www.samajalive.in
Thursday, December 11, 2025
16.1 C
Bhubaneswar

ରାୱଲପିଣ୍ଡି ସେନା ହସ୍ପିଟାଲରେ ବିସ୍ଫୋରଣ; ମସୁଦ ଆଝାର ଗୁରୁତର

ରାୱଲପିଣ୍ଡି : ରାୱଲପିଣ୍ଡିର ସେନା ହସ୍ପିଟାଲରେ ସୋମବାର ଘଟିଥିବା ବିସ୍ଫୋରଣରେ ଆତଙ୍କବାଦୀ ସଂଗଠନ ଜୈଶ-ଇ- ମହମ୍ମଦ (ଜେଇଏମ) ମୁଖ୍ୟ ମସୁଦ ଆଝାର ଗୁରୁତର ହୋଇଛି। ମସୁଦ ଆଝାର ଏହି ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ବିସ୍ଫୋରଣରେ ଆଝାରଙ୍କ ସମେତ ୧୦ ଜଣ ଗୁରୁତର ହୋଇଥିବା ମଙ୍ଗଳବାର ପାକିସ୍ତାନ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି। ପାକିସ୍ତାନ ସରକାର ଏବଂ ସେନା ଏନେଇ କୌଣସି ବୟାନ ଜାରି କରିନାହାନ୍ତି।
ପାକିସ୍ତାନର ସାମାଜିକ କାର୍ଯ୍ୟକର୍ତ୍ତା ଅହସାନ ଉହ୍ଲା ମିଖାଇନ ନିଜ ଟ୍ୱିଟର ଆକାଉଣ୍ଟରେ ଘଟଣାର ଭିଡିଓ ସେୟାର କରିଛନ୍ତି। ଏଥିରେ ଅହସାନ ଲେଖିଛନ୍ତି ଯେ ପାକିସ୍ତାନ ସେନାର ରାୱଲପିଣ୍ଡିସ୍ଥିତ ସେନା ହସ୍ପିଟାଲରେ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ଜେଇଏମ ମୁଖ୍ୟ ମସୁଦ ଆଝାର ସମେତ ୧୦ ଜଣ ଗୁରୁତର ହୋଇଛନ୍ତି। ସରକାର ଏହି ଖବର ପ୍ରକାଶ ନକରିବା ପାଇଁ ଗଣମାଧ୍ୟମଙ୍କୁ ଶକ୍ତ ନିର୍ଦେଶ ଦେଇଛନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ସେନା ହସ୍ପିଟାଲ ଚାରିପଟେ ଯବାନମାନେ କଡ଼ା ପ୍ରହରା ଦେଉନ୍ତି। ଅଜଣା ଲୋକଙ୍କୁ ହସ୍ପିଟାଲକୁ ଯିବାକୁ ଦିଆଯାଉନାହିଁ। ଗଣମାଧ୍ୟମକୁ ଘଟଣାସ୍ଥଳରୁ ଦୂରରେ ରଖାଯାଉଛି।
ପ୍ରକାଶ ଯେ ରାୱଲପିଣ୍ଡିରେ ପାକିସ୍ତାନ ସେନାର ମୁଖ୍ୟାଳୟ ଅଛି ଓ ସେଠାରେ ସବୁଠୁ ବଡ଼ ସେନା ହସ୍ପିଟାଲ ରହିଛି। କିଡ଼ନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ମସୁଦ ଆଝାର ଏହି ହସ୍ପିଟାଲରେ ଚିକିତ୍ସିତ ହେଉଛି।

Hot this week

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

Related Articles

Popular Categories