www.samajalive.in
Friday, December 12, 2025
14.1 C
Bhubaneswar

ଜଗତସିଂହପୁରରେ ପ୍ରତିଷ୍ଠା ହେବ ପ୍ଲାଷ୍ଟିକ ପାର୍କ

ନୂଆଦିଲ୍ଲୀ : ଓଡିଶାର ଜଗତସିଂହପୁରରେ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ହେବ। କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ  ଡି.ଭି ସଦାନନ୍ଦ ଗୌଡା ମଙ୍ଗଳବାର ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ପ୍ରଦାନ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଯେ ଦେଶବ୍ୟାପୀ ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା କରାଯିବାର ଯୋଜନା ରହିଛି ।
ଏହି ଯୋଜନାର ପ୍ରଥମ ଦଫାରେ ଆସାମର ତିନସୁକିଆ, ମଧ୍ୟ ପ୍ରଦେଶର ରାଇସେନ, ଓଡିଶାର ଜଗତସିଂହପୁର ଓ ତାମିଲନାଡୁର ଥିରୁଭଲ୍ଲୁରଠାରେ ୨୦୧୯-୨୦ ମଧ୍ୟରେ ଏହି ପାର୍କ ପ୍ରତିଷ୍ଠା କରାଯିବା ପାଇଁ ଅନୁମୋଦନ କରାଯାଇଛି।
ଯୋଜନାର ଦ୍ୱିତୀୟ ଦଫାରେ ଝାଡଖଣ୍ଡ, ମଧ୍ୟପ୍ରଦେଶ, ଉତରପ୍ରଦେଶ, ହରିୟାଣା, ଗୁଜରାଟ, ଛତିଶଗଡ, ପଞ୍ଜାବ, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ମଣିପୁର, ଜାମ୍ମୁ କାଶ୍ମୀର ଏବଂ ରାଜସ୍ଥାନରେ ଏହି ପାର୍କ ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଆବଶ୍ୟକ ଯୋଗ୍ୟତା ଏବଂ ଡିପିଆରଏସ ସମାପ୍ତି ଆଧାରରେ ଝାଡଖଣ୍ଡର ଦେଓଘର ଏବଂ ମଧ୍ୟ ପ୍ରଦେଶର ବିଲାଉଆଠାରେ ୨୦୧୮-୧୯ରେ ଦୁଇଟି ପ୍ଲାଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଚୂଡାନ୍ତ ମଞ୍ଜୁରି ପ୍ରଦାନ କରାଯାଇଥିଲା ବୋଲି ମନ୍ତ୍ରୀ କହିଛନ୍ତି।
ଯୋଜନାର ନିର୍ଦ୍ଦେଶାବଳୀ ଅନୁଯାୟୀ ସଂପୃକ୍ତ ରାଜ୍ୟ ସରକାର ଏହାର କାର୍ଯକାରିତା ଏବଂ ଡିପିଆର ସ୍ତରରେ ପରିବେଶ ଗତ ଅନୁମତି ସହ ସମସ୍ତ ବୈଧାନିକ ଅନୁମୋଦନ ଦାୟିତ୍ୱରେ ରହିବେ।
ଏହି ଯୋଜନା ଫଳରେ ଅଭିନବ ପ୍ରକ୍ରିୟା ମାଧ୍ୟମରେ ବର୍ଜ୍ୟ ପରିଚାଳନା ଏବଂ ପୁନଃଚକ୍ରଣ ଆଦି କରାଯାଇ ପରିବେଶର ସ୍ଥାୟୀ ସୁରକ୍ଷା କରାଯାଇ ପାରିବ। ବର୍ଜ୍ୟ ପରିଚାଳନା ପାଇଁ ଉତ୍ପାଦନ ୟୁନିଟଗୁଡ଼ିକୁ ସହାୟତା ପ୍ରଦାନ ଲାଗି ଭିତିଭୂମି ପ୍ରତିଷ୍ଠା, ଯାନ୍ତ୍ରିକ ଉପକରଣ, ଅଣ-ଧ୍ୱଂସକାରକ ପଦାର୍ଥ ପରୀକ୍ଷଣ, ଉଷ୍ମାୟନ, ଗୋଦାମ ନିର୍ମାଣ, ପ୍ଲାଷ୍ଟିକ ଚକ୍ରୀକରଣ, ଡିଜାଇନ ପ୍ରସ୍ତୁତି, ଗବେଷଣା ଏବଂ ବିକାଶ ଲାଗି ଏହି ଯୋଜନାରେ ବ୍ୟବସ୍ଥା ରହିଥିବା ମନ୍ତ୍ରୀ ସଦାନନ୍ଦ ଗୌଡା ପ୍ରକାଶ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories