www.samajalive.in
Friday, December 12, 2025
15.1 C
Bhubaneswar

ଜମି ବିବାଦକୁ ନେଇ କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ,ବଡ ଭାଇ ଗୁରୁତର

କଲମପୁର : ଜମି ଗଣ୍ଡଗୋଳକୁ ନେଇ କକା ନିଜ ପୁତୁରାକୁ ଟଙ୍ଗିଆରେ ହାଣି ହତ୍ୟା କରିବା ସହ ରକ୍ତ ମୁଖା ହୋଇ ୭୦ ବର୍ଷିୟ ବଡ ଭାଇକୁ ମଧ୍ୟ ଆକ୍ରମଣକରିବାକୁ ପଛାଇ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଂଚଳରେ ଆଲୋଡନ ସୃଷ୍ଟି କରିଛି। ଏହି ହତ୍ୟାକାଣ୍ଡ ଘଟଣା ସମ୍ବନ୍ଧରେ ଗୁଣପୁର ସ୍ଥିତ କର୍ଲାପାଟ ଫାଣ୍ଡିରେ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳେର ପହଂଚି ଶବ ଜବତ କରିବା ସହ  ଅଭିଯୁକ୍ତ କକାକୁ ଗିରଫ କରିଛି ।
ପ୍ରାପ୍ତ ସୂଚନା ଅନୁସାରେ କଳାହାଣ୍ଡି ଜିଲା ରାମପୁର ବ୍ଲକ ଅଧିନସ୍ଥ କିଆପଦର ପଂଞ୍ଚାୟତ ଅନ୍ତର୍ଗତ ସାପମୁଣ୍ଡି ଗ୍ରାମର ସମରୁ ମାଝୀ ୪୦ ପିତା ବାରୁ ମାଝୀଙ୍କ ସହିତ ସମ୍ପର୍କୀୟ କକା ଫଗନୁ ମାଝୀ ୩୫,ପିତା ବୁଡ୍ରେନ ମାଝୀଙ୍କ ସହିତ ଜମିବାଡି ଭାଗ ବଣ୍ଟାକୁ ନେଇ ଦୀର୍ଘଦୀନ ହେବ ବିବାଦ ଲାଗି ରହିଥିଲା।  ଗତ ସୋମବର ଦିନ ଏହି ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା। ଗଣ୍ଡଗୋଳରେ ଅତିଷ୍ଟ ହୋଇ କକା ଫଗନୁ ମାଝୀ ନିଜ ଘରୁ ଏକ ଟାଙ୍ଗିଆ ଆଣି ସମରୁକୁ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସମରୁ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ପିତା ବାରୁ ମାଝୀ ଗୁରୁତର ହୋଇଥିଲା। ତୁରନ୍ତ ତାକୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାରୁ ମାଝୀର ପତ୍ନୀ ଉଜ୍ଜଳ ଦେଈ କର୍ଲାପାଟ ଫାଣ୍ଡି ଅଧିକାରୀ କାହ୍ନୁଚରଣ ପଣ୍ଡାଙ୍କ ନିକଟରେ ଲିଖିତ ଅଭିଯୋଗ ଦେବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିଲେ। ଥୁଆମୁଳ ରାମପୁର ଥାନାରେ ୬୨/୧୯ ରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ଅଭିଯୁକ୍ତକୁ ଗିରଫ କରି ପୋଲିସ ତଦନ୍ତ କରୁଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories