www.samajalive.in
Friday, December 12, 2025
15.1 C
Bhubaneswar

ବଲାଙ୍ଗୀର ମେଡିକାଲରେ ପିଛା ଛାଡୁନି ଅବ୍ୟବସ୍ଥା

ବଲାଙ୍ଗୀର : ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ପୁଣି ସେହି ପୁରୁଣା ଦୃଶ୍ୟ ଦେଖିବାକୁ ମିଳିଛି। ସିଡିଏମଓଙ୍କ ଠାରୁ ଦାୟିତ୍ୱ କାଢି ଦିଆଯାଇ ସ୍ୱତନ୍ତ୍ର ମେଡିକାଲ ଅଧିକ୍ଷକ ଭାବେ ଜଣେ ଦାୟିତ୍ୱରେ ରହିଲେ। ମେଡିକାଲରେ ଅବ୍ୟବସ୍ଥା ଗୋଡାଉଥିବା ବେଳେ ଏହାକୁ ସୁଧାରିବାରେ ସମ୍ପୁର୍ଣ୍ଣ ବିଫଳ ହୋଇଛନ୍ତି ବର୍ତ୍ତମାନର ମେଡିକାଲ ଅଧିକ୍ଷକ। ଏହାକୁ ନେଇ ବିଭିନ୍ନ ମହଲରେ ଅଭିଯୋଗ ହେଉଥିବା ବେଳେ ଅସନ୍ତୋଷ ଦେଖାଦେଇଛି। ଉଭୟ ପୁରୁଷ ଓ ମହିଳା ମେଡିସିନ ୱାର୍ଡରେ ରୋଗୀଙ୍କୁ ଜାଗା ମିଳୁନାହିଁ। ଯାହା ଫଳରେ ରୋଗୀ ତଳେ ଶୋଇ ଚିକିତ୍ସିତ ହେଉଛନ୍ତି। କିଛି ବର୍ଷ ପୂର୍ବରୁ ମଧ୍ୟ ମେଡିକାଲରେ ରୋଗୀ ବେଡଟିଏ ପାଇବା ପାଇଁ ଟଣା ଓଟରା ହେଉଥିବା ବେଳେ ଏବେ ପୁଣି ସେହି ସ୍ଥିତିକୁ ଆସିଛି।

ଏ ନେଇ କିଛି ରୋଗୀଙ୍କୁ ଭେଟିଥିଲୁ। ସେମାନଙ୍କ କହିବା ଅନୁସାରେ ଠିକରେ ସଫା ସୁତୁରା କରାଯାଉନଥିବା ବେଳେ ରୋଗୀଙ୍କ ପାଇଁ ଯେଉଁ ପାଇଖାନା,ମୁହଁ ଧୋଇବା ସ୍ଥାନ ରହିଛି ତାହା ଅତିକଦର୍ଯ୍ୟ ହୋଇଥିବା  ଅଭିଯୋଗ କରିଛନ୍ତି । ଗୁଡଭେଲା ବ୍ଲକ ଟିକିରି ପଡାରୁ ରଏବାରୀ ରଣା ଜଣେ ବୃଦ୍ଧା ମହିଳା  ବେଡ ନପାଇ ବାରଣ୍ଡାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ବୟସ ପ୍ରାୟ ୭୦ ଛୁଇଁଥିବା ବେଳେ ବରିଷ୍ଠ ନାଗରିକମାନଙ୍କ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଯେଉଁ ସୁବିଧା ମିଳିବା କଥା ତାହା ମିଳୁନାହିଁ । ବରିଷ୍ଠ ନାଗରିକମାନଙ୍କୁ ଡାକ୍ତରଖାନାରେ ସ୍ୱତନ୍ତ୍ର ଭାବେ ଚିକିତ୍ସା କଥା କୁହାଯାଉଥିବା ବେଳେ ପ୍ରକୃତରେ ଏଠି ସେଭଳି ଲାଗୁ ହୋଇନାହିଁ ।  ମେଡିକାଲରେ କିଛି ଦଲାଲ ସକ୍ରିୟ ହୋଇଯାଇଥିବା ବେଳେ ରୋଗୀଙ୍କ ପାଇଁ ବେଡ ଠିକ କରିବା ଓ ସେମାନେ ରହିବା ପର୍ଯ୍ୟନ୍ତ ସେମାନଙ୍କୁ ବେସରକାରୀ ମେଡିସିନ ଦୋକାନରୁ ମେଡିସିନ,ଡାକ୍ତର ଲେଖିଥିବା ଟେଷ୍ଟ ସବୁକିଛି କରୁଥିବା ଅଭିଯୋଗ ହେଉଛି। ଏହି ମେଡିକାଲକୁ ପ୍ରାୟତଃ ବଲାଙ୍ଗିର,ସୋନପୁର,ବୌଦ୍ଧ,ନୂଆପଡା, କଲାହାଣ୍ଡି ଆଦି ଜିଲାରୁ ଆସୁଥିବା ବେଳେ ଅଧିକାଂଶ ଲୋକ ଗରିବ ଶ୍ରେଣୀର। ସେମାନଙ୍କୁ ଦୈନନ୍ଦିନ ସେବା ନାଁରେ ବିଭିନ୍ନ ଆଡୁ ହରିଲୁଟ କରାଯାଉଥିବା ବେଳେ ଗରିବ ରୋଗୀ ଓ ତାଙ୍କ ସମ୍ପର୍କୀୟମାନେ ଏହାର ଶିକାର ହେଉଛନ୍ତି। ତେବେ ଏଥି ପାଇଁ ସେଭଳି କୌଣସି ସୂଚନା କି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇ ନାହିଁ। ଅନ୍ୟପକ୍ଷରେ ହସ୍ପିଟାଲ ମ୍ୟାନେଜର ଡା.ସୁଦୀପ ଦତ୍ତଙ୍କ ନଜରକୁ ଏଭଳି ଘଟଣା ଆସିନାହିଁ। ଆସିଲେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ପୂର୍ବରୁ ମେଡିକାଲରେ ମାତ୍ର ୧୮୦ ବିଶିଷ୍ଟ ବେଡ ଥିବା ବେଳେ ବର୍ତ୍ତମାନ ତାହା ସମସ୍ତ ବିଭାଗକୁ ମିଶାଇ ୪୪୦ ସଂଖ୍ୟାରେ ପହଞ୍ଚିଛି। ଏଥିରୁ ୧୨୫ଟି ବେଡ କେବଳ ମା ଓ ଶିଶୁ ଓ ପ୍ରସୂତି ବିଭାଗ(ଏମସିଏଚ ବିଲ୍ଡିଂ) ରହିଛି। ବହିଃ ବିଭାଗକୁ ପ୍ରତିଦିନ ୧୫ ଶହରୁ ୧୬ ଶହ ରୋଗୀ ଆସୁ ଚିକିତ୍ସା ହେଉଥିବା ବେଳେ ଦିନକୁ ୨ ଶହ ରୋଗୀ ବିଭିନ୍ନ ବିଭାଗରେ ଭର୍ତ୍ତି ହେଉଛନ୍ତି। ରୋଗୀଙ୍କୁ ଦେଖାରେଖା କରିବା ପାଇଁ ନର୍ସ ଓ ଆଟେଣ୍ଡାଣ୍ଟ ମଧ୍ୟ ପର୍ଯ୍ୟାପ୍ତ ପରିମାଣରେ ନାହାଁନ୍ତି।   ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ଖୁବଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶୃତି ଦେଇଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories