www.samajalive.in
Sunday, December 14, 2025
26.1 C
Bhubaneswar

ପାଟନାରେ ହିଟ୍‌ ଆଣ୍ଡ ରନ୍‌; ୨ ନାବାଳକ ମୃତ, ଡ୍ରାଇଭରକୁ ପିଟି ମାରିଦେଲେ ଲୋକେ

ପାଟନା: ବିହାରର ପାଟନା ଅନ୍ତର୍ଗତ ଅଗାମକୁଆଁ ଅଞ୍ଚଳରେ ବୁଧବାର ରାତିରେ ଏକ ହିଟ୍‌ ଆଣ୍ଡ ରନ୍‌ ଘଟଣା ସାମ୍ନାକୁ ଆସିଛି। ଫୁଟ୍‌ପାଥରେ ଶୋଇଥିବା ୩ ପିଲାଙ୍କ ଉପରେ ଏକ ଏସୟୁଭି କାର ଚଢ଼ିଯିବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଘଟଣା ପରେ ଉତ୍ୟକ୍ତ ଲୋକେ ଏସୟୁଭିର ଡ୍ରାଇଭରକୁ ପିଟି ମାରି ଦେଇଛନ୍ତି। ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ପାଟନାର ଅତିରିକ୍ତ ଏସପି ବଳିରାମ ଚୌଧୁରୀ  କହିଛନ୍ତି। ଲୋକେ ପିଟି ମାରିଦେଇଥିବା ଡ୍ରାଇଭର ନାଁ ସୌରଭ ଗାଙ୍ଗୁଲି ବୋଲି ଜଣାପଡ଼ିଛି। ସୌରଭଙ୍କ ସହିତ ଥିବା ମନୀଷ କୁମାର ନାମକ ଅନ୍ୟ ଜଣେ ବ୍ୟକ୍ତି ଲୋକଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ସୌରଭଙ୍କ ଘର ନାୱଡାର ଈଶ୍ଵର ଗ୍ରାମରେ। ଗାଡ଼ିଟି ସୌରଭଙ୍କର କି ନାହିଁ ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ବୁଧବାର ରାତି ପ୍ରାୟ ୨ଟାରେ ଏହି ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା କଳା ରଙ୍ଗର ଏସୟୁଭି ଫୁଟପାଥରେ ଶୋଇଥିବା ୩ ପିଲାଙ୍କ ଉପରକୁ ଚଢ଼ିଯାଇଥିଲା। ପରେ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଏକ ଦୋକାନରେ ମାଡ଼ ହୋଇଥିଲା। ଗାଡ଼ି ଭିତରେ ୨ ଜଣ ବ୍ୟକ୍ତି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଖସି ପଳାଇବାକୁ ଉଦ୍ୟମ କରିବା ସମୟରେ ଉତ୍ୟେକ୍ତ ଲୋକେ ତାଙ୍କୁ ମାଡ଼ ମାରିଥିଲେ। ଅନ୍ୟପଟେ ଦୁର୍ଘଟଣାରେ ରୋହିତ କୁବାର ଏବଂ ହରେନ୍ଦ୍ର କୁମାର ନାମକ ଦୁଇ ନାବାଳକଙ୍କ ମୃତ୍ୟୁ ଘଟିଛି। ଅନ୍ୟଜଣେ ନାବାଳକ ଲଳିତ ମାଞ୍ଝି ଗୁରୁତର ଆହତ ହୋଇଛନ୍ତି। ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି।

- Advertisement -

ପୁଲିସ ସିସିଟିଭି ଫୁଟେଜ ଯାଞ୍ଚ କରିଛି। ତେବେ ଦୁର୍ଘଟଣା ପୂର୍ବରୁ ପିଲାମାନେ ନିଦରେ ଫୁଟପାଥରୁ ରାସ୍ତାକୁ ଖସିପଡ଼ିଥିଲେ ବୋଲି ଫୁଟେଜରୁ ଜଣାପଡ଼ିଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକମାନେ ରାତି ୩ଟାରୁ ସକାଳ ୬ଟା ୩୦ ପର୍ଯ୍ୟନ୍ତ ରାସ୍ତାରୋକୋ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories