www.samajalive.in
Monday, December 8, 2025
13.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଜାମୁକୋଳି

ବର୍ତ୍ତମାନ ସମୟରେ ବଜାରରେ ଜାମୁକୋଳି ଯଥେଷ୍ଟ ପରିମାଣରେ ମିଳୁଛି। ସ୍ୱାଦରେ ଖଟାମିଠା ଏହି ଫଳର ବହୁ ସ୍ୱାସ୍ଥ୍ୟ ଉପକାରୀ ଗୁଣ ରହିଛି। ଏପରି କୁହାଯାଏ ଯେ ,ପ୍ରତ୍ୟେକ ବ୍ୟକ୍ତି ଅତିକମରେ ୫-୧୦ଟି ଜାମୁକୋଳି ନିଶ୍ଚୟ ଖାଇବା ଉଚିତ। ଏହାକୁ ଖାଇବା ଦ୍ୱାରା ପେଟ ସଫା ହେବା ସହ ଶରୀର ପାଇଁ ଖୁବ ଲାଭଦାୟକ ହୋଇଥାଏ। ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଜାମୁକୋଳିର ଆବଶ୍ୟକତା ଓ ଏହାକୁ କିଣିବା ସମୟରେ କେଉଁ ଦିଗପ୍ରତି ଧ୍ୟାନ ଦେବା ଆବଶ୍ୟକ….
ଜାମୁକୋଳି କିଣିବା ସମୟରେ ପ୍ରଥମେ ୨ଟି କିମ୍ବା ୩ଟି ଜାମୁକୋଳି ଖାଇ କଣିବା ଉଚିତ। ଏପରି କରିବା ଦ୍ୱାରା ଏହାର ସଠିକ ସ୍ୱାଦ ଅର୍ଥାତ ଅଧିକ ଖଟା ନୁହେଁ ଓ ସତେଜ ବୋଲି ଜାଣିପାରିବେ।
ଯେଉଁ ଜାମୁକୋଳି ଅଧିକ ଚିକ୍କଣ ତାହାକୁ କିଣିବା ଉଚିତ ନୁହେଁ। କାରଣ ଅଧିକାଂଶ ଦୋକାନୀ ଏଥିରେ ତେଲ ଲଗାଇ ବିକ୍ରି କରନ୍ତି। ଏଭଳି ଜାମୁକୋଳି ଖାଇବା ଦ୍ୱାରା ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।
ଜାମୁକୋଳିକୁ ଫ୍ରିଜରେ ରଖିବା ଉଚିତ ନୁହେଁ।
ସ୍ୱାସ୍ଥ୍ୟ ଉପକାରୀ ଜାମୁକୋଳି – 
ଜାମୁକୋଳିରେ ଥିବା ଆଇରନ ଏନିମିୟାର ଅଭାବ ଦୂର କରିଥାଏ।
ଏହାକୁ ଖାଇବା ଦ୍ୱାରା ଯକୃତ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଜାମୁକୋଳି ମଞ୍ଜିକୁ ସିଝାଇ ଏହାର ପାଣି ପିଇବା ଦ୍ୱାରା ପେଟ ଜନିତ ସମସ୍ୟା ଦୂର ହୁଏ।
ଏହାକୁ ଖାଇବା ଦ୍ୱାରା ତ୍ୱଚା ଉଜ୍ୱଳ ଓ ସୁନ୍ଦର ହୋଇଥାଏ।
ମଧୁମେହ ରୋଗୀ ଏହାକୁ ନିୟମିତ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ ହୋଇଥାଏ।
ଜାମୁକୋଳିର ମଞ୍ଜିକୁ ଗୁଣ୍ଡ କରି ସାମାନ୍ୟ ଲୁଣ ପକାଇ ଦାନ୍ତରେ ଲଗାଇବା ଦ୍ୱାରା ଦାନ୍ତ ଯନ୍ତ୍ରଣା କମ ହୋଇଥାଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories