www.samajalive.in
Saturday, December 13, 2025
26.1 C
Bhubaneswar

ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ

ବଲାଙ୍ଗିର: ବଲାଙ୍ଗିର ଜିଲା ବରିଷ୍ଠ ନାଗରିକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଗୁରୁଶ୍ରୀ ଘାସିରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ସଂଘର ପଶ୍ଚିମ ଓଡିଶା ସଙ୍ଗଠନ ଦାୟିତ୍ୱରେ ଥିବା ବରଗଡରେ ଅମୂଲ୍ୟ ପତି ଓ ପ୍ରହଲ୍ଲାଦ ମହାପାତ୍ର ଅତିଥି ଭାବରେ ଯୋଗ ଦେଇଥିଲେ।

ପ୍ରଥମେ ଶ୍ରୀ ଆଚାର୍ଯ୍ୟ ବୈଠକର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ପରେ ଗୁରୁଶ୍ରୀ ମିଶ୍ର ଉପସ୍ଥିତ ଥିବା ସମସ୍ତ ବରିଷ୍ଠ ସଭ୍ୟଙ୍କୁ ସଂଘ ପାଇଁ ଏକ ବିଧିବଦ୍ଧ ଭାବରେ ଏକ ସଂବିଧାନ ପ୍ରଣୟନ କରାଯାଇ ତାକୁ ଯଥାଶୀଘ୍ର ପଞ୍ଜିକରଣ କରିବାକୁ ଉଦ୍ୟମ ଚାଲିଛି ବୋଲି ସୂଚନା ଦେଇଥିଲେ। ଅତିଥି ଭାବେ ଯୋଗ ଦେଇଥିବା ଶ୍ରୀ ପତି ଓ ଶ୍ରୀ ମହାପାତ୍ର କହିଥିଲେ, ପଶ୍ଚିମ ଓଡିଶାର ୧୧ ଟି ଜିଲାକୁ ନେଇ ଏକ ଶକ୍ତିଶାଳୀ ସଙ୍ଗଠନ କରିବାକୁ ଉଦ୍ୟମ ଚାଲିଛି ବୋଲି କହିଥିଲେ। ଏଥିପାଇଁ ସମସ୍ତ ଜିଲାର ବରିଷ୍ଠ ନାଗରିକଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ମଧ୍ୟ କହିଥିଲେ। ଆଗାମୀ ଜୁଲାଇ ୭ ତାରିଖରେ ସୋନପୁର ଠାରେ ସଂଘର ଏକ ବୈଠକ ହେବ ବୋଲି ସୂଚନା ଦେଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories