www.samajalive.in
Friday, December 12, 2025
15.1 C
Bhubaneswar

ସ୍ୱାସ୍ଥ୍ୟସେବା ତାଲିକା; ୧୮ ନଂ ସ୍ଥାନରେ ଓଡ଼ିଶା, କେରଳ ନମ୍ବର ୧

ନୂଆଦିଲ୍ଲୀ : ନିତି ଆୟୋଗ ପକ୍ଷରୁ ମଙ୍ଗଳବାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟଗୁଡ଼ିକର ପ୍ରଦର୍ଶନ ନେଇ ୨୦୧୭-୧୮ ବର୍ଷର ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ବିହାର, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ ଓ ଓଡ଼ିଶା ପୂର୍ବ ତାଲିକାରୁ ତଳକୁ ଖସିଛନ୍ତି। ଏହାର ବିପରୀତ ହରିୟାଣା, ରାଜସ୍ଥାନ ଏବଂ ଝାଡ଼ଖଣ୍ଡ ତାଲିକାରେ ଉପରକୁ ଉଠିଛନ୍ତି।
ସ୍ୱାସ୍ଥ୍ୟ ଏବଂ ପରିବାର କଳ୍ୟାଣ ମନ୍ତ୍ରାଳୟ ଏବଂ ବିଶ୍ୱବ୍ୟାଙ୍କର ବୈଷୟିକ ସହଯୋଗ ଦ୍ୱାରା ନିତି ଆୟୋଗ ଏହି ତାଲିକା ପ୍ରସ୍ତୁତ କରିଛି। ‘ସୁସ୍ଥ ରାଜ୍ୟ, ପ୍ରଗତିଶୀଳ ଭାରତ’ ଶୀର୍ଷକରେ ପ୍ରକାଶିତ ଏହି ତାଲିକାରେ ୨୧ଟି ବଡ଼ ରାଜ୍ୟ ମଧ୍ୟରୁ କେରଳ ୧ ନମ୍ବର ସ୍ଥାନରେ ରହିଛି। ଏହି ତାଲିକାରେ ଓଡ଼ିଶା ୧୮ ନମ୍ବର ସ୍ଥାନରେ ଥିବାବେଳେ ଉତ୍ତରାଖଣ୍ଡ ୧୯, ଉତ୍ତରପ୍ରଦେଶ ୨୦ ଏବଂ ବିହାର ୨୧ ନମ୍ବର ସ୍ଥାନରେ ରହିଛନ୍ତି। କେରଳ ପଛକୁ ଦ୍ୱିତୀୟ ନମ୍ବର ସ୍ଥାନରେ ଆନ୍ଧ୍ରପ୍ରଦେଶ, ତୃତୀୟ ନମ୍ବର ସ୍ଥାନରେ ମହାରାଷ୍ଟ୍ର ଓ ଚତୁର୍ଥରେ ଗୁଜୁରାଟ ରହିଛି।
ରିପୋର୍ଟ ଅନୁସାରେ ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ସ୍ୱାସ୍ଥ୍ୟସେବାରେ ବିହାର ପ୍ରଦର୍ଶନ ସୂଚକାଙ୍କରେ ୬.୩୫ ନମ୍ବର ହ୍ରାସ ପାଇଛି। ସେହିପରି ଉତ୍ତରପ୍ରଦେଶ ପ୍ରଦର୍ଶନ ସୂଚକାଙ୍କରେ ୫.୮, ଉତ୍ତରାଖଣ୍ଡ ୫.୨ ଏବଂ ଓଡ଼ିଶାର ପ୍ରଦର୍ଶନ ସୂଚକାଙ୍କରେ ୩.୪୬ ନମ୍ବର ତଳକୁ ଖସିଛି। ୨୩ଟି ବିଷୟ ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ଏହା ମଧ୍ୟରେ ସ୍ୱାସ୍ଥ୍ୟ ଯୋଜନା ପରିଣାମ (ନବଜାତ ମୃତ୍ୟୁ ହାର, ପ୍ରଜନନ ହାର, ଜନ୍ମ ସମୟରେ ସ୍ତ୍ରୀ-ପୁରୁଷ ଅନୁପାତ), ସଂଚାଳନ ବ୍ୟବସ୍ଥା ଏବଂ ସୂଚନା (ଅଧିକାରୀଙ୍କ ନିଯୁକ୍ତ ଓ କାର୍ଯ୍ୟ ଅବଧି), ପ୍ରକ୍ରିୟା (ନର୍ସ ଓ ଖାଲି ପଡ଼ିଥିବା ପଦ, ଜନ୍ମ ପଞ୍ଜିକରଣ ସ୍ତର) ଆଦି ଅନ୍ତର୍ଭୁକ୍ତ ରହିଛି। ଦ୍ୱିତୀୟ ଥର ନିତି ଆୟୋଗ ସ୍ୱାସ୍ଥ୍ୟ ସୂଚକାଙ୍କ ଆଧାରରେ ରାଜ୍ୟଗୁଡ଼ିକର ତାଲିକା ପ୍ରକାଶ କରିଛି। ଏହା ପୂର୍ବରୁ ୨୦୧୮ ଫେବୃଆରୀରେ ୨୦୧୫-୧୬ ବର୍ଷର ସ୍ୱାସ୍ଥ୍ୟସେବା ପ୍ରଦର୍ଶନର ପ୍ରଥମ ତାଲିକା ପ୍ରକାଶ ପାଇଥିଲା।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories