www.samajalive.in
Friday, December 12, 2025
16.1 C
Bhubaneswar

ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ଚାହେଁ ଭାରତ : ମୁରଲୀଧରନ୍‍

ନୂଆଦିଲ୍ଲୀ : ସୀମାପାର ଆତଙ୍କବାଦ ବନ୍ଦ୍‍ କରିବା ଓ ନିଜ ଅଞ୍ଚଳରୁ ଆତଙ୍କବାଦୀଙ୍କ ଭିତ୍ତିଭୂମି ଗୁଡ଼ିକୁ ନଷ୍ଟ କରିବା ଦିଗରେ ପଦକ୍ଷେପ ନେବାକୁ ଭାରତ, ପାକିସ୍ତାନକୁ କହିଛି । ଗୁରୁବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବି. ମୁରଲୀଧରନ୍‍ କହିଛନ୍ତି, ପାକିସ୍ତାନ ସହିତ ସ୍ୱାଭାବିକ ସମ୍ପର୍କ ସ୍ଥାପନ କରିବାକୁ ଭାରତ ଚାହେଁ । ସେ କହିଛନ୍ତି, ପାକିସ୍ତାନ ସହ ସମସ୍ତ ଅସମାହିତ ବିଷୟର ସିମ୍‍ଳା ରାଜିନାମା ଓ ଲାହୋର ଘୋଷଣାନାମା ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ ଓ ଦ୍ୱିପକ୍ଷୀୟ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ଭାରତ ସଙ୍କଳ୍ପବଦ୍ଧ । ଆତଙ୍କବାଦ, ହିଂସା ଓ ଶତ୍ରୁ ମନୋଭାବ ମୁକ୍ତ ଏକ ବାତାବରଣ ମଧ୍ୟରେ ଅର୍ଥପୂର୍ଣ୍ଣ କଥାବାର୍ତ୍ତା ହୋଇପାରିବ ବୋଲି ମନ୍ତ୍ରୀ କହିଛନ୍ତି । ଏଥିପାଇଁ ପାକିସ୍ତାନକୁ ଅନୁକୂଳ ବାତାବରଣ ସୃଷ୍ଟି କରିବାକୁ ହେବ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories