୍କୁଳ ଅବସ୍ଥାରେ ଜୀବନ ଅତିବାହିତ କରି ଆସୁଥିଲେ ମଧ୍ୟ କେହି ଅଧିକାରୀ ଏଥିପ୍ରତି ଗୁରୁତ୍ୱ ନଦେବା ପରିତାପର ବିଷୟ। ଗତ କିଛି ଦିନ ତଳେ ଏହି ଅନ୍ଧ ଦମ୍ପତି କଲମପୁର ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିରରେ ନିଜର ପରିବାର ସମ୍ବନ୍ଧରେ ଗୁହାରୀ କରିଥିଲେ। ଜିଲାପାଳ ତୁରନ୍ତ ଜିଲା ରେଡକ୍ରସରୁ ୩ ହଜାର ଟଙ୍କା ସହାୟତା ଦେଇଥିବା ବେଳେ ଏକ ଘର ନିର୍ମାଣର ସହାୟତା ପାଇଁ ବି.ଡି.ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହାସହ ଘର ନିର୍ମାଣ ପୂର୍ବରୁ ଏକ ପଲିଥିନ ଦେବା ପାଇଁ ତହସିଲଦାରଙ୍କୁ ପରାମର୍ଶ ଦେଇଥିଲେ। ବାସ୍ ଏଇଠି ଶେଷ ହେଇଗଲା ପ୍ରଶାସନର ସହାୟତା। ଦୀର୍ଘ ସମୟ ଅତିକ୍ରାନ୍ତ ହେଇ ସାରିଥିଲେ ମଧ୍ୟ ଚୈତନ୍ୟକୁ ଅନ୍ୟ କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ।
ମୁ ଅନ୍ଧ ଓ ମୋ ସ୍ତ୍ରୀ ମଧ୍ୟ ଅନ୍ଧ। ଆମେ ଦୁନିଆ ଦେଖି ପାରୁ ନାହୁଁ। ଆମକୁ ମଧ୍ୟ ଏ ଦୁନିଆ ଦେଖି ନପାରିବା ଚକ୍ଷୁଥିବା ସଭ୍ୟ ସମାଜ ପାଇଁ ପରିତାପର ବିଷୟ ନୁହେଁକି ? ଖୋଦ ବି.ଡି.ଓ ଘର ନିର୍ମାଣ ପାଇଁ ସହାୟତା ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ କିନ୍ତୁ ଅଦ୍ୟାବଧି ମୋର ଏହି ଅସହାୟ ଅବସ୍ଥା ବି.ଡି.ଓ ଦେଖିନପାରିବା ପରିତାପର ବିଷୟ ବୋଲି ଚୈତନ୍ୟ ଅତ୍ୟନ୍ତ ଦୁଖଃର ସହ ଆମ ପ୍ରତିନିଧିଙ୍କ ଠାରେ ପ୍ରକାଶ କରିଥିବା ବେଳେ ଘର ଖଣ୍ଡକ ନମିଳିଲେ ଭଙ୍ଗା ଦଦରା ଘରରେ କେତେବେଳେଯେ ଜୀବନ ଚାଲିଯିବ ବୋଲି ମତବ୍ୟକ୍ତ କରିଥିଲେ। ଏନେଇ ବି.ଡି.ଓ ହେମ ସାଗର ଭୋଇଙ୍କ ସହ ଯୋଗାଯୋଗ କରାଯାଇଥିଲା ୨୦୧୩ ମସିହାରେ ପ୍ରଶାସନ ତରଫରୁ ପ୍ରସ୍ତୁତି ହେଇଥିବା ଏସ.ଇ.ସି.ସି ତାଲିକାରେ ଚୈତନ୍ୟର ନାମ ନଥିବାରୁ ଆବାସ ଯୋଜନାରେ ଘର ନିର୍ମାଣର ସହାୟତା ଯୋଗାଇବାରେ ପ୍ରତିବନ୍ଧକ ସୃଷ୍ଟି ହେଇଥିବା ଦର୍ଶାଇବା ସହ ଯେତେ ଦୁର ସମ୍ଭବ ତାପାଇ ପ୍ରୟାସ ଜାରି ରଖିଥିବା ସୁଚନା ଦେଇଥିଲେ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories