ଗୁରୁବାର ରାଶିଫଳ

ମେଷ: କଳହରୁ ମାଲିମୋକଦ୍ଦମା ହେବାର ଖବର ମିଳିପାରେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ବିଦ୍ୟାର୍ଜନ ହେବ। ଧାର୍ମ-ଧାରଣାରେ ରହିବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ପାପ ପ୍ରତି ବିମୁଖ ହେବେ।
ବୃଷ: ଦୂରଯାତ୍ରା କରିପାରନ୍ତି। ମନୋବଳ ଦୃଢ଼ ରହିବ। ଅର୍ଥ ଲାଭର ସୂଚନା ମିଳୁଛି। ଆପଣଙ୍କ ସଦ୍ଗୁଣର ବିକାଶ ଘଟିବ। କୃଷି ବଳରେ ବଳୀୟାନ୍ ହେବେ। ପୁଣ୍ୟବାନ୍ ହୋଇପାରନ୍ତି। ପୌରୁଷ ବିକଶିତ ହେବ।
ମିଥୁନ: ଚାକିରି କ୍ଷେତ୍ରରେ ପଦୋନ୍ନତିର ସୂଚନା ମିଳିବ। ମନରେ ଉଦ୍ବେଗ ଜାତ ହେବ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ସଦ୍ଗୁଣୀ ହେବେ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ।
କର୍କଟ: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ପଦୋନ୍ନତି ମିଳିବାର ସୁଯୋଗ ଜୁଟିଛି। ଆର୍ଥିକ ଅଭିବୃଦ୍ଧି ଘଟିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।
ସିଂହ: ଜଞ୍ଜାଳ ଏଡ଼ାଇବାକୁ ଚେଷ୍ଟା କରିବେ। କାର୍ୟ୍ୟରେ ବାଧା-ବିଘ୍ନ ଉପୁଜିବାର ସମ୍ଭାବନା ଅଛି। ଅଶାନ୍ତି ଓ ମନରେ ବ୍ୟଥା ଦେଖାଦେବ। ବିକ୍ରମ ଦୃଢ଼ତର ହେବ। ସନ୍ମାର୍ଗୀ ହେବେ। ବିଜ୍ଞ ବ୍ୟକ୍ତି ଭାବେ ପ୍ରତିଷ୍ଠା ଲାଭ କରିପାରନ୍ତି।
କନ୍ୟା: ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ଯାନ-ବାହନ ସୁଖ ମିଳିବ। ସତ୍ପଥଗାମୀ ହେବେ। ଜନ ସମର୍ଥନ ଲାଭ କରିବେ। ନିର୍ଭୟରେ କାର୍ୟ୍ୟ ସଂପାଦନ କରିବେ। ବିଭାଗୀୟ କୃପା ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
ତୁଳା: କର୍ମ ଚଞ୍ଚଳ ରହିବେ। ଧର୍ମ ଆଚରଣ କରି ଶାନ୍ତି ପାଇବେ। ଜନ ସମର୍ଥନ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ସତ୍ପଥଗାମୀ ହେବେ। ଯଶସ୍ବୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ବିଧି-ବିଧାନରେ କାର୍ୟ୍ୟ କରିବେ।
ବିଛା: ସମ୍ମାନିତ ହୋଇପାରନ୍ତି। ହର୍ଷ-ଉଲ୍ଲାସରେ ସମୟ ଅତିବାହିତ କରିବେ। ଅର୍ଥାଗମର ସୂଚନା ମିଳୁଛି। କର୍ମ କୁଶଳତା ପ୍ରକାଶ ପାଇବ। ମହା ପ୍ରଭାବଶାଳୀ ହେବେ। ପୁଣ୍ୟଦେହୀ ହେବେ। ସୁବର୍ଣ୍ଣାଦିଯୁକ୍ତ ହୋଇପାରନ୍ତି। ଶାସ୍ତ୍ରପଟୁ ହେବେ।
ଧନୁ: ଅନୁଭୂତି ବୃଦ୍ଧି ହୋଇପାରେ। ଦକ୍ଷତା ପ୍ରତିପାଦନ କରି ପ୍ରଶଂସନୀୟ ହେବେ। କୌଣସି କାରଣରୁ ଦୁଃଖ-ଶୋକ ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ନିର୍ମାଣ କାର୍ୟ୍ୟ ସ୍ଥଗିତ ରଖିବା ଉଚିତ୍।
ମକର: ପରିବେଶରେ ପରିବର୍ତ୍ତନ ଘଟିପାରେ। ମିତ୍ର ଲାଭର ସୂଚନା ମିଳୁଛି। ସମ୍ମାନିତ ହେବେ। କାର୍ୟ୍ୟ ହାସଲ କରିବାରେ ସକ୍ଷମ ହୋଇପାରନ୍ତି। ଗୁରୁକୁଳ ଆଶୀର୍ବାଦ ମିଳିପାରେ। ବେଶ-ଭୂଷା ଯୋଗୁଁ ଅନାଦର ହେବା ଆଶାକରାଯାଉଛି।
କୁମ୍ଭ: ଆବଶ୍ୟକ ସହଯୋଗ ପାଇବେ। ମନରେ ଗର୍ବଭାବ ବହନ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ସୁସ୍ଥ ଓ ନିରାମୟ ରହିବେ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ।
ମୀନ: କୌଣସି ଏକ କାର୍ୟ୍ୟରେ ପ୍ରଭାବିତ ହୋଇପାରନ୍ତି। ଅନୁତପ୍ତ ହେବେ। ଧନାଗମନର ସୂଚନା ମିଳୁଛି। ଆପଣଙ୍କ ପରାମର୍ଶ ଗ୍ରହଣୀୟ ହେବ। ସକଳ ଶାସ୍ତ୍ରଜ୍ଞାତା ହୋଇପାରନ୍ତି। ବ୍ରତକର୍ତ୍ତା ହେବେ। ଦେବ-ଦ୍ବିଜ ପରାୟଣ ହୋଇପାରନ୍ତି। ଆତ୍ମସନ୍ତୋଷ ମିଳିବ।

kalyan agarbati

Comments are closed.