www.samajalive.in
Saturday, December 6, 2025
26.1 C
Bhubaneswar

ରାଜ୍ୟରେ ଖାଲିପଡ଼ିଛି ୫୦୩ ଆରଆଇ ପଦବୀ : ଗୃହରେ ଉଦ୍‌ବେଗ

ଭୁବନେଶ୍ୱର : ରାଜ୍ୟରେ ମୋଟ ୨୪୫୩ ରାଜସ୍ବ ନିରୀକ୍ଷକ(ଆରଆଇ) ପଦବୀ ରହିଥିବା ବେଳେ ସେଥିରୁ ୫୦୩ ପଦବୀ ଖାଲି ପଡ଼ିଛି। ଗୁରୁବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳରେ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି ଏହି ସୂଚନା ଦେଇଛନ୍ତି।

ରାଜ୍ୟର ବିଭିନ୍ନ ଜିଲାରେ ଆରଆଇ ଏବଂ ଅମିନ ପଦବୀ ଖାଲି ପଡ଼ିଥିବାରୁ ରାଜସ୍ବ ବିଭାଗ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବନ୍ୟା ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ସହାୟତା ପାଇଁ ଆରଆଇଙ୍କ ରିପୋର୍ଟ ଆବଶ୍ୟକ ପଡ଼ୁଥିବାରୁ ଏହା ସୁଚାରୁ ରୂପେ ହୋଇପାରୁ ନାହିଁ। ଏହାକୁ ନେଇ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ଖାଲି ପଡ଼ିଥିବା ଆରଆଇ ପଦବୀ ତୁରନ୍ତ ପୂରଣ କରିବା ପାଇଁ ଗୃହରେ ସଦସ୍ୟମାନେ ଦାବି କରିଥିଲେ।

- Advertisement -

ପ୍ରତି ପଞ୍ଚାୟତରେ ରାଜ୍ୟ ସରକାର ଆରଆଇ ସର୍କଲ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ଏପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ନହେବାର କାରଣ କ’ଣ ବୋଲି ଗୃହରେ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କଠାରୁ ଶାସକ ଦଳ ସଦସ୍ୟ ପ୍ରଫୁଲ୍ଲ ସାମଲ ଉତ୍ତର ଚାହିଁଥିଲେ। ସେହିପରି କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଏହା ଉପରେ ଅତିରିକ୍ତ ପ୍ରଶ୍ନ କରି କହିଥିଲେ ଯେ, ବଲାଙ୍ଗୀରରେ ଆରଆଇ, ଅମିନ ନିଯୁକ୍ତିରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ଘଟଣାରେ ତତ୍କାଳୀନ ଜିଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ବର୍ତ୍ତମାନ ଜିଲାରେ କେତେ ପଦବୀ ଖାଲି ରହିଛି ବୋଲି ପ୍ରଶ୍ନ କରିଥିଲେ।

ଆରଆଇଙ୍କ ଅଭାବ ଯୋଗୁଁ ଫଣି ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନରେ ସମସ୍ୟା ସୃଷ୍ଟି ହେଉଥିବା ନେଇ ଗୃହରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଥିଲେ। ଉତ୍ତରରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ,“ରାଜ୍ୟରେ ମୋଟ ମଞ୍ଜୁରପ୍ରାପ୍ତ ୨ ହଜାର ୪୫୩ ଆରଆଇ ପଦବୀରୁ ୫୦୩ଟି ଖାଲି ରହିଛି। ବଲାଙ୍ଗୀରରେ ୮୬ ଅମିନ ପଦବୀରୁ ୮୧ଟି ଏବଂ ୯୪ ଆରଆଇ ପଦବୀରୁ ୭୫ଟି ଖାଲି ପଡ଼ିଛି। ରାଜ୍ୟରେ ଖାଲି ପଡ଼ିଥିବା ଆରଆଇ, ଅମିନ ପଦବୀ ପୂରଣ ନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଥିଲେ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories