www.samajalive.in
Friday, December 12, 2025
15.1 C
Bhubaneswar

ଅପରାଧୀର ଜେଲରୁ ମୁକୁଳିବା ଖୁସିରେ ଚାଲିଥିଲା ପାର୍ଟି , ପୁଲିସର ଚଢଉ୧୫ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ . – ଜଣେ ଅପରାଧୀ ଜେଲ୍‌ରୁ ମୁକ୍ତ ହେଲାପରେ ତାହାର ସାଙ୍ଗସାଥୀମାନେ ଖୁସିରେ ପାର୍ଟି କରୁଥିଲେ । ଏତିକି ବେଳେ ପୁଣି ପୁଲିସ ଚଢଉ କରି ୧୫ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି । ଏକ ଦୁର୍ଦାନ୍ତ ଅପରାଧୀ ରପିଲ୍‌ ସାଂଗବାନ ଜେଲ୍‌ରୁ ପାରୋଲ୍‌ରେ ଆସୁଥିବାରୁ ତାହାର ଅପରାଧୀ ସାଙ୍ଗମାନେ ଏକ ଫାର୍ମ ହାଉସ୍‌ରେ ପାର୍ଟିର ଆୟୋଜନ କରିଥିଲେ ।

ପୁଲିସର ଅପରାଧ ଶାଖାକୁ ଏ ବିଷୟରେ ସୂଚନା ମିଳିଥିଲା । ସେଠାରେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ରଖାଯାଇଥିବା ପୁଲିସ ସୂଚନା ପାଇଥିଲା । ପରେ ଏକ ଟିମ୍‌ ସେହି ଫାର୍ମ ହାଉସ୍‌ରେ ଚଢଉ କରିଥିଲେ । ଏଠାରେ ୪୦ରୁ ୫୦ ଜଣ ଉପସ୍ଥିତ ଥିଲେ । ଏଥିରେ କିଛି ମହିଳା ବି ଥିଲେ । ଫାର୍ମ ହାଉସ୍‌ରୁ ୯ଟି ବନ୍ଧୁକ ସହ ୬୫ଟି ଜୀବନ୍ତ ଗୁଳି ଜବତ କରାଯାଇଛି ।

- Advertisement -

ଏମାନଙ୍କୁ ପଚରା ଉଚରା କରାଯିବାରୁ ଅପରାଧି କପିଲ୍‌ ଜେଲ୍‌ରୁ ମୁକୁଳିଥିବାରୁ ପାର୍ଟି କରୁଥିଲେ ବୋଲି ସୂଚନା ଦେଇଛନ୍ତି । ମାତ୍ର ଅପରାଧି ଏହି ସ୍ଥାନକୁ ଆସିବାର ଥିଲା । ଚଢଉ ପରେ ସେ ସେଠାରୁ ଆସି ନଥିଲା । ପୁଲିସ ଏହି ଘଟଣାର ଯାଞ୍ଚ କରୁଛି । ଏତେ ପରିମାଣର ବନ୍ଧୁକ ପାର୍ଟିକୁ କାହିଁକି ଅଣାଯାଇଥିଲା ପୁଲିସ ତାହାର ଯାଞ୍ଚ କରୁଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories