www.samajalive.in
Friday, December 12, 2025
27.1 C
Bhubaneswar

ଲୋଇସିଂହା ମୁଖ୍ୟ ରାସ୍ତା କଡରେ ଆବର୍ଜନା, କାହାର ନିଘା ନାହିଁ

ଲୋଇସିଂହା: ସରକାର ଗ୍ରାମଞ୍ଚଳର ସ୍ୱଚ୍ଛତା ପାଇଁ ନାନାଦି ସଚେତନତା କାର୍ଯ୍ୟକ୍ରମ କରିବା ସହ ଆର୍ଥିକ ଅନୁଦାନ ମଧ୍ୟ ପ୍ରଦାନ କରୁଥିବା ବେଳେ ଲୋଇସିଂହା ଗ୍ରାମ ପଞ୍ଚାୟତ ପ୍ରତି ଏହାର ଆଦୌ ପ୍ରଭାବ ପଡୁ ଥିବା ଜଣା ପଡୁନାହିଁ। ଏପରିକି କିଛି ବର୍ଷ ହେବ ଗ୍ରାମଞ୍ଚଳର ବିକାଶ ପାଇଁ ଗଢି ଉଠିଥିବା ନାଗରିକ କମିଟି, ବିଭିନ୍ନ ସ୍ୱେଚ୍ଛାସେବୀ ଓ ଅନୁଷ୍ଠାନ, ତଥା ସ୍ଥାନୀୟ ପୋଲିସ ପ୍ରଶାସନ ଓ ପଞ୍ଚାୟତ କର୍ମକର୍ତ୍ତା ଗ୍ରାମର ସ୍ୱଚ୍ଛତା ପ୍ରତି ସଚେତନଶୀଳ ଥିବା ଭଳି ମନେ ହେଉ ନାହିଁ।

ଲୋଇସିଂହା ଗ୍ରାମର ମୁଖ୍ୟ ରାସ୍ତା କଡରେ ତଥା ସ୍ଥାନୀୟ କଲ୍ୟାଣ ମଣ୍ଡପ ନିକଟରେ ରହିଥିବା ଆବର୍ଜନା କୁଣ୍ଡ ରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। କୁଣ୍ଡ ଭିତରେ ଓ ବାହାରେ ଅଧିକ ଆବର୍ଜନା ପଡି ରାସ୍ତା ଉପରକୁ ଆସୁଥିବା ଏବଂ ଦୁର୍ଗନ୍ଧ ପରିବେଶ ସୃଷ୍ଟି ହେଉଥିବା ବେଳେ କାହାରି କୌଣସି ପ୍ରତିକ୍ରିୟା ଜଣାପଡୁନାହିଁ। ନିୟମିତ ଭାବେ ମୁଖ୍ୟରାସ୍ତାରେ ଯାତାୟାତ କରୁଥିବା ଲୋକ ପ୍ରତିନିଧି, ସରକାରୀ ଅଧିକାରୀ ସମେତ ଗ୍ରାମବାସୀ ମାନେ ରାସ୍ତା ର ଏଭଳି ଅବସ୍ଥା ଦେଖି ନୀରବ ଦ୍ରଷ୍ଟା ସାଜିଛନ୍ତି। ରାସ୍ତା ଘାଟର ସ୍ୱଚ୍ଛତା ପାଇଁ କୁଣ୍ଡ ପୂର୍ଣ୍ଣ ହେଲେ ପଞ୍ଚାୟତ ପକ୍ଷରୁ ଅନ୍ୟତ୍ର ଆବର୍ଜନା ଫିଙ୍ଗିବା ପାଇଁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଏଭଳି ଅବସ୍ଥା ସଷ୍ଟି ହୋଇଛି। ତେବେ ଅନ୍ୟ ଖୋଲା ସ୍ଥାନରେ ଆବର୍ଜନା ପକାଇବା ପାଇଁ ଟ୍ରାକ୍ଟର ଯୋଗେ ନେଲେ ସେହି ନିକଟସ୍ଥ ଗ୍ରାମବାସୀମାନେ ସେଠାରେ ପକାଇ ଦେଉ ନ ଥିବାରୁ ଆବର୍ଜନା ସଫା କରାଯାଇ ପାରୁ ନାହିଁ ବୋଲି ସ୍ଥାନୀୟ ସରପଞ୍ଚ ସୁନୀଲ ଅଗ୍ରୱାଲ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories