www.samajalive.in
Wednesday, December 10, 2025
14.1 C
Bhubaneswar

ଜାପାନରେ ମୋଦୀ, ଜି-୨୦ ସମ୍ମିଳନୀରେ ଯୋଗଦେବେ

ନୂଆଦିଲ୍ଲୀ: ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାପାନରେ ପହଞ୍ଚିଛନ୍ତି। ଆସନ୍ତା ୨୮ରୁ ୨୯ ତାରିଖ ମଧ୍ୟରେ ହେବାକୁ ଥିବା ସମ୍ମିଳନୀରେ ମୋଦୀ ୬ଷ୍ଠ ଥର ପାଇଁ ଯୋଗଦେବେ। ଏହାବ୍ୟତୀତ ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ।

ଜାପାନ ଗସ୍ତ ପୂର୍ବରୁ ମୋଦୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହିଳା ସଶକ୍ତୀକରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ଆତଙ୍କବାଦ ଭଳି ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମୟରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ। ତେଣୁ ଆଜିର ପରିବର୍ତ୍ତନଶୀଳ ଦୁନିଆରେ ନିୟମ ଆଧାରିତ ଅନ୍ତରାଷ୍ଟ୍ରୀୟ ବ୍ୟବସ୍ଥାକୁ ବଜାୟ ରଖିବା ଲାଗି ସବୁ ପକ୍ଷଙ୍କ ସହିତ ଆଲୋଚନା ପାଇଁ ଏହା ଏକ ଗୁରୁତ୍ଵପୂର୍ଣ୍ଣ ସୁଯୋଗ ସୃଷ୍ଟି କରିବ।

- Advertisement -

ଭାରତ ମଧ୍ୟ ଏହାର ବିଗତ ୫ବର୍ଷର ବିକାଶମୂଳକ ଅନୁଭୂତିକୁ ଅନ୍ୟ ରାଷ୍ଟ୍ର ସହିତ ବାଣ୍ଟିବ। ସେହିପରି ୨୦୨୨ରେ ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବାକୁ ଥିବାରୁ ଏହି ସମ୍ମିଳନୀ ଭାରତ ପାଇଁ ଗୁରୁତ୍ଵ ବହନ କରୁଛି ବୋଲି ମୋଦୀ କହିଛନ୍ତି। ସମ୍ମିଳନୀ ବାଦ୍‌ ମୋଦୀ ରୁଷ-ଭାରତ-ଚାଇନା(ଆରଆଇସି) ଏବଂ ଜାପାନ-ଆମେରିକା-ଭାରତ(ଜେଏଆଇ) ମଧ୍ୟରେ ହେବାକୁ ଥିବା ତ୍ରିପାକ୍ଷିକ ଆଲୋଚନାରେ ଭାଗନେବେ। ଏହାବ୍ୟତୀତ ୧୦ଟି ଦ୍ବିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories