www.samajalive.in
Sunday, December 14, 2025
26.1 C
Bhubaneswar

କିନ୍ନରଙ୍କୁ ଟ୍ରେନରେ ଭିକ୍ଷାବୃତ୍ତି ମନା : ଯାତ୍ରୀଙ୍କ ସୁରକ୍ଷା ନେଇ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ଏଣିକି କିନ୍ନରମାନେ ଷ୍ଟେସନ ଓ ଟ୍ରେନରେ ଆଉ ହଇରାଣ କରିପାରିବେନି। ଯାତ୍ରୀ ହିସାବରେ ସେମାନେ ଯାଇ ପାରିବେ କିନ୍ତୁ ଟ୍ରେନ କିମ୍ବା ଷ୍ଟେସନରେ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ବୁଧବାର ରେଳବାଇ କର୍ତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ। ସେମାନେ ରହୁଥିବା ସ୍ଥାନକୁ ଯାଇ ପୁଲିସ ସେମାନଙ୍କୁ ବୁଝାଇବ। ଯଦି ସେମାନେ ଏହି ନିୟମକୁ ନମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା। ବିଶେଷକରି ମହିଳା ଓ ଶିଶୁ ଯାତ୍ରୀମାନଙ୍କ ସୁରକ୍ଷାକୁ କିଭଳି ପ୍ରଧାନ୍ୟ ଦିଆଯାଇ ପାରିବ ଏନେଇ ସବିଶେଷ ଆଲୋଚନା ହୋଇଥିଲା। ଯାତ୍ରୀଙ୍କ ସୁରକ୍ଷା ପାଇଁ ଜିଆରପି ଓ ରେଳବାଇ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ଶେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟର ଆଦାନ ପ୍ରଦାନ ମଧ୍ୟ କରାଯିବ। ଜିଆରପି କର୍ମଚାରୀମାନଙ୍କୁ ମଧ୍ୟ ବୋମା ନିଷ୍କ୍ରିୟ କରାଯିବା ନେଇ ତାଲିମ ପ୍ରଦାନ କରାଯିବ। ସମସ୍ତ ଷ୍ଟେସନରେ ବ୍ୟାଗେଜ ସ୍କାନର ଲଗାଯିବା ସହିତ ସିସି କ୍ୟାମେରା ଲଗାଯିବାକୁ କୁହାଯାଇଛି। ରଥଯାତ୍ରାକୁ ଆଖିରେ ରଖି ପୁରୀକୁ ଯିବା ଆସିବା କରିବାକୁ ଥିବା ଟ୍ରେନରେ ଯାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ବୈଠକରେ ସ୍ଥିର ହୋଇଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories