www.samajalive.in
Wednesday, December 10, 2025
23.1 C
Bhubaneswar

ଇସ୍ତଫା ଦେବା ପରେ ମୁମ୍ବଇରେ ପହଞ୍ଚିଲେ କଂଗ୍ରେସ-ଜେଡିଏସର ୧୦ ବିଧାୟକ

ମୁମ୍ବଇ : କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ମେଣ୍ଟ ସରକାର ସଂକଟରେ ପଡିଛି। ଦୁଇ ଦଳର ପ୍ରାୟ ୧୪ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ବାଚସ୍ପତି ଏପର୍ଯ୍ୟନ୍ତ ସେମାନଙ୍କ ଇସ୍ତଫାକୁ ଗ୍ରହଣ କରିନାହାନ୍ତି। ଏବେ ଉଭୟ ଦଳ ମଧ୍ୟରେ ଅଭିଯୋଗ ଓ ପ୍ରତିଅଭିଯୋଗ ଯୁଦ୍ଧ ଆରମ୍ଭ ହୋଇଛି। ଏହା ମଧ୍ୟରେ ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରୁ ୧୦ ଜଣ ରାତି ପ୍ରାୟ ୮ଟା ବେଳେ ବେଙ୍ଗାଲୁରୁରୁ ବିମାନ ଯୋଗେ ଆସି ମୁମ୍ବଇରେ ପହଞ୍ଚିଛନ୍ତି। ତେବେ କଂଗ୍ରେସର ୩ ବିଧାୟକ ଏବେ ବି ବେଙ୍ଗଲୁରୁରେ ଅଛନ୍ତି।

କଂଗ୍ରେସର ଆଉ କେତେକ ବିଦ୍ରୋହୀ ବିଧାୟକ ଗୋଆ ପଳାଇଥିବା ସୂଚନା ମିଳିଛି। ବେଙ୍ଗାଲୁରୁରେ ଓ ନୂଆଦିଲ୍ଲୀଠାରେ କଂଗ୍ରେସ ଜରୁରୀ ବୈଠକ ଡାକି ବିଚାରମବିମର୍ଶ କରିଛି। ଏହା ମଧ୍ୟରେ ୩ରୁ ୪ ଥର ନେତାଙ୍କ ମଧ୍ୟରେ ବୈଠକ ହୋଇସାରିଥିବା ସୂଚନା ମିଳିଛି। ଏହି ସଂକଟ ପାଇଁ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲ ବିଜେପିକୁ ଦାୟୀ କରିଛନ୍ତି। ଇସ୍ତଫା ଦେଇଥିବା ବିଧାୟକମାନେ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବେ ଓ ଦଳକୁ ଫେରିବେ ବୋଲି ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି। ସଂକଟ ଦୂର କରିବା ପାଇଁ କଂଗ୍ରେସ ନେତା ଭେଣୁଗୋପାଳ ଆସି ବେଙ୍ଗାଲୁରୁରେ ପହଞ୍ଚିଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories